ଦେହ ବଜାରରେ ଭୋକ ରାକ୍ଷାସର ଡର, କରୋନା ଲକ୍‌ଡାଉନ୍‌ରେ ସୋନାଗାଛିର ଜୀବନ ଅନିଶ୍ଚିତ

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୦୩: କରୋନା ଭାଇରସ୍ କାରଣରୁ ଦେଶର ସମସ୍ତ ମଲ୍, ସିନେମାଘର, ବଡ ବଡ ବଜାର  ବନ୍ଦ ରହିଛି। ଗୋଟିଏ ପଟେ ଲୋକଙ୍କୁ ମୃତ୍ୟୁର ଭୟ ଘାରିଥିବା ବେଳେ ଅନ୍ୟପଟେ ଏସିଆର ସବୁଠୁ ବଡ ରେଡ୍ ଲାଇଟ୍ ଉତ୍ତର କୋଲକାତାର ସୋନାଗାଛିର ଏକ ଲକ୍ଷରୁ ଅଧିକ ଦେହଜୀବୀଙ୍କ ଭବିଷ୍ୟତ ଉପରେ ଅନିଶ୍ଚିତତାର ବାଦଲ ଖେଳି ଯାଇଛି। ସେମାନଙ୍କୁ ଏବେ ଅନାହାରର ଚିନ୍ତା  ଘାରିଛି। କାରଣ କରୋନା ଭାଇରସ୍ ଯୋଗୁଁ ସେମାନଙ୍କର ଧନ୍ଦା  ବନ୍ଦ ହୋଇ ଯାଇଛି।

ରାଜ୍ୟର ସେକ୍ସ ଓ୍ଵାର୍କର ସଙ୍ଗଠନ ଦରବାର ମହିଳା ସମନ୍ଵୟ ସମିତି ସରକାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଯଦ୍ଵାରା ସେମାନଙ୍କୁ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ନିଃଶ୍ଲୁକ ରାସନ ମିଳି ପାରିବ। ଏହି ସଂଗଠନରେ ଏକ ଲକ୍ଷ ୩୦ ହଜାରରୁ ଅଧିକ ପଞ୍ଜିକୃତ ସଦସ୍ୟ ଅଛନ୍ତି।

{"id":245864,"width":581,"height":387,"sizeSlug":"large"}

ରାଜ୍ୟ ସରକାର ଦେବେ ଫ୍ରି ରାସନ

ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ନିଃଶ୍ଳୁକ ରାସନ ଦେହଜୀବୀଙ୍କୁ ଦେବାକୁ ବିଚାର କରୁଛନ୍ତି। ଦରବାରର ଜଣେ ପଦାଧିକାରୀ ମହାଶ୍ଵେତା ମୁଖାର୍ଜୀ କହିଛନ୍ତି ଯେ, ଗତ ପାଞ୍ଚ ଦିନ ହେବ ଆମକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସମସ୍ୟା ସଂପର୍କିତ ଫୋନ୍ ଆସୁଛି। ଦେହଜୀବୀ ଅନାହାର ଆଶଙ୍କାରୁ ସେମାନଙ୍କୁ ବଞ୍ଚାଇବା ପାଇଁ କିଛି କରିବାକୁ କହୁଛନ୍ତି। ଅଧିକାଂଶ ଦେହଜୀବୀଙ୍କ ପାଖରେ ଖାଦ୍ୟ କିଣିବାକୁ ଟଙ୍କା ମଧ୍ୟ ନାହିଁ। କାରଣ କରୋନା ଭାଇରସ୍ ଯୋଗୁଁ ୨୦/୨୧ ଦିନ ହେବ ସେମାନଙ୍କର ଧନ୍ଦା ଠପ୍ ପଡିଛି।

ମୁଖାର୍ଜୀ କହିଛନ୍ତି ଯେ, ଏଡ୍‌ସ ବିରୋଧୀ ଲଢେଇରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିବା ସୋନାଗାଛିର ଦେହଜୀବୀ କେବେ ଭାବିନଥିଲେ ଯେ, ସେମାନଙ୍କୁଏହି ମହାମାରୀ ସମୟରେ ଏତେ ବଡ ଗମ୍ଭୀର ସ୍ଥିତି ସାମ୍ନା କରିବାକୁ ପଡିବ। ଏକ ଏନଜିଓ ସୋନାଗାଛି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁୟଟ୍(SRTI) କହିଛି ଯୈ, ଦରବାର ଏହି ଲୋକଙ୍କ ସାହାଯ୍ୟ ପାଇଁ ରଣନୀତି ପ୍ରସ୍ତୁତ  କରିଛି।

{"id":245865,"width":584,"height":329,"sizeSlug":"large"}

ଏନଜିଓର ପ୍ରବନ୍ଧ ନିର୍ଦ୍ଦେଶକ ସମରଜୀତ ଜାନା କହିଛନ୍ତି ଯେ, ସର୍ବ ପ୍ରଥମେ ଆମେ ମହିଳା ଓ ସାମାଜିକ କଲ୍ୟାଣ ମନ୍ତ୍ରୀ  ଶଶି ପାଞ୍ଜାଙ୍କ ସହ ଆଲୋଚନା କରି ଏହା ସୁନିଶ୍ଚିତ କରିବୁ ଯେ ଅସଙ୍ଗଠିତ କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସରକାରୀ ଲାଭର ଫାଇଦା ଦେହଜୀବୀମାନଙ୍କୁ ମଧ୍ୟ ମିଳୁ। ଦ୍ଵିତୀୟତଃ ଆମେ ଘର ମାଲିକଙ୍କୁ ଏହି ମାସର ଘର ଭଡା ଛାଡ କରିବାକୁ ଅନୁରୋଧ କରିବୁ। ତୃତୀୟ ଆମେ ସାହାଯ୍ୟ ପାଇଁ ଅନେକ ପରିଚିତ ହସ୍ତୀ ଓ ଏନଜିଓଙ୍କୁ ଚିଠି ଲେଖିବୁ।

ଉଲ୍ଲେଖନୀୟ ସୋନାଗାଛିରେ ୩୦ ହଜାରରୁ ଅଧିକ ଦେହଜୀବୀ ଘରଭଡା ନେଇ ରହୁଛନ୍ତି। ସେମାନଙ୍କର ମାସିକ ଘର ଭଡା ପାଞ୍ଚରୁ ଛଅ ହଜାର ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.