ଲକଡାଉନ୍ କଟକଣା କୋହଳ: ସର୍ତ୍ତମୂଳକ ଭାବେ ଖୋଲିବ ଦୋକାନ, ସେଲୁନ ଓ ମଦ ଦୋକାନ ବନ୍ଦ

Published By : Prameya-News7 Bureau | April 25, 2020 IST

ଭୁବନେଶ୍ବର, ୨୫|୦୪:  ଆଜିଠାରୁ ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ରାଜ୍ୟରେ ମଧ୍ୟ କିଛି ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ତେବେ ରାଜ୍ୟରେ କେଉଁ ଦୋକାନ କେତେ ସମୟ ଖୋଲା ରହିବ ତା’ର ନିଷ୍ପତି ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନର ସ୍ଥିର କରିବେ । ସେହିଭଳି ରାଜ୍ୟରେ ପଞ୍ଜିକୃତ ଦୋକାନ ଗୁଡ଼ିକ ୫୦ପ୍ରତିଶତ କର୍ମଚାରୀରେ ଖୋଲିବାକୁ ନିର୍ଦେଶ ଦେଇଛନ୍ତି ସରକାର । ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । ତେବେ ବର୍ତମାନ ରାଜ୍ୟରେ ଲକଡାଉନ୍‌ କଟକଣା ଭିତରେ କେଉଁ ଦୋକାନ ଖୋଲିବ ଆଉ କେଉଁ ଦୋକାନ ଖୋଲିବାକୁ ଅନୁମତି ନାହିଁ ଚାଲନ୍ତୁ ଦେଖିବା ।

କିଛିଟା କୋହଳ ହେଲା ଲକଡାଉନ୍‌ କଟକଣା । ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପରେ ଏହା ଉପରେ ତାଙ୍କର ନିଷ୍ପତି ଜଣାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପଞ୍ଜିକୃତ ଦୋକାନ ଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବାକୁ ନିର୍ଦେଶ ଦେଇଛନ୍ତି ସରକାର । ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । କେଉଁ ଦୋକାନ କେତେ ସମୟ ଖୋଲା ରହିବ ତା’ର ନିଷ୍ପତି ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନର ସ୍ଥିର କରିବେ ।

{"id":260028,"width":767,"height":451,"sizeSlug":"large"}

କେଉଁ ଦୋକାନ ଖୋଲା ରହିବ

wp:list
  • ଗ୍ରାମାଞ୍ଚଳରେ ରେସିଡେନ୍‌ସିଆଲ କମ୍ପଲେକ୍ସ ଖୋଲିବ
  • ଗ୍ରାମାଞ୍ଚଳରେ ମାର୍କେଟ୍‌ କମ୍ପଲେକ୍ସ ମଧ୍ୟ ଖୋଲିବ
  • ସହରାଞ୍ଚଳରେ ଗୋଟିକିଆ ଦୋକାନ ଖୋଲାଯାଇପାରିବ
  • ସହରାଞ୍ଚଳରେ ରେସିଡେନ୍ସିଆଲ କମ୍ପଲେକ୍ସ ଖୋଯାଇପାରିବ
  • ସହରାଞ୍ଚଳରେ ସାହି,ଗଳିରେ ଥିବା ଦୋକାନଗୁଡ଼ିକ ଖୋଲାଯାଇପାରିବ
/wp:list {"id":260029,"width":748,"height":461,"sizeSlug":"large"}

କେଉଁ ଦୋକାନ ଖୋଲିବ ନାହିଁ

wp:list
  • ମଲ୍ଟି ବ୍ରାଣ୍ଡ ବା ସିଙ୍ଗଲବ୍ରାଣ୍ଡ ମଲ ଖୋଲାଯାଇପାରିବ ନାହିଁ
  • ସହରାଞ୍ଚଳରେ କୌଣସି ପ୍ରକାର ମଲ ଖୋଲାଯାଇପାରିବ ନାହିଁ
  • ମଦ ଦୋକାନ ଖୋଲିବ ନାହିଁ
  • ସେଲୁନ୍‌ ଖୋଲାଯାଇପାରିବ ନାହିଁ
/wp:list

ପୂର୍ବରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ପନିପରିବା, ଫଳ, ଔଷଧ ଓ ରାସନ ଦୋକାନ ଖୋଲିବାକୁ ଅନମତି ଦିଆଯାଇଥିବା ବେଳେ ଏବେ ରାଜ୍ୟରେ ସପ୍‌ ଆଣ୍ଡ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ପଞ୍ଜିକୃତ ହୋଇଥିବା ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।

{"id":260032,"width":760,"height":449,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.