Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅମାନିଆଙ୍କ ଦାଦାଗିରି: ନିୟମ ଭାଙ୍ଗି ରେଡ୍ ଜୋନରୁ ସ୍ତ୍ରୀଙ୍କ ସହ ଫେରିଲେ, ତଥ୍ୟ ସଂଗ୍ରହ ପାଇଁ ଯାଇଥିବା ଆଶାକର୍ମୀଙ୍କୁ କଲେ ଆକ୍ରମଣ

7/05/2020 at 4:23 PM

ମୟୂରଭଞ୍ଜ, ୦୭|୦୫:  ମୟୂରଭଞ୍ଜ ଜିଲ୍ଲାରେ ଆଜି ଗୋଟିଏ ଦିନରେ ଚାରି ଜଣ  କରୋନା ପଜିଟିଭ୍ ବାହାରିଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା । ରେଡ୍ ଜୋନରୁ ଖସି ଆସିଥିବା ଯୁବକଙ୍କ ତଥ୍ୟ ଆଣିବାକୁ ଯାଇଥିବା ଆଶା କର୍ମୀ ଏବଂ ଓ୍ୱାର୍ଡମେମ୍ବରଙ୍କୁ ଜୋତା ମାଡ କରିବା ସହିତ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି  କିଛି  ଅମାନିଆ ଏବଂ ସେମାନଙ୍କର ପରିବାର ଲୋକେ । ଉଦଳା ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି ।

ବାଲେଶ୍ବର ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି । ଏହି ସମୟରେ ରେଡ୍ ଜୋନର ବରହମପୁରକୁ ଉଦଳା ଜାଲଦା ଗ୍ରାମର ଜଣେ ଯୁବକ ଯାଇଥିଲେ । ସେଠାରେ ତାଙ୍କ ଶ୍ୱଶୁର ଘରକୁ ସେ ଯାଇଥିଲେ । ଏହା ସହ ସେ ନିଜ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ରେଡ ଜୋନରୁ ନିଜ ଘରକୁ ଚାଲି ଆସିଥତ୍ଲେ । ଏହାର ଖବର ପାଇ ଆଜି ସକାଳ ସମୟରେ ଜାଲଦା ଗ୍ରାମର ଆଶା କର୍ମୀ ଆରତୀ ମଲ୍ଲିକ ଏବଂ  ଓ୍ୱାର୍ଡମେମ୍ବର ଜୟଶ୍ରୀ ମଲ୍ଲିକ ସଂପୃକ୍ତ ଯୁବକଙ୍କ ଘରେ ପହଂଚି ତମାମ ତଥ୍ୟ ସଂଗ୍ରହ କରୁଥିଲେ ।

ଏହି ସମୟରେ ହଠାତ୍ ଯୁବକଙ୍କ ପରିବାର ଲୋକେ ଉତ୍ୟକ୍ତ ହୋଇ ଆଶା କର୍ମୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଜୋତା ମାଡ କରିଥିଲେ । ଏହା ସହିତ ଆଶା ଏବଂ ଓ୍ୱାର୍ଡମେମ୍ବରଙ୍କ ଉପରକୁ ବିଭିନ୍ନ ମାରଣାସ୍ତ୍ର ଫୋପାଡିଥିଲେ । ଆହୁରି ମଧ୍ୟ ପରିବାର ଲୋକେ ଆଶା କର୍ମୀ ତାଙ୍କ ଘରକୁ ଯିବା ଘଟଣାକୁ ବିରୋଧ କରିଥିଲେ  । ଏହାପରେ ଆଶା କର୍ମୀ ସେଠାରୁ ଫେରି ଆସିଥିଲେ । ଏନେଇ ଆରତୀ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

   Related Posts