ଗଞ୍ଜାମ ଜିଲ୍ଲାରେ କୋହଳ ହେଲା ଲକ୍‌ଡାଉନ୍‌ ନିୟମ

Published By : Prameya-News7 Bureau | April 19, 2020 IST

ବ୍ରହ୍ମପୁର୧୯/୪: ଗଞ୍ଜାମ ଜିଲ୍ଲାରେ କୋହଳ ହେଲା ଲକ୍‌ଡାଉନ୍‌ ନିୟମ। ଆସନ୍ତା ସୋମବାର ଠାରୁ ଜିଲ୍ଲା ପ୍ରଶାସନ ଦେଇଥିବା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦୋକାନ, ବଜାର ଖୋଲିବ। ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲିଠାରୁ କେବଳ ଚାଳକ ନିଜେ ମୋଟର ସାଇକେଲ ନେଇ ଯାତ୍ରା କରି ପାରିବେ।

{"id":256753,"sizeSlug":"large"}

ସେହିପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ଲାଗି ନାହିଁ। ଅତ୍ୟାବଶ୍ୟକୀୟ ଦୋକାନୀ ଅବାଧ​‌ରେ ସାମଗ୍ରୀ ବିକ୍ରି ପାରିବେ। ସେହିପରି ଗୁଟଖା, ପାନ, ଚା ଓ ମଦ ଦୋକାନ ବନ୍ଦ ରହିବ। ଯେଉଁମାନେ ନିୟମରେ ଖିଲାପ କରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାମାଜିକା ଦୂରତ୍ବ ଏବଂ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.