Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

କରୋନା ହେଲା ବରଦାନ, ଲକଡାଉନ୍‌ରେ ଖୋଲିଲା ଏମାନଙ୍କ ଭାଗ୍ୟର ତାଲା

8/04/2020 at 2:57 PM

ନୂଆଦିଲ୍ଲୀ ୮।୪:  କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଜାରି କରିଥିବା ଦେଶବ୍ୟାପି ଲକଡାଉନକୁ ବୁଧବାର ୧୪ ଦିନ ପୁରଣ ହୋଇଛି। ଲକଡାଉନର ଏହି ଦିନଗୁଡିକରେ ଜନଜୀବନ ଏକ ପ୍ରକାର ଥମିଯାଇଛି। ଫଳରେ ସ୍କୁଲ, କଲେଜ, ଉଦ୍ୟୋଗ ଓ ବ୍ୟବସାୟ ଜଗତ ସ୍ଥାଣୁ ହୋଇପଡିଥିବା ବେଳେ ଅନଲାଇନ କମ୍ପାନୀଙ୍କ ଲାଗି ଏହା ଏବେ ନୂଆ ସୁଯୋଗ ସୃଷ୍ଟି କରିଛି।

ଦେଶର ଆଇଟି କମ୍ପାନୀଙ୍କ ଲାଗି ଏପରି ସ୍ଥାଣୁ ଅବସ୍ଥା ସେମାନଙ୍କ କାରବାର ବଢାଇବାକୁ ଅବସର ଦେଇଛି। ଲକଡାଉନରେ ସ୍କୁଲ, କଲେଜ ଓ କୋଚିଂ ସଂସ୍ଥାନ ସବୁ ବନ୍ଦ ହୋଇଯାଇଛି।  ଏଥିଯୋଗୁ ଲକଡାଉନ ଆରମ୍ଭ ବେଳେ କିଛି ଦିନ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ହେଲେ ସେମାନେ ଏବେ ଏହାର ଉପାୟ ଖୋଜିନେଇଛନ୍ତି। ଏବେ ଅନଲାଇନରେ ଶିକ୍ଷାଦାନ ଆରମ୍ଭ ହୋଇଯାଇଛି।

ଦେଶରେ ଏପରି ଶିକ୍ଷାର କାରବାର ପ୍ରାୟ ୩ ବିଲିୟନ ଡଲାରରୁ ବି ଅଧିକ। ଏଣୁ ଅନଲାଇନ ଶିକ୍ଷାଦାନ ଏବେ ବେଶ୍ ସଫଳ ହେଉଥିବା ଦେଖାଯାଇଛି। ମୋବାଇଲ ଆପ୍ ଓ ୟୁଟ୍ୟୁବ୍‌ରେ ଲାଇଭ କ୍ଲାସ୍ ଆରମ୍ଭ ହୋଇଗଲାଣି। ଛାତ୍ରଛାତ୍ରୀମାନେ ପ୍ଲେ ଷ୍ଟୋରରୁ ଆପ ଡାଉନଲୋଡ କରି ଭର୍ଚୁଆଲ କ୍ଲାସ୍‌ କରିବାରେ ଲାଗିଛନ୍ତି। ଏଥିରେ ସ୍କୁଲ ଓ ଟିଚିଂ ସେଣ୍ଟରମାନେ ନିଜନିଜ ଛାତ୍ରଛାତ୍ରୀଙ୍କୁ ଏସଏମଏସ୍ ମାଧ୍ୟମରେ କୋଡ ପଠାଉଥିବା ବେଳେ ଛାତ୍ରଛାତ୍ରୀ ଆପ୍‌ରେ କୋଡ ଦେଇ ନିଜର ପାଠପଢା ଚଳାଇଛନ୍ତି।

ଲକଡାଉନ୍ ଯୋଗୁ ଆଇଟି କମ୍ପାନୀ ଓ ସଫ୍ଟୱେର କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଫେସନାଲଙ୍କ ଲାଗି ବହୁତ ବଡ ଅବସର ସୃଷ୍ଟି  ହୋଇଛି। ଏଥିରୁ ବ୍ୟାଙ୍କିଙ୍ଗ, ଶିକ୍ଷଣ ସଂସ୍ଥା ଓ ଇ-କମର୍ସଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସେବା ପ୍ରଦାନକାରୀ ସଂସ୍ଥାମାନେ ଏତେ ଦିନରେ ଅନଲାଇନ ସର୍ଭିସର ମହତ୍ୱ ବୁଝିଥିବା ବେଳେ ଭାରତ ବାସ୍ତବରେ ଡିଜିଟାଲ ହେବାରେ ଲାଗିଛି। ଏଥିରୁ ଆଇଟି କମ୍ପାନୀମାନେ ସେମାନଙ୍କ ଭବିଷ୍ୟତର ଆବଶ୍ୟକତା ବଢି ଯାଇଥିବା ବେଳେ ଏଭଳି ପେଷାଦର ଲୋକଙ୍କ ନିଯୁକ୍ତିର ବଡ ସୁଯୋଗ ସୃଷ୍ଟି ହୋଇଛି।

   Related Posts