Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ପୁଣି କରୋନା କଲା କଲବଲ: ଚୀନରେ ବଢ଼ୁଛି ଡେଲ୍‌ଟା ଭୂତାଣୁ ସଂକ୍ରମଣ, ବିଭିନ୍ନ ପ୍ରାନ୍ତରେ ଲାଗିଲା ଲକଡାଉନ୍‌

2/08/2021 at 7:30 PM

ବେଜିଂ ୦୨/୦୮:  ପୁଣି ଚୀନରେ ତାଣ୍ଡବ ରଚିଛି ମହାମାରୀ । କରୋନା ଭୂତାଣୁର ଡେଲଟା ଭାରିଏଣ୍ଟ ସଂକ୍ରମଣ ଚୀନକୁ ପୁଣି ଥରେ ଅସ୍ତବ୍ୟସ୍ତ କରିପକାଇଛି। ଯାହାକୁ ନଜରରେ ରଖି ଦେଶରେ ଫେରିଛି ଲକ୍‌ଡାଉନ୍‌। ପଡ଼ୋଶୀ ଚୀନରେ ଏବେ ପାଖାପାଖି ୮ ପ୍ରାନ୍ତରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫୁଜିଆନ୍‌ ପ୍ରାନ୍ତରେ ଥିବା ସାୟାମେନରୁ ୫୫ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ବହୁ ଶୀଘ୍ର ବ୍ୟାପୁଥିବା ଏହି ଡେଲଟା ଭାରିଏଣ୍ଟ ଭୂତାଣୁ ଚୀନର ୨୦ ସହରରେ ଉପସ୍ଥିତି ଜାହିର କରିଥିବା ବେଳେ ଉହାନ ସହରକୁ ଲାଗିଥିବା ଟ୍ରେନ୍‌ ଷ୍ଟେସନ୍‌ରେ ଏହାର କ୍ଲଷ୍ଟର ଚିହ୍ନଟ ହୋଇଛି। ବେଜିଂ ସମେତ ବହୁ ପ୍ରମୁଖ ସହରରେ ଏବେ ଟେଷ୍ଟିଂ ଜୋରଦାର ହେଉଥିବା ବେଳେ ଅତିକମ୍‌ରେ ୧୨ ଲକ୍ଷ ଲୋକ ଏବେ ୩ ଦିନ ପାଇଁ ଲକଡାଉନ୍‌ରେ ଅଛନ୍ତି । ହୁନାନ ପ୍ରାନ୍ତର ଝୁଝୁରେ ଏହି ଲକ୍‌ଡାଉନ୍‌ ଲାଗିଛି । ସେହିଭଳି ଗତ ସପ୍ତାହରେ ଝାଙ୍ଗଜିଆଜେରେ ଲକ୍‌ଡାଉନ୍‌ ଲାଗିଥିବା ବେଳେ ବେଜିଂକୁ ବାହାର ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଉନାହିଁ ।

ତେବେ କରୋନା ପୁଣି ଥରେ ବ୍ୟାପିବା ପଛରେ ଝାଙ୍ଗଜିଆଜେରେ ଆୟୋଜିତ ଏକ ଥିଏଟର ଫେଷ୍ଟିଭାଲ୍‌କୁ ଦାୟୀ କରାଯାଇଛି। ଏଥିରେ ସାମିଲ ହୋଇଥିବା ଲୋକେ ବିଶେଷ କରି ନାନଜିଙ୍ଗରୁ ଆସୁଥିବା ଲୋକଙ୍କୁ ଟ୍ରାକ୍‌ କରାଯାଉଛି। ଏବେ ଜରୁରୀ କାର୍ଯ୍ୟ ନଥି​ଲେ ଲୋକଙ୍କୁ ବେଜିଂ ବାହାରକୁ କିମ୍ବା ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳୁନଥିବା ବେଳେ ହେନାନ ପ୍ରାନ୍ତରେ ସରକାରୀ ଅଧିକାରୀଙ୍କ ମଧ୍ୟରେ କରୋନା ଭୂତାଣୁ ଭୟ ପୁଣି ତୀବ୍ର ହୋଇଛି।

ସେଠାରେ ୧୨ ଜଣ ଅଧିକାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ ୧୦ ଦିନ ମଧ୍ୟରେ ଚୀନ୍‌ ୧୪ ପ୍ରାନ୍ତରୁ ୨୪୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ଯାତ୍ରା ଏବଂ ଯାତ୍ରୀଙ୍କ ଉପରେ ରୋକ ଲଗାଇବାକୁ ପ୍ରଶାସନ ଚିନ୍ତା କରୁଥିବା କୁହାଯାଉଛି ।

   Related Posts