Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହଟାଯାଉ ଲକଡାଉନ୍, କିନ୍ତୁ ବନ୍ଦ ରହୁ ସ୍କୁଲ ଓ କଲେଜ: କେନ୍ଦ୍ର ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ

29/05/2020 at 4:41 PM

ନୂଆଦିଲ୍ଲୀ, ୨୯|୦୫:  ଦେଶରେ କରୋନା ସଂକ୍ରମଣ ରୋକିବାକୁ ଲକଡାଉନ୍ ୪.୦ ଲାଗୁ ହୋଇଛି । ଏହା ଆସନ୍ତା ୩୧ ତାରିଖରେ ଶେଷ ହେବ । ଏହା ମଧ୍ୟରେ ଜୁନ ୧ରୁ ପୁଣି ଲକଡାଉନ୍ ଲାଗୁ ହେବ ନା ନାହିଁ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି । ଏହା ଉପରେ ସମସ୍ତଙ୍କର ନଜର ରହିଛି । ଏହାପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଗଠିତ ଟାସ୍କ୍ ଫୋର୍ସର ଦୁଇଟି ଟିମ୍ ଲକଡାଉନ୍ ବାବଦରେ ରିପୋର୍ଟ ପ୍ରଦାନ କରିଛି । ଯେଉଁଥିରେ ଲକଡାଉନ୍ ହଟଇବା ପାଇଁ ପରାମର୍ଶ ଦିଆଯାଇଛି ।

ଏହି ଦୁଇଟି ଟାସ୍କ୍ ଫୋର୍ସର ନେତୃତ୍ୱ ନେଇଛନ୍ତି ସିକେ ମିଶ୍ରା ଓ ବିକେ ପଲ୍  । ଉଭୟ ଲକଡାଉନ୍ ୪.୦ ପରେ କଣ ବିକଳ୍ପ ରହିଛି ସେନେଇ ରିପୋର୍ଟ ପ୍ରଦାନ କରିଛନ୍ତି ।

ସୂତ୍ରାନୁସାରେ, ଉଭୟ ଟିମ୍ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଲକଡାଉନକୁ ହଟାଇ ଦିଆଯାଇପାରେ । କିନ୍ତୁ ସ୍କୁଲ, କଲେଜ, ମଲ୍, ସପିଂ କମ୍ପ୍ଲେକ୍ସ, ଧାର୍ମିକ ସ୍ଥଳୀ ଆଦିକୁ ବନ୍ଦ ରଖିବା ହିଁ ଉଚିତ ହେବ । ତେବେ ଏହି ରିପୋର୍ଟରେ ଅନ୍ତରାଷ୍ଟ୍ରୀୟ ବିମାନ ଚଚଳାଚଳକୁ ନେଇ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ।  

ଏହା ବ୍ୟତୀତ ଯେଉଁସବୁ ଜିଲ୍ଲାରେ କରୋନା ଭାଇରସର ଅଧିକ ମାମଲା ରହିଛି ସେଟାରେ ଏବେବି କଟକଣାକୁ କଡାକଡି କରିବା ପାଇଁ ପରାମର୍ଶ ଦିଆଯାଇଚି । ତେବେ ଏହି ସମସ୍ତ ପରାମର୍ଶ ଉପରେ ଅନ୍ତିମ ନିଷ୍ପତ୍ତି ଗୃହ ମନ୍ତ୍ରାଳୟ ନେବ ।

ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ଗୃହ ମନ୍ତ୍ରାଳୟ ପକ୍ଷରୁ କରୋନା ମୁକାବିଲା ପାଇଁ ୧୧ଟି ଟିମ୍ ଗଠନ କରାଯାଇଥିଲା । ଯେଉଁମାନଙ୍କୁ ଲକଡାଉନ୍ ସମ୍ଭନ୍ଧରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା ।

ତେବେ ଲକଡାଉନ୍ ୫.୦ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଶୁକ୍ରବାର ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ମେ ୩୧ ପରର ରଣନୀତି ବାବଦରେ ଚର୍ଚ୍ଚା ହୋଇଥିଲା । ଏହାପୂର୍ବରୁ ଗୁରୁବାର ଶାହ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।  

   Related Posts