Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଦିଲ୍ଲୀ​‌ରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ, ପୂର୍ବ ଭଳି ଲାଗୁ ରହିବ କଟକଣା

1/05/2021 at 6:28 PM

ନୂଆଦିଲ୍ଲୀ ୧/୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି କେଜ୍ରିଓ୍ବାଲ୍‌ ସରକାର ରାଜ୍ୟରେ ଲାଗିଥିବା ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ବଢ଼ାଇ ଦେଇଛନ୍ତି। ଏହା ପୂର୍ବରୁ ଲାଗିଥିବା ଲକ୍‌ଡାଉନ୍‌ ଅବଧି ୩ ମେ’ ସକାଳ ୫ ପର୍ଯ୍ୟନ୍ତ ଥିଲା। ଯାହାକି ଏବେ ୧୦ ମେ’ ସକାଳ ୫ ଯାଏ ଘୁଞ୍ଚାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ୍‌ରରେ ସୂଚନା ଦେଇଛନ୍ତି।

ଏହି ସମୟରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ । ଏହା ପୂର୍ବରୁ ବ୍ୟବସାୟୀ ସଂଗଠନ ୩ ମେ’ ପରେ ଦୋକାନ ଖୋଲିବ ନାହିଁ ବୋଲି ଘୋଷଣା କରିଥିଲା । ସେମାନଙ୍କ ପକ୍ଷରୁ ସ୍ବଇଚ୍ଛାରେ ଲକ୍‌ଡାଉନ୍‌ ଲଗାଇଦିଆଯିବ। ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ୧୫୦ରୁ ଅଧିକ ବ୍ୟବସାୟ ସଂଗଠନ ନେତା ଏନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।  ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ଲକ୍‌ଡାଉନ୍‌ ଘୁଞ୍ଚାଇଥିବା ବେଳେ ଏହାକୁ ଆଗକୁ ବଢ଼ାଯିବ କି ନାହିଁ ସେନେଇ ଜଣାପଡ଼ିପାହିଁ।

ମିଳିଥିବା ସୂଚନା ଅନୁସାରେ ବ୍ୟବସାୟୀ ମହାସଂଘ (କ୍ୟାଟ) ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଏକ ପତ୍ର ଲେଖାଯାଇଥିଲା। ଲକ୍‌ଡାଉନ ପରେ ବି କରୋନା ଗତିରେ ବ୍ରେକ ଲାଗିନାହିଁ ବୋଲି ଉଲ୍ଲେଖ ଥିଲା। ତେଣୁ ଲକଡାଉନ୍‌ ଅବଧି ବୃଦ୍ଧି କରିବାର ଆବଶ୍ୟକତା ଅଛି ବୋଲି ଅପିଲ୍‌ କରାଯାଇଥିଲା। କ୍ୟାଟର ରାଷ୍ଟ୍ରୀୟ ମନ୍ତ୍ରୀ ପ୍ରବୀନ ଖଣ୍ଡେଲଓ୍ବାଲ୍‌ କହିଛନ୍ତି, ଲକ୍‌ଡାଉନ୍‌ ପରେ ବି ଲୋକେ ଏ​‌ଣେ ତେଣେ ବୁଲୁଥିବାର ଦେଖିବାକୁ ମିଳୁଛି। ଏପରି ସ୍ଥଳେ ଲକ୍‌ଡାଉନ୍‌ର ମହତ୍ବ ବେକାର ହୋଇଯାଉଛି।

   Related Posts