Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କାଶ୍ମୀରରେ ଲକଡାଉନ୍‌ ନିୟମ ଉଲଂଘନ: ଆତଙ୍କୀର ଶେଷକୃତ୍ୟରେ ସାମିଲ ହେଲେ ଶହ ଶହ ଲୋକ

9/04/2020 at 4:42 PM

ଶ୍ରୀନଗର ୦୯/୦୪: କରୋନା ସଂକ୍ରମଣ ରୋକିବାକୁ ସରକାର ପୁରା ଦେଶରେ ୨୧ ଦିନ ପାଇଁ ଲକଡାଉନ କରିଛନ୍ତି।କାଶ୍ମୀରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପୂରା ଉଦ୍ୟମ ଜାରି ରଖିଛି। କିନ୍ତୁ କିଛି ଲୋକ ଲକଡାଉନ୍ ନିୟମ ଭାଙ୍ଗିଛନ୍ତି | କାଶ୍ମୀର ସୋପୋର ଅନ୍ତର୍ଗତ ଯେନଗିର ଅଞ୍ଚଳରେ ଏହିଭଳି ସ୍ଥିତି ଦେଖିବାକୁ ମିଳିଛି | ଏଠାରେ ଜଣେ ଆତଙ୍କବାଦୀର ଶେଷକୃତ୍ୟରେ ଶହ ଶହ ଲୋକ ସାମିଲ ହୋଇଛନ୍ତି |

ଆତଙ୍କବାଦୀର ଶେଷକୃତ୍ୟରେ ସାମିଲ ହେବା ପାଇଁ ଶହ ଶହ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି | ସେମାନେ ଭାରତ ବିରୋଧୀ ନାରାବାଜି ମଧ୍ୟ କରିଛନ୍ତି | ସୂଚନା ଅନୁଯାୟୀ, ସୁରକ୍ଷାବଳଙ୍କ ସହ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଥିଲେ | ଏହି ଆତଙ୍କବାଦୀର ଶେଷକୃତ୍ୟରେ ସାମିଲ ହେବା ପାଇଁ ସ୍ଥାନୀୟ ଲୋକ ଘରୁ ବାହାରି ରାସ୍ତାରେ ଭିଡ କରିଥିଲେ | ଏମାନେ ସାମାଜିକ ଦୂରତା ମଧ୍ୟ ରଖିନଥିଲେ | ପୋଲିସ ଏହି ମାମଲାର ସୂଚନା ପାଇବା ପରେ ଲକଡାଉନ ଉଲଙ୍ଘନକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି |
ସୂଚନାଯୋଗ୍ୟ ଯେ, କାଶ୍ମୀରରେ କରୋନା ସଂକ୍ରମଣର ଅଧିକ ମାମଲା ସାମ୍ନାକୁ ଆସିଛି | ୨ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି | ଜାମ୍ମୁ କାଶ୍ମୀରରେ ଏବେ ଯାଏଁ ୧୫୮ ମାମଲା ସାମ୍ନାକୁ ଆସିଛି | ଅପରପକ୍ଷରେ ୟୁଟି ଲଦାଖ କରୋନା ମୁକ୍ତ ହୋଇଯାଇଛି |

   Related Posts