ଲକ୍‌ଡାଉନ୍‌ ୩.୦: ଅରେଞ୍ଜ ଓ ଗ୍ରୀନ ଜୋନ୍‌ରେ ମେ ୪ରୁ ଖୋଲିବ ସେଲୁନ ଓ ବିୟୁଟି ପାର୍ଲର

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୦୨।୦୫: କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଘୋଷଣା କରାଯାଇଛି। ମେ ୩ରେ ଶେଷ ହେଉଥିବା ଲକ୍‌ଡାଉନ୍‌ ଅବଧିକୁ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ହେଲେ ଗୃହ ମନ୍ତ୍ରଣାଳୟ ଦେଶର ମୋଟ୍ ୭୩୩ ଜିଲ୍ଲାକୁ କରୋନା ସଂକ୍ରମିତ ଆଧାରରେ ରେଡ୍‌ ଜୋନ୍, ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ବିଭକ୍ତ କରିଛନ୍ତି। ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ କିଛିଟା କୋହଳ ଦିଆଯାଇଛି। ହେଲେ ଏ ପର୍ଯ୍ୟନ୍ତ ସେଲୁନ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯାଇନଥିଲା। ମାତ୍ର ଏବେ ଗୃହ ମନ୍ତ୍ରଣାଳୟ ଶନିବାର ସ୍ପଷ୍ଟ କରିଛନ୍ତି ଯେ, ମେ ୪ରୁ ଅରେଞ୍ଜ ଓ ଗ୍ରୀନ ଜୋନରେ ଭଣ୍ଡାରୀ ଦୋକାନ, ସେଲୁନ ଓ ବିୟୁଟି ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି।

ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଅରେଞ୍ଜ ଓ ଗ୍ରୀନ ଜୋନରେ ମେ ୪ରୁ ଇ-କମର୍ସ କମ୍ପାନୀଙ୍କ ଦ୍ଵାରା ଜରୁରୀ ଅନାବଶ୍ୟକ ବିକ୍ରି କରି ପାରିବେ। ରେଡ୍‌ ଜୋନରେ ୧୩୦ଟି ଜିଲ୍ଲା, ଅରେଞ୍ଜ ଜୋନରେ ୨୮୪ ଜିଲ୍ଲା ଏବଂ ଗ୍ରୀନ ଜୋନରେ ୩୧୯  ଜିଲ୍ଲା ରହିଛି। ଗ୍ରୀନ ଜୋନ୍‌ର ଜିଲ୍ଲାଗୁଡିକରେ ମେ ୪ରୁ ବାରିକ ଦୋକାନ, ସେଲୁନ ସମେତ ଅନ୍ୟ ଜରୁରୀ ସେବା ଖୋଲା ରହିବ।

ସମସ୍ତ ଜୋନରେ ୬୫ ବର୍ଷରୁ ଅଧିକ ବୟସର ବୃଦ୍ଧ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଘରେ ରହିବାକୁ କୁହାଯାଇଛି। ଯଦି ବହୁତ ଜରୁରୀ ତେବେ ବାହାରକୁ ଯିବାକୁ ଅନୁମତି ମିଳିବ।

ସରକାରୀ ଆଦେଶ ଅନୁସାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଅଣ ଅନାବଶ୍ୟକ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ରହିବ। ସ୍ଥାନୀୟ ପ୍ରଶାସନ ଲୋକଙ୍କ ଯାତାୟତ ଉପରେ ରୋକ୍ ଲଗାଇବା ପାଇଁ ସିଆରପିସିର ଧାରା ୧୪୪ ଅନ୍ତର୍ଗତ କର୍ଫ୍ୟୁର ଘୋଷଣା ମଧ୍ୟ କରି ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.