Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଲକଡାଉନ ୨.୦: ଏବେ ଏହି ସବୁ କ୍ଷେତ୍ରରେ କଟକଣା କୋହଳ, ମିଳିଲା ଆଶ୍ୱସ୍ତି

17/04/2020 at 12:05 PM

ନୂଆଦିଲ୍ଲୀ, ୧୭|୦୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି ।ଲକଡାଉନ ୨.୦ରେ ସରକାର କଟକଣାରେ କୋହଳ ଓ ଅନେକ ଆଶ୍ୱସ୍ତି ଦେବେ ବୋଲି ଘୋଷଣା କରିଥିଲେ । ଏବେ ଗୃହ ମନ୍ତ୍ରାଳୟ ତରଫରୁ କିଛି ନିୟମରେ କୋହଳ କରାଯିବା ସହ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରାଯାଇଛି  । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନରେ ସରକାରୀ ବିଭାଗକୁ କିଛି ସର୍ତ୍ତର ସହ ଖୋଲାଯିବ । ଏହାସହ କୃଷି କ୍ଷେତ୍ରରେ ମଧ୍ୟ କିଛି ଆଶ୍ୱସ୍ତି ମିଳିଛି ।

ଏହା ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଖାଦ୍ୟ, ପାନୀୟ, ଔଷଧ ଶିଳ୍ପ ଖୋଲା ରହିବ ବୋଲି କୁହାଯାଇଥିଲା । ଏହାସହ ଗ୍ରାମରେ ସମସ୍ତ କଳକାରଖାନା ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ନୂଆ ଗାଇଡଲାଇନରେ ମନରେଗା କାର୍ଯ୍ୟକୁ ଅନୁମତି ମିଳିଛି । ଏହାସହ ଜଳସେଚନ ଓ ଜଳ ସଂରକ୍ଷଣକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି ।

କୃଷି କ୍ଷେତ୍ର- ନୂଆ ଗାଇଡଲାଇନରେ ଜଙ୍ଗଲରେ ରହୁଥିବା ଅନୁସୂଚୀତ ଜନଜାତି ଓ ଅନ୍ୟ ଲୋକଙ୍କୁ ଲଘୁ ବନଜ ଉତ୍ପାଦ ଓ ସାଧାରଣ କାମ ପାଇଁ କାଠ କାଟିପାରିବେ । ଏହାସହ ବାଉଁଶ, ନଡିଆ, କଫି, ମସଲାର ପ୍ୟାକେଜିଂ ଓ ବିକ୍ରି ମଧ୍ୟ କରିପାରିବେ ।

ଫାଇନାନସିଆଲ୍ ସେକ୍ଟର-  ଅଣ ବ୍ୟାଙ୍କିଂ ବିତ୍ତୀୟ ସଂସ୍ଥାନ ବା ଏନବିଏଫସି ଯେଉଁଥିରେ ହାଉସିଂ ଫାଇନାନ୍ସ କମ୍ପାନୀ  ମାଇକ୍ରୋ ଫାଇନାନ୍ସ ଇନଷ୍ଟ୍ରିଚ୍ୟୁଟ ସାମିଲ ରହିଛି ସେଠାରେ ସର୍ବନିମ୍ନ କର୍ମଚାରୀ ରହିବା ଆବଶ୍ୟକ । ଏହାସହ ସହକାରୀ ସମିତିକୁ ମଧ୍ୟ କାମ କରିବା ପାଇଁ ଅନୁମତି ମିଳିଛି ।

ନିର୍ମାଣ କ୍ଷେତ୍ର- ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ, ପାଣି ସମସ୍ୟା ଦୂର, ବିଜୁଳି ତାର ବିଛାଇବା, ଦୂରସଂଚାର ଅପଟିକାଲ୍ ଫାଇବର କେବୁଲ ଆଦି ବିଛାଇବା ପାଇଁ ଅନୁମତି ମିଳିଛି । 

   Related Posts