Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଦେଶରେ ବଢିପାରେ ଲକଡାଉନ୍ ଅବଧି: ଭିଡିଓ କନଫରେନ୍ସିଂରେ ଜରିଆରେ ରାଜନୈତିକ ଦଳର ଫ୍ଲୋର୍ ଲିଡର୍‌ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

8/04/2020 at 7:46 PM

ଭୁବନେଶ୍ବର୮/୪: ଦେଶ ସାରା ଲାଗୁ ହୋଇଥିବା ଲକ୍  ଡାଉନ୍ ସରିବାକୁ ଆଉ ସପ୍ତାହେରୁ କମ୍ ସମୟ ରହିଲା। ଦେଶରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏପରି ସ୍ଥିତିରେ କେନ୍ଦ୍ର ସରକାର ଲକ୍  ଡାଉନ୍ ଉଠାଇବେ ନା ବଢ଼ାଇବେ ତାହା ବଡ଼ ଚିନ୍ତା। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପାର୍ଲାମେଣ୍ଟର ସବୁ ରାଜନୈତିକ ଦଳର ଫ୍ଲୋର୍  ଲିଡରଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି।

ଦେଶରେ ବଢିପାରେ ଲକ୍ ଡାଉନ୍ ଅବଧି । ଏପ୍ରିଲ ୧୪ ପରେ ଲକ୍ ଡାଉନ୍ ଅବଧି ବଢାଇବା ସଙ୍କେତ ଦେଇଛନ୍ତି ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ଆଜି ପାର୍ଲାମେଣ୍ଟର ସବୁ ରାଜନୈତିକ ଦଳର ଫ୍ଲୋର୍  ଲିଡରଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ଏଥିରେ ଅଧିକାଂଶ ଦଳର ନେତା ଲକ୍ ଡାଉନ୍ ଅବଧି ବଢାଇବା ସପକ୍ଷରେ ମତ ଦେଇଛନ୍ତି । ପୂର୍ବରୁ ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ସମୟସୀମା ବୃଦ୍ଧି ପାଇଁ ପ୍ରସ୍ତାବ ଦେଇ ସାରିଛନ୍ତି । ବୈଠକ ପରେ ଯେଉଁ ସୂଚନା ମିଳିଛି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ସରକାର ଲକ୍ ଡାଉନ୍ ଅବଧି ବଢାଇବା ଦିଗରେ ବିଚାର ଆରମ୍ଭ କରିଛନ୍ତି । ଆସନ୍ତା ୧୧ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂରେ ଆଲୋଚନା କରିବା ପରେ ଏନେଇ ଚୂଡାନ୍ତି ନିଷ୍ପତ୍ତି ଆସିପାରେ ।

ଆସନ୍ତା ୧୪ ତାରିଖରେ ଏକାଥରକେ ଲକ୍ ଡାଉନ୍ ନଉଠାଇବା ପାଇଁ ଅନେକ ରାଜ୍ୟ, ବୁଦ୍ଧିଜୀବୀ ଏବଂ ବିଶେଷଜ୍ଞ ମତ ଦେଇଥିବା ବୈଠକରେ ପ୍ରଧନାମନ୍ତ୍ରୀ ଅବଗତ କରାଇଥିଲେ । କରୋନା ପରେ ସାମାଜିକ ଓ ବ୍ୟକ୍ତିଗତ ସ୍ତରରେ ଅନେକ ପରିବର୍ତ୍ତନ ଘଟିପାରେ । ସେଥିପାଇଁ ଏକାଥରକେ ଲକ୍ ଡାଉନ୍ ନ ଉଠାଇ ଏହାକୁ ପର୍ଯ୍ୟାୟକ୍ରମେ ହାଟାଇବାକୁ ବ୍ୟବସ୍ଥା କରିବାକୁ ମତ ରଖିଥିଲେ ପ୍ରଧାନମନ୍ତ୍ରୀ।

ତେବେ ବୈଠକରେ ଭାଗ ନେଇଥିବା ବିଭିନ୍ନ ରାଜନୈତିକ ଦଳର ନେତା କୋଭିଡ-୧୯ ମୁକାବିଲା ଲାଗି ସ୍ବତନ୍ତ୍ର ଆର୍ଥିକ ସହାୟତା ଦେବାକୁ ଦାବି କରିଥିଲେ । ସେହିଭଳି କରୋନା ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ପର୍ସନାଲ ପ୍ରୋଟେକ୍ସନ ଇକ୍ବିପ୍ ମେଣ୍ଟ-ପିପିଇ ଏବଂ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ଯୋଗାଇ ଦେବାକୁ ଦାବି ହୋଇଥିଲା । କରୋନା ମୁକାବିଲା ଲାଗି କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ଟାକ୍ସଫୋର୍ସ ଗଠନ କରିବାକୁ ବରିଷ୍ଠ କଂଗ୍ରେସ ନେତା  ଗୁଲାମ ନାମି ଆଜାଦ ଦାବି କରିଛନ୍ତି ।

   Related Posts