ଲକ୍ ଡାଉନ୍ ବେଳେ ଘରମୁହାଁ ଶ୍ରମିକଙ୍କ ଅବସ୍ଥା ଯେତିକି ଯନ୍ତ୍ରଣାଦାୟକ ସେତିକି ଭୟଙ୍କର ମଧ୍ୟ ଥିଲା

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୩: କରୋନା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଜାରି ରହିଛି । ହଜାର ହଜାର ଲୋକ ଓ ଶ୍ରମିକ ଲକ୍ ଡାଉନ୍ ମଧ୍ୟରେ ସହରରୁ ନିଜ ନିଜ ଘରକୁ ଫେରୁଛନ୍ତି । ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ସ୍ଥାନାନ୍ତର କରିବା ଏକ ବଡ ଆହ୍ବାନ ପାଲଟିଯାଇଛି । ସବୁଠାରୁ ଦୁଃଖଦାୟକ ଅବସ୍ଥା ଦିଲ୍ଲୀ-ଏନସିଆରର । ଯେଉଁଠାରେ ହଜାର ହଜାର ଶ୍ରମିକ, ରିକ୍ସା ଡ୍ରାଇଭର ଏବଂ କାରଖାନା କର୍ମଚାରୀ ନିଜ ନିଜ ଘରକୁ ଫେରିବାକୁ ବାହାରିଛନ୍ତି ।

{"id":245732,"sizeSlug":"large"}

ବାସ୍ତବରେ ଶନିବାର ଦିନ ଲକ୍ ଡାଉନ୍ ର ଚତୁର୍ଥ ଦିନରେ ସାରା ଦେଶର ଶ୍ରମିକମାନେ ଅନିଶ୍ଚିତତା ମଧ୍ୟରେ ନିଜ ନିଜ ଘରରୁ ଫେରିବା ଆରମ୍ଭ କରିଥିଲେ । ଏହି କାରଣରୁ ଦିଲ୍ଲୀ ଭଳି ସହରରେ ବହୁଳ ଭାବେ ଜନଗହଳି ଲାଗିଥିଲା । ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଆନନ୍ଦ ବିହାର ଆନ୍ତଃ ରାଜ୍ୟ ବସ୍ ଷ୍ଟାଣ୍ଡରେ ବହୁ ସଂଖ୍ୟାରେ ଲୋକ ନିଜ ନିଜ ଘରକୁ ଫେରିବାକୁ ରୁଣ୍ଡ ହୋଇଥିଲେ । ଯେଉଁଠାରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ।

{"id":245733,"sizeSlug":"large"}

ଏଠାରେ ଉପସ୍ଥିତ ଥିବା ଶ୍ରମିକମାନେ କହିଥିଲେ ଯେ, “ଖାଦ୍ୟ ନାହିଁ, କାମ ନାହିଁ, ଆମେ ଏଠାରେ ରହିଲେ ମରିଯିବୁ ।” ଏମାନଙ୍କର ଅସହାୟ ଅବସ୍ଥା ଦେଖି ଜଣାପଡୁଥିଲା ଯେ, ଏମାନଙ୍କ ମନରେ କେତେ ଯନ୍ତ୍ରଣା ଏବଂ କ୍ଷୋଭ ରହିଛି । ନିଜ ନିଜ ଘରକୁ ଫେରିବାକୁ ଏମାନଙ୍କ ମନରେ ଅହେତୁକ ଇଚ୍ଛା ସୃଷ୍ଟି ହୋଇଛି ।

{"id":245734,"sizeSlug":"large"}

ଶ୍ରମିକମାନେ କରୋନାରେ ସଂକ୍ରମିତ ହେବାର ଚିନ୍ତା କରନ୍ତି ନାହିଁ । ଅନ୍ୟ କାହାକୁ ସଂକ୍ରମିତ କରିବାର କୌଣସି ଇଚ୍ଛା ମଧ୍ୟ ରଖନ୍ତିନାହିଁ । ସେମାନଙ୍କୁ ଯାହା ହେଲେ ବି ଘରକୁ ଯିବାକୁ ପଡିବ । ଏମିତିରେ କୌଣସି ପ୍ରକାରରେ ବସ୍ ରେ ଚଢିଯିବାର ଉଦ୍ୟମ କରିଥିଲେ । ଆନନ୍ଦ ବିହାର ବସଷ୍ଟାଣ୍ଡରେ ମଧ୍ୟ ଶ୍ରମିକମାନଙ୍କର ଏକ ସମାବେଶ ଦେଖିବାକୁ ମିଳିଥିଲା । ପକେଟ ଖାଲି ଅଛି, ପରିବାର ପ୍ରତିପୋଷଣର ଚିନ୍ତା ବଢାଇ ଦେଇଛି |

