ଲକଡାଉନବେଳେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ : ମଦ ଦୋକାନ ଖୋଲିବା ପାଇଁ ଓ ବିବାହ କରିବା ପାଇଁ ରହିଛି ସ୍ବତନ୍ତ୍ର ନିୟମ
15/04/2020 at 6:54 PM

ନୂଆଦିଲ୍ଲୀ ୧୫/୪: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲକଡାଉନ୍ ଅବଧି ମେ ୩ତାରିଖ ଯାଏଁ ବଢ଼ିବାକୁ ନେଇ ବୁଧବାର କିଛି ଜରୁରୀ ଗାଇଡଲାଇନ୍ ଜାରି କରିଛନ୍ତି। ସରକାରଙ୍କ ନୂଆ ନିୟମ ଅନୁସାରେ ବିନା ମାସ୍କ ପିନ୍ଧି ଘରୁ ବାହାରିଲେ ଏବଂ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜୋରିମାନା ଦେବାକୁ ପଡ଼ିବ। ସେହିପରି କୌଣସି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ୨୦ରୁ କମ୍ ଲୋକ ସାମିଲ ହେବା କଥା କହିଛନ୍ତି।
ପ୍ରକୃତରେ ମାର୍ଚ୍ଚ ୨୪ତାରିଖରୁ ଲକଡାଉନ୍ ଲାଗୁ ହେବା ଯୋଗୁଁ ଅନେକ ଲୋକଙ୍କୁ ବିବାହ ସ୍ଥଗିତ କରିବାକୁ ପଡ଼ିଥିଲା ଏବଂ ଅଧିକାଂଶ ଲୋକଙ୍କ ଏମାସରେ ବିବାହ ରହିଛି। ସରକାର ସବୁ ବିବାହ ମଣ୍ଡପ,ହଲ୍ ଆଦି ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏବେ ସରକାରଙ୍କ ତରଫରୁ ବିବାହ ଉପରେ ଛାଡ଼ ମିଳିନାହିଁ। ଅନ୍ୟପଟେ ମଦ ବିକ୍ରି ଉପରେ ପୂରାପୂରି ନିଷେଧାଦେଶ ଜାରି ରହିଛି। ମଦ,ଗୁଟକା ଏବଂ ତମାଖୁ ବିକ୍ରି ପୂରାପୂରି ବନ୍ଦ ରହିଛି।
ଏଗୁଡ଼ିକ ରହିବ ବନ୍ଦ:
- ବିମାନ ବନ୍ଦର ଉପରେ ରୋକ,ବସ୍ ତଥା ପବ୍ଳିକ୍ ଟ୍ରାନ୍ସପୋର୍ଟ ବନ୍ଦ,ମେଟ୍ରୋ ସର୍ଭିସ୍ ବନ୍ଦ
- ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲା,ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ଯିବା ଉପରେ ରୋକ,ଜରୁରୀ ଥିଲେ କିମ୍ବା ମେହିକାଲ୍ ଏମରଜେନ୍ସିରେ ଅନୁମତି ମିଳିବ। ଟ୍ୟାକ୍ସି ସର୍ଭିସ୍ ବନ୍ଦ।
- ସମସ୍ତ ଶିକ୍ଷାନୁଷ୍ଠାନ ,କୋଚିଂ ସେଣ୍ଟର,ଟ୍ରେନିଂ ସେଣ୍ଟର ମେ ୩ ଯାଏଁ ବନ୍ଦ। ସିନେମା ହଲ୍ ବନ୍ଦ। ସମସ୍ତ ଧାର୍ମିକ ସ୍ଥଳ ବନ୍ଦ। ଜିମ୍ ,ମଲ୍ ବନ୍ଦ।
- ରାଜନୈତିକ ଏବଂ ଖେଳ ଆୟୋଜନ ମଧ୍ୟ ବନ୍ଦ।
ଏମାନଙ୍କୁ ମିଳିବ ଛାଡ଼ :
- ଜରୁରୀକାଳୀନ ଅବସ୍ଥାରେ ଚାରିଚକିଆ ବାହନରେ ଡ୍ରାଇଭରଙ୍କ ସହ ଜଣେ ରହିବେ। ଦୁଇ ଚକିଆ ଚାଲିଲେ କେବଳ ଡ୍ରାଇଭର ରହିବେ । ଏହାର ଉଲ୍ଲଙ୍ଘନ କଲେ ଜୋରିମାନା ଦେବାକୁ ପଡ଼ିବ।
- ଚାଷକାମ ଚାଲିବ। କୃଷି ଉପକରଣ ଦୋକାନ,ମରାମତି ଦୋକାନ ଏବଂ ସ୍ପେୟାର ପାର୍ଟସ୍ ଦୋକାନ ଖୋଲା ରହିବ। କୀଟନାଶକ ଏବଂ ସାର ଦୋକାନ ଖୋଲା ରହିବ।
- ହସ୍ପିଟାଲ,ନର୍ସିଂ ହୋମ୍,କ୍ଳିନିକ୍,ଡିସପେନ୍ସାରି,କେମିଷ୍ଟ ଦୋକାନ,ମେଡିକାଲ୍ ଲାବ୍ ଖୋଲା ରହିବ।
- ବ୍ୟାଙ୍କ,ଏଟିଏମ୍ ଖୋଲା ରହିବ।
- ପୋଷ୍ଟ ଅଫିସ୍,ଏଲପିଜି,ପେଟ୍ରୋଲ-ଡିଜେଲ୍ ସପ୍ଲାଏ ଚାଲୁ ରହିବ।
- ଆଇଟି ହାର୍ଡ଼ଓ୍ବେୟାର,କୋଇଲା ଉଦ୍ୟୋଗ,ତୈଳ ରିଫାଇନରି ଇଣ୍ଡଷ୍ଟ୍ରି,ପ୍ୟାକେଜିଂ ଇଣ୍ଡଷ୍ଟ୍ରି ଏବଂ ଜୁଟ୍ ଉଦ୍ୟୋଗ ଖୋଲା ରହିବ।
- ଇଟା ଭାଟି ଚଲାଇବାର ଅନୁମତି ଅଛି।
- ରାସ୍ତା ନିର୍ମାଣ, ସିଞ୍ଚନ ପ୍ରକଳ୍ପ ଏବଂ କୋଠା ନିର୍ମାଣକୁ ଅନୁମତି ଦିଆଯାଇଛି।