ବଢିବ ଲକଡାଉନ୍ ! କେନ୍ଦ୍ରକୁ ପରାମର୍ଶ ଦେଲେ ଅନେକ ରାଜ୍ୟ

Published By : Prameya-News7 Bureau | April 07, 2020 IST

ନୂଆଦିଲ୍ଲୀ, ୦୭|୦୪:  କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଦେଶରେ ୨୧ ଦିନ ଲକଡାଉନ ଘୋଷଣା କରିଛନ୍ତି । ଯାହାର ଅବଦ୍ଧି ଏପ୍ରିଲ ୧୪ରେ ଶେଷ ହେବ । ତେବେ ଅନେ ରାଜ୍ୟ ସରକାର ଲକଡାଉନ ସମୟସୀମା ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନେକ ବିଶେଷଜ୍ଞ ମଧ୍ୟ ଲକଡାଉନକୁ ଆଉ କିଛି ଦିନ ବୃଦ୍ଧି କରିବା ପାଇଁ କହିଛନ୍ତି । ଏହା ଉପରେ କେନ୍ଦ୍ର ବିଚାର କରୁଥିବା ସୂଚନ ମିଳିଛି ।

wp:core-embed/twitter {"url":"https://twitter.com/ANI/status/1247453702400561153?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1247453702400561153\u0026ref_url=https%3A%2F%2Fhindi.thequint.com%2Fnews%2Findia%2Fcoronavirus-covid-19-worldwide-india-today-news-live-updates-in-hindi-7-april-2020","type":"rich","providerNameSlug":"twitter","className":""}
https://twitter.com/ANI/status/1247453702400561153?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1247453702400561153&ref_url=https%3A%2F%2Fhindi.thequint.com%2Fnews%2Findia%2Fcoronavirus-covid-19-worldwide-india-today-news-live-updates-in-hindi-7-april-2020
/wp:core-embed/twitter

କରୋନା ଭାଇରସର ପ୍ରକୋପକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ କିଛିଦିନ ହେଲା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ଗତ ୩ ଦିନରେ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏହାସହ ୩୦ରୁ ଅଧିକ ପ୍ରାଣ ହରାଇଛନ୍ତି । ଏବେ ଦେଶରେ ୪୪୮୧ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୪ଜଣଙ୍କ ଜୀବନ ଯାଇଛି ।

{"id":250336,"width":758,"height":498,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.