{"id":245735,"sizeSlug":"large"}

ମଣ୍ଡିରେ କାମ କରୁଥିବା ଶ୍ରମିକମାନେ ଜାଣନ୍ତି ଯେ, ଦିଲ୍ଲୀରୁ ବହରାଇଚ୍ ପର୍ଯ୍ୟନ୍ତ ଦୂରତା ୬୦୦ କିଲୋମିଟର । ସମସ୍ତ ରାସ୍ତାଘାଟ ବନ୍ଦ ଅଛି | ବସ୍ ବନ୍ଦ ଅଛି | ଟ୍ରେନ୍ ବନ୍ଦ ଅଛି । ତଥାପି ପାଦରେ ଚାଲି ଚାଲି ବାହାରିପଡିଲେ । ସେଠାରେ ଜଣେ ଶ୍ରମିକ ନାହାନ୍ତି ହଜାର ହଜାର ଶ୍ରମିକ ଅଛନ୍ତି । କେହି କେହି ଜଣେ ପାଟନାକୁ ପାଦରେ ଚାଲି ଚାଲି ବାହାରିଛନ୍ତି ତ କେହି କେହି ସମସ୍ତିପୁର ଯିବାକୁ ବାହାରିଛନ୍ତି | କେହି କେହି ଗୋରଖପୁର, ଜାନସୀ ବାହରାଇଚ୍, ବାଲିଆ ବଳରାମପୁର ଯିବାକୁ ଚାହୁଁଛନ୍ତି |

{"id":245736,"sizeSlug":"large"}

କେବଳ ଦିଲ୍ଲୀ-ଏନସିଆର ନୁହେଁ ଦେଶର ଅନ୍ୟ ବଡ ଏବଂ ଛୋଟ ସହରରୁ ଲୋକମାନେ ଏହିଭଳି ଚାଲି ଯିବାର ଦେଖିବାକୁ ମିଳିଛି । ସେ କାନପୁର, ସୋନିପାଟ, ସିରସା, ଆଗ୍ରା କି ମାଲୱା ହେଉ | ଲକ୍ ଡାଉନ୍ ମଧ୍ୟରେ ଶ୍ରମିକଙ୍କ ଏଭଳି ସ୍ଥାନାନ୍ତରଣ ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯେଉଁଠାରେ ଲୋକମାନେ ଫସି ରହିଛନ୍ତି ସେଠାରେ ରାଜ୍ୟ ସରକାର ସାହାଯ୍ୟ କରୁଛନ୍ତି । ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଉଛି ।

{"id":245737,"sizeSlug":"large"}

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ବ୍ୟବହାର କରି ଲକ୍ ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଅନେକ ନିର୍ଦ୍ଦେଶ ଦିଆଯାଇଛି ।
ସୀମା ଅଞ୍ଚଳରେ ରାଜପଥ ଦେଇ ଯାଉଥିବା ଲୋକଙ୍କ ପାଇଁ ରିଲିଫ୍ କ୍ୟାମ୍ପ୍ ଗଠନ କରିବା ସହିତ ଲକ୍-ଡାଉନ୍ ଜାରି ରହିବା ପର୍ଯ୍ୟନ୍ତ ଏମାନଙ୍କର ରହିବା, କାଦ୍ୟପେୟର ବ୍ୟବସ୍ଥା କରିବାକୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସମୟରେ ସାମାଜିକ ଦୂରତାର ପୂରାପୁରି ଧ୍ୟାନ ରଖିବା ମଧ୍ୟ ଉଚିତ୍ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.