Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବଢିବ ଲକ୍‌ଡାଉନ୍‌ ? ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ପ୍ରସ୍ତାବ ଦେଲେ ଅନେକ ମୁଖ୍ୟମନ୍ତ୍ରୀ

11/05/2020 at 8:00 PM

ନୂଆଦିଲ୍ଲୀ ୧୧।୦୫: କଣ ମଙ୍ଗଳବାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା ହେବ ? ଏହି ପ୍ରଶ୍ନ ଏଥିପାଇଁ ଜରୁରୀ କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କରୋନା  ସଙ୍କଟର ସାଂପ୍ରତିକ ସ୍ଥିତିକୁ ନେଇ ଭବିଷ୍ୟତଣର ରଣନୀତି ଉପରେ ଆଲେଚନା ସମୟରେ କିଛି ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି। ସବୁଠୁ ବଡ କଥା ଏହି ପ୍ରସ୍ତାବ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ପକ୍ଷରୁ ଆସିଛି। ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ନେଇ ଦାବି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ। ଏବେ ଦେଖିବା ବାକି ରହିଲା ଯେ, କେନ୍ଦ୍ର ସରକାର ଲକ୍‌ଡାଉନ୍ ବୃଦ୍ଧି କରୁଛନ୍ତି ନା ନାହିଁ।

ଭିଡିଓ କନଫରେନ୍ସିଂ ଜରିଆରେ ଆଜି ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯଦି ଲକ୍‌ଡାଉନ୍‌ ବଢାଯିବ ନାହିଁ ତେବେ କରୋନା ସଂକ୍ରମଣ ରୋକିବା ମୁସ୍କିଲ ହୋଇଯିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ସମାଲୋଚନା କରି ଲକ୍‌ଡାଉନ୍‌ ବୃଦ୍ଧି ସପକ୍ଷରେ ଛିଡା ହୋଇଛନ୍ତି। କରୋନା ପରି ସଙ୍କଟ ସମୟରେ ରାଜନୀତି ନକରିବାକୁ ସେ କେନ୍ଦ୍ରକୁ କହିଛନ୍ତି।

ରେଡ୍ ଜୋନ୍‌ରୁ ଗ୍ରୀନ ଜୋନ୍‌ ପର୍ଯ୍ୟନ୍ତ ଯାତାୟାତ ଉପରେ ରୋକ୍ ଲାଗୁ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସମଗ୍ର ଦେଶରେ ଲୋକଙ୍କ ଗମନାଗମନ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି କେବଳ ରେଡ୍‌ ଜୋନ୍‌ ନୁହେଁ ଗ୍ରୀନ ଜୋନ୍‌ରେ ମଧ୍ୟ ଯାତାୟାତ ଉପରେ ସଂପୂର୍ଣ୍ଣ ରୋକ୍‌ ଲଗାଯାଉ।

ମେ ୩୧ ପର୍ଯ୍ୟନ୍ତ ଟ୍ରେନ୍‌ ସେବା ରୋକାଯାଉ

ଏହି ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସାମୀ ମେ ୩୧ ସୁଦ୍ଧ ରାଜ୍ୟରେ ଟ୍ରେନ୍ ସେବା ଚଳାଚଳ ରୋକିବାକୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସାମୀ ପ୍ରଧାନମନ୍ତ୍ରୀଙ୍କୁ ମେ ୩୧ ସୁଦ୍ଧା ରାଜ୍ୟରେ ଟ୍ରେନ୍ ଚଳାଚଳ ଲାଗି ଅନୁମତି ନଦେବାକୁ ଅପିଲ୍ କରିଛନ୍ତି।

ଜିଡିପିରେ ଆମର ଯୋଗଦାନ ବଡ ହେବ

ଅନ୍ୟପଟେ  ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ନିଜ କଥା ରଖିଛନ୍ତି। ସେ କହିଛନ୍ତି, ହରିୟାଣାରେ ଗହମ ଫସଲ ବହୁତ ଭଲ ହୋଇଛି। ଏହା ଜରିଆରେ ରାଜ୍ୟ ଦେଶର ଜିଡିପିରେ ବଡ ଯୋଗଦାନ ଦେବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଏପ୍ରିଲ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲକ୍‌ଡାଉନ୍‌ ଅବଧି ବଢାଇବାକୁ ଅପିଲ୍ କରିଥିଲେ ଏବଂ ଏପ୍ରିଲ ୨୮ରେ ଲକ୍‌ଡାଉନ୍ ମିଆଦକୁ ମେ ୧୭ ପର୍ଯ୍ୟନ୍ତ ବଢାଯାଇଥିଲା। ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି, କେନ୍ଦ୍ର ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ ନିଷ୍ପତ୍ତି ନେଉଛି ଏବଂ ଆଗାମୀ ଦିନରେ ମଧ୍ୟ ସେମାନଙ୍କର ପ୍ରସ୍ତାବ ଓ ପରାମର୍ଶ ଅନୁସାରେ ନିଷ୍ପତ୍ତି ନିଆଯିବ।

   Related Posts