ରାଜ୍ୟରେ ଲକଡାଉନ୍ କଟକଣା ଲାଗୁ : ଭଦ୍ରକରେ ସ୍ଥାନାନ୍ତର ହେଲା ଦୋକାନ, ଯାଞ୍ଚ କଲେ ପ୍ରଶାସନିକ ଅଧିକାରୀ

Published By : Prameya-News7 Bureau | May 05, 2021 IST

ଭଦ୍ରକ ୫।୫: ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିବା ପରେ ଭଦ୍ରକ ଜିଲ୍ଲାରେ ମଧ୍ୟ କଟକଣା ଲାଗୁ କରାଯାଉଛି । ସହର ମଧ୍ୟରେ ଥିବା ଦୋକାନ ଓ ଗୋଦାମ ସହ ଆମିଷ ମାର୍କେଟକୁ ସ୍ଥାନାନ୍ତର କରାଯାଇଛି । ଛକ ଛକରେ ପୋଲିସ ଜଗିଥିବା ବେଳେ ସହର ମଧ୍ୟକୁ ବାଇକ୍ ଓ ଗାଡିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ପ୍ରଶାସନିକ ଅଧିକାରୀମାନେ ବୁଲି ବୁଲି ଯାଞ୍ଚ କରୁଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ଅତ୍ୟାବଶ୍ୟକୀୟ ସେବା ଛଡା ସବୁ ବନ୍ଦ ରହିଛି ।

{"id":448511,"sizeSlug":"large","linkDestination":"none"}

ଭଦ୍ରକ ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକଣା ବଳବତ୍ତର ରହିଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କଟକଣା କୋହଳ ରହିଛି । ସହରର ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି । ବନ୍ତ ଛକ , ବାଇପାସ , ଅରଡିଛକ, ଅପର୍ତ୍ତିବିନ୍ଧା ଛକ, ଟାଉନହଲ ଛକରେ ବ୍ୟାରିକେଡ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି । ସହର ଭିତରକୁ ବାଇକର ପ୍ରବେଶ ଉପରେ କଟକଣା ରହିଥିବା ବେଳେ ମାଲବାହୀ ଗାଡିକୁ ଅନୁମତି ମିଳୁଛି । କେବଳ ଚାଲି ଚାଲି ବଜାର ଯିବା ପାଇଁ ଅନୁମତି ଦେଇଛି ପ୍ରଶାସନ ।

{"id":448512,"sizeSlug":"large","linkDestination":"none"}

ପରିବା ଦୋକାନଗୁଡିକୁ ଭିନ୍ନ ଭିନ୍ନ ସ୍ଥାନରେ ଖୋଲିବା ସହ ଆମିଷ ଦୋକାନଗୁଡିକୁ ଆରଏମ୍ସି ହାଟରେ ଖୋଲିବା ପାଇଁ ଅନୁମତି ମିଳିଛି । ତେବେ ପୋଲିସ ଓ ଏନଫୋର୍ସମେଣ୍ଟ ଟିମ୍ ଗହଳି ହେଉଥିବା ଅଞ୍ଚଳରେ ନଜର ରଖିଛି । ଜନସାଧାରଣଙ୍କୁ ଅଯଥା ଭିଡ଼ ନକରିବା ପାଇଁ ପ୍ରଶାସନ ଅନୁରୋଧ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.