ଲକଡାଉନ ଉଲ୍ଲଂଘନ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ, ନଚେତ୍ ଏହି ଧାରା ଅନୁସାରେ ଆପଣଙ୍କ ଉପରେ ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୦୩: ଦେଶରେ କରୋନା ମହାମାରୀର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ୨୨ ରାଜ୍ୟର ୮୨ଟି ଜିଲ୍ଲାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏଥିରେ ୟୁପିର ୧୫ ଜିଲ୍ଲା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ବନ୍ଦୀ ରହୁଥିବା ବେଳେ ତିନୋଟି ଆଂଶିକ ବନ୍ଦ ଘୋଷଣା କରିଛନ୍ତି। ସେହି ପରି ଓଡିଶାର ୫ଟି ଜିଲ୍ଲାର ୮ଟି ସହରରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହି ଲକ୍ ଡାଉନ୍ ପରେ ମଧ୍ୟ ଲୋକ ନିଜ ଘରୁ ବାହାରକୁ ଯିବା ଜାରି ରଖିଛନ୍ତି। ମାତ୍ର ଲୋକଙ୍କୁ ଏହା ଜଣା ନାହିଁ ଯେ, ଲକଡାଉନ୍ ଭାଙ୍ଗିଲେ ଅର୍ଥାତ ଏହାର ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରେ।

{"id":242925,"sizeSlug":"large"}

ଦେଶରେ ଲକଡାଉନ ଉଲ୍ଲଂଘନ କରିବା ଖବର କ୍ରମାଗତ ଜାରି ରହିଛି। ବର୍ଡର ଏରିଆରେ ଲୋକେ ବିନା କାରଣରେ ଅନ୍ୟ ରାଜ୍ୟକୁ ଯିବାକୁ ଉଦ୍ୟମ  କରୁଛନ୍ତି। ଲକଡାଉନ୍ ସମୟରେ କେବଳ କିଛି ଲୋକଙ୍କୁ ଆଶ୍ଵସ୍ତି ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟ ସରକାରଙ୍କୁ ଲକଡାଉନକୁ କଡା ଭାବେ ପାଳନ କରିବାକୁ କହିଛନ୍ତି।

ଜନତା କର୍ଫ୍ୟୁ ପରେ ଲକଡାଉନର ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ଲକଡାଉନ୍‌କୁ ଏବେ ମଧ୍ୟ ଅନେକ ଲୋକ ଗମ୍ଭୀରତାର ସହ ନେଉ ନାହାନ୍ତି। କୃପା କରି ନିଜକୁ ରକ୍ଷା କରନ୍ତୁ, ନିଜ ପରିବାରକୁ ବଞ୍ଚାନ୍ତୁ, ନିର୍ଦ୍ଦେଶକୁ ଗମ୍ଭୀରତାର ସହ ପାଳନ କରନ୍ତୁ। ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ ଯେ କଠୋରତାର ସହ ନିୟମ ଓ କାନୁନକୁ ପାଳନ କରନ୍ତୁ।

{"id":242926,"sizeSlug":"large"}

ଯଦି କେହି ପ୍ରଶାସନର ଦିଶା ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏଥିରେ ଆଇପିସିର ଅନେକ ଧାରାରେ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ।

{"id":242927,"sizeSlug":"large"}
wp:list
  • ଆଇପିସିର ଧାରା ୧୮୮ ଆଧାରରେ ଜିଲ୍ଲା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ।
  • ଯଦି କୌଣସି ବ୍ୟକ୍ତି ନିଜର କରୋନା ପଜିଟିଭ ହେବା ସୂଚନା ଲୁଚାଇବେ ତେବେ ତାଙ୍କ ଉପରେ କନିକା କପୁରଙ୍କ ପରି ଏଫଆଇଆର ହୋଇପାରେ। ଆଇପିସିର ଧାରା ୨୬୯ ଓ ୨୭୦ ଆଧାରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ।
  • ଏପରିକି ଜୋରିମାନା ସହିତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.