କାଶୀରେ ସାମାଜିକ ଦୂରତ୍ଵର ଅଭିନବ ଶୈଳୀ: ଧାଡିରେ ଗୋଲେଇ ମଝିରେ ରଖାଗଲା ମଦ ବୋତଲ, ଲୋକେ କହିଲେ ନିୟମ ପାଳନ ବି ହେଲା, ଆମ କାମ ବି ହେଲା

Published By : Prameya-News7 Bureau | May 05, 2020 IST

ବାରଣାସୀ ୦୫।୦୫: ଲକ୍‌ଡାଉନ୍‌ ସମୟରେ ମଦ ବୋତଲର ପ୍ରକୃତ ମହତ୍ଵ ଜଣେ ମଦ ପିଉଥିବା ବ୍ୟକ୍ତି ହିଁ ଜାଣି ପାରିବ। କଣ ଆପଣ କେବେ ଭାବି ଥିବେ ଖାଲି ମଦ ଶିଶି ଓ ବୋତଲ ମଧ୍ୟ କେଉଁ ଭଳି ଲୋକଙ୍କ ସାମାଜିକ ଦୂରତ୍ଵର ସନ୍ଦେଶ ଦେଇ ପାରିବ ? ହଁ ଏମିତି ଏକ ଉଦାହରଣ ଏବଂ ଦୃଶ୍ୟ ଦେଖିବାକୁ ମିଳିଛି ବାରଣାସୀର ଏକ ମଦ ଦୋକାନରେ।

ଏଠାରେ ଗୋଲେଇ ମଝିରେ ମଦର ଖୋଲି ବୋତଲ ଓ ଶିଶିଗୁଡିକୁ ଏଥିପାଇଁ ରଖାଯାଇଛି ଯଦ୍ଵାରା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ଵ ବଜାୟ ରଖି ହେବ। ଏହା ସହିତ ମଦ ପିଇବାର ଇଚ୍ଛା ମଧ୍ୟ ପୂରଣ ହୋଇ ପାରିବ। ଉକ୍ତ ଦୋକାନ ବାହାରେ ସେଲ୍ସମ୍ୟାନ୍ ମଦ ବୋତଲରେ ଲେଖା ହୋଇଥିବା ନମ୍ବର ଅନୁଯାୟୀ ଡାକନ୍ତି ଏବଂ କ୍ରେତା ଲେଖା ହୋଇଥିବା ବୋତଲ ଉଠାଇ ସେଲ୍ସମ୍ୟାନଙ୍କୁ ଦେଖାନ୍ତି ଓ ମଦ ନିଅନ୍ତି।

{"id":265046,"sizeSlug":"large"}

ଏହି ଅଭିନବ ଶୈଳୀକୁ ମଦ କିଣିବାକୁ ଆସିଥିବା ଲୋକ ବହୁତ ପ୍ରଶଂସା କରିଛନ୍ତି। ଏହା ଦ୍ଵାରା ସାମାଜିକ ଦୂରତ୍ଵ ବଜାୟ ରହିଲା ଏବଂ ଲୋକଙ୍କୁ ମଦ ନେବାରେ ମଧ୍ୟ ଅସୁବିଧା ହେଲା ନାହିଁ। ସହରର ରମକଟୋରା ସ୍ଥିତ ମଦ ଦୋକାନରେ କାମ କରୁଥିବା ସେଲ୍ସମ୍ୟାନ୍ ଆକାଶ କହିଛନ୍ତି, ପଡି ରହିଥିବା ଖାଲି ବୋତଲରେ ନମ୍ବର ଲେଖା ଯାଇ ଏହାକୁ ସାମାଜିକ ଦୂରତ୍ଵ ଲାଗି କରାଯାଇଥିବା ଗୁଲେଇ ଭିତରେ ରଖି ଦିଆଯାଏ। ଏହା ପରେ ନମ୍ବର ମୁତାବକ ଆସି ଲୋକ ମଦ କିଣି ପାରୁଛନ୍ତି। ଏହା ଦ୍ଵାରା ସାମାଜିକ ଦୂରତ୍ଵ ସହିତ ଭିଡ ମଧ୍ୟ ନିୟନ୍ତ୍ରଣ ହୋଇ ପାରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.