Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୨୧ ଜିଲ୍ଲାରେ ନିୟନ୍ତ୍ରଣରେ କରୋନା, ୯ ଜିଲ୍ଲା ପାଇଁ ରହିଛି ଟେନସନ୍ : ଆଜି ରାଜ୍ୟ ସରକାର ଘୋଷଣା କରିବେ ଜୁଲାଇ ରଣନୀତି

30/06/2021 at 7:53 AM

ଭୁବନେଶ୍ୱର ୩୦।୦୬ :  ଆଜି ଆସିବ ଜୁଲାଇ ଗାଇଡ ଲାଇନ। ଅନଲକକୁ ରାଜ୍ୟ ସରକାର ଯିବେ ନା ପୁଣି ସେହି ଆଂଶିକ ଲକଡାଉନ ଷ୍ଟ୍ରାଟେଜି ଆପଣାଇବେ ? ସଂକ୍ରମଣ ହାର ଅଧିକ ଥିବା ଜିଲା ପାଇଁ କି ରଣନୀତି ଅପଣାଇବେ । ଏସବୁ ନେଇ ଏବେ ଚର୍ଚ୍ଚା । କାରଣ କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକା ରହିବା ଚିନ୍ତାର କାରଣ ହୋଇଛି । ଏତିକି ବେଳେ ରାଜ୍ୟ ସରକାର ଆଜି ଆଣିବାକୁ ଯାଉଛନ୍ତି ଜୁଲାଇ ମାସ ପାଇଁ ଗାଇଡଲାଇନ ।

ସେପଟେ ଜୁଲାଇ ୩୧ ତାରିଖ ଯାଏଁ କରୋନା କଟକଣା କଡ଼ାକଡ଼ି ପାଳନ କରିବା ଲାଗି କେନ୍ଦ୍ର, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତାଗିଦ କରିଛି। କେନ୍ଦ୍ର ଗୃମ ନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଆଧାରରେ କୋଭିଡ କଟକଣାକୁ ପାଳନ କରିବା ଲାଗି ଗୃହ ମନ୍ତ୍ରଣାଳୟ ଜଣାଇଛି। କୋଭିଡ ମାମଲା ଖସୁଥିବାରୁ କିଛି ରାଜ୍ୟ କଟକଣା କୋହଳ କରୁଛନ୍ତି। ତେବେ ସ୍ଥିତିକୁ ଦେଖି ସତର୍କତାମୂଳକ ପଦକ୍ଷେପ ନେବା ଲାଗି କେନ୍ଦ୍ର ସତର୍କ କରିଦେଇଛି। ଗୃହ ସଚିବ ଅଜୟ ଭାଲ୍ଲା ଏନେଇ ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି।

ସେହିପରି ଆଜି ଆସିବ ଜୁଲାଇ ମାସ ଲାଗି ଗାଇଡଲାଇନ୍। ତେବେ ୨୧ ଜିଲ୍ଲାରେ ବର୍ତ୍ତମାନ ଟି.ପି.ଆର. ୫ ପ୍ରତିଶତ ତଳେ ଥିବାରୁ ଏସବୁ ଜିଲ୍ଲାରେ ଅନେକ କଟକଣା କୋହଳ କରିପାରନ୍ତି ସରକାର। ଏ- କାଟାଗୋରୀରେ ଆସୁଥିବା ୧୭ ଜିଲ୍ଲା ସହ ଆଉ ୪ ଜିଲ୍ଲାକୁ ସାମିଲ କରି ସେଠି ବସ୍ ଚଳାଚଳ ହେବା ସହ ଦୋକାନ ଖୋଲିବା ଅବଧି ବଢ଼ାଯାଇପାରେ। ହେଲେ କଟକ, ଖୋର୍ଦ୍ଧା, ବାଲେଶ୍ବର, ପୁରୀ ଓ ମୟୁରଭଞ୍ଜ ଭଳି ୫ ଜିଲ୍ଲାରେ ଟି.ପି.ଆର. ୭ ପ୍ରତିଶତ ଉପରେ ଥିବାରୁ ଏସବୁ ଜିଲ୍ଲାରେ ସଂକ୍ରମଣ କମାଇବାକୁ ସରକାରଙ୍କ ସ୍ବତନ୍ତ୍ର ଫୋକସ ରହିପାରେ।

   Related Posts