Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ସପ୍ତାହାନ୍ତ ଲକ୍‌ଡାଉନ୍‌ ନିୟମରେ ପରିବର୍ତ୍ତନ: ଶନିବାର ଖୋଲା ରହିବ ଦୋକାନ-ବଜାର, ସୋମବାର ସବୁ ବନ୍ଦ

30/07/2021 at 10:37 PM

ଲକ୍ଷ୍ନୌ ୩୦/୭: ସପ୍ତାହାନ୍ତ ଲକ୍‌ଡାଉନ୍‌ ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ଏଣିକି ଶନିବାର ବଜାର ଖୋଲା ରହିବ କିନ୍ତୁ ସୋମବାର ବନ୍ଦ ରହିବ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶର ବାରଣାସୀରେ ଏହି ନିୟମ ହୋଇଛି। ଏବେ ଉତ୍ତରପ୍ରଦେଶରେ ସପ୍ତାହାନ୍ତ ଲକଡାଉନ୍‌ ଲାଗିଥିବା ବେଳେ ଶନିବାର-ରବିବାର ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ବାକି ସମସ୍ତ କାର୍ଯ୍ୟକଳାପ ବନ୍ଦ ରହୁଛି।

କିନ୍ତୁ ବାରଣାସୀ ପାଇଁ ଏହି ନିମୟରେରେ ପରିବର୍ତ୍ତନ ହୋଇଛି। ଶନିବାର ଏବେ ଦୋକାନ ବଜାର ଖୋଲା ରହିବ। ଶନିବାର ପରିବର୍ତେ ଲକଡାଉନ୍‌ ସୋମବାର ଲାଗିବ। ଏହାର ଅର୍ଥ ଏଣିକି ଶନିବାର-ରବିବାର ନୁହେଁ ବରଂ ରବିବାର-ସୋମବାର ଲକ୍‌ଡାଉନ୍‌ ଲାଗିବ ବୋଲି ଜଣାପଡ଼ିଛି। ଏହି ପରିବର୍ତ୍ତନ କେବଳ ଶ୍ରାବଣ ମାସକୁ ନଜରରେ ରଖି କରାଯାଇଛି।

ବରଣାସୀର ବ୍ୟବସାୟୀଙ୍କ ଦାବି କ୍ରମେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ବେପାରୀମା​‌ନେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ସେମାନଙ୍କ ଦାବି ଗ୍ରହଣ କରିଥିବା ଜଣାପଡ଼ିଛି। ଏହି ପରିବର୍ତ୍ତନ ଦ୍ବାରା ପୂର୍ବାଞ୍ଚଳରୁ ବାରଣାସୀ ଆସୁଥିବା ବ୍ୟବସାୟୀଙ୍କୁ ଆଶ୍ବସ୍ତି ମିଳିବ ବୋଲି କୁହାଯାଉଛି ।

   Related Posts