ସେକ୍ସ ଲାଇଫକୁ ପ୍ରଭାବିତ କରିଛି ଲକ୍‌ଡାଉନ୍‌, ୧୦ରୁ ୬ ପାର୍ଟନର ଶାରିରୀକ ସମ୍ପର୍କଠାରୁ ଦୂରରେ, ବିଶେଷଜ୍ଞ କହିଲେ ଚିନ୍ତାଜନକ

Published By : Prameya-News7 Bureau | June 13, 2020 IST

ଲଣ୍ଡନ ୧୩।୦୬ : କରୋନା ପାଇଁ ଚାରିଆଡେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଲକ୍‌ଡାଉନ୍‌ ଯୋଗୁଁ ମଣିଷର ଦୈନଦିନ ଜୀବନ ଉପରେ ଏହା ଖୁବ୍‌ ପ୍ରଭାବ ପକାଉଛି । କେଉଁଠି ପାରିବାରିକ ଅଶାନ୍ତି ଦେଖାଦେଉଛି ତ କେଉଁଠି ମାନିସିକ ଚାନ୍ତି ଦେଖାଦେଇଛି । ଏଭଳି ସମସ୍ୟା ଏବେ ପରିବାର ଓ ପାର୍ଟନରଙ୍କ ମଧ୍ୟରେ ଦେଖାଦେଇଛି ବୋଲି ଏକ ରିସର୍ଚ୍ଚ ଦାବି କରିଛି । ଯଦି ଆପଣମାନଙ୍କୁ ଲାଗୁଛି ଯେ, ଲକ୍‌ଡାଉନ୍‌ ପାଇଁ  ଦମ୍ପିତଙ୍କ ମଧ୍ୟରେ ଭଲ ସମ୍ପର୍କ ଆସିଛି । ପୂର୍ବ ଅପେକ୍ଷା ନିଜ ଜୀବନ ଶୈଳୀକୁ ଅଧିର ଏନ୍‌ଜୟେ କରୁଛନ୍ତି, ବେଡ୍‌ରେ ଅଧିକ ସମୟ ବିତାଉଛନ୍ତି । ତେବେ ତାହା ଭାବିବା କି ଚିନ୍ତା କରିବା ମଧ୍ୟ ଭୁଲ୍ । ଏକ ରିସର୍ଚରୁ ଜଣାପଡିଛି ଯେ, କରୋନା ମହାମାରୀ ସମୟରେ ୧୦ରୁ ୬ ଲୋକ ନିଜର ସେକ୍ସ ଲାଇଫ୍‌ ଠାରୁ ଦୂରେଇ ରହିଛନ୍ତି । ଦି ସେକ୍ସନ୍ ମେଡିସିନ୍ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ଖବରରୁ ଏହା ଜଣାପଡିଛି ।

UKର ଆଙ୍ଗଲିଆ ରୁସ୍କିନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଲି ସ୍ମିଥ୍ ଏବଂ ମାର୍କ ଟୁଲିଙ୍କ ନେତୃତ୍ୱରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ବ୍ରିଟେନର ୪୦% ଲୋକ ସପ୍ତାହରେ ଅତି କମରେ ଥରେ ଯୌନସମ୍ପର୍କ ରଖିଥାନ୍ତି। ସର୍ଭେରେ ସାମିଲ କରାଯାଇଥିବା ଲୋକଙ୍କ ମଧ୍ୟରେ ୩୯.୯ ପ୍ରତିଶତ ଲୋକ ଗତ କିଛି ଦିନ ମଧ୍ୟରେ  କୌଣସି ନା  ପ୍ରକାର ଯୌନ କାର୍ଯ୍ୟକଳାପ କରିଥାନ୍ତି। ଯାହାକି ପୂର୍ବତୁଳନାରେ କମ୍‌ ବୋଲି ଆକଳନ କରାଯାଇଛି । କରୋନା ମହାମାରୀ ଯୋଗୁଁ ବିବାହିତ ଲୋକମାନେ ସଂକ୍ରମଣ ଭୟ କରି ନିଜ ପାରିବାରିକ ଜୀବନରେ ଶାରିରୀକ ସମ୍ପର୍କ ରଖିବାକୁ ଭୟ କରୁଛନ୍ତି । ଯାହାଫଳରେ କି ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇଥାଏ । ଏହାଫଳରେ ଦମ୍ପତିମାନେ ମାନସିକ ଚିନ୍ତାରେ ଗତି କରୁଛନ୍ତି ବୋଲି ଅଧ୍ୟୟନରୁ ଜଣାପଡିଛି । ଗୋଟିଏ ପଟେ ସଂକ୍ରମଣ ଭୟ ତ ଆଉ ଗୋଟିଏ ପଟେ ଲକ୍‌ଡାଉନ୍‌ ଯୋଗୁଁ ନିଜ ସାଥୀମାନଙ୍କ ସହ ଦେଖାକରିପାରନାହାନ୍ତି । ଯାହାକି ଉଭୟଙ୍କ ପାଇଁ ଏକପ୍ରକାର ଚିନ୍ତାର ବିଷୟ ପାଲଟିଛି ।

ଅଧ୍ୟୟନର ଲେଖକମାନେ କହିଛନ୍ତି ଯେ, ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଚାପ ଏବଂ ଲକ୍‌ଡ଼ାଉନ୍‌ ଯୋଗୁଁ ଅଧିକାଂଶ ଲୋକ ଏହି ସମୟରେ ଶାରୀରିକ ସଂପର୍କ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଡାକ୍ତର ସ୍ମିଥ୍ କହିଛନ୍ତି, 'ଲକ୍‌ଡାଉନ୍‌ ହେତୁ ଲୋକମାନେ ଘରେ ଅଛନ୍ତି ଏବଂ ଏହି ଅନୁସନ୍ଧାନ ଆରମ୍ଭ କରିବାବେଳେ ଆମେ ଆଶା କରିଥିଲୁ ଯେ ଦମ୍ପତିଙ୍କ ମଧ୍ୟରେ ଯୌନ ସଂପର୍କ ଅଧିକ ହେବ କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଆମେ ଏଥିରୁ ବହୁତ କମ୍ ମାମଲା ପାଇଥିଲୁ। ଯାହାଦ୍ୱାର ଏହା ମଧ୍ୟ ଜଣାପଡିଲା ଯେ ଲକ୍‌ଡାଉନ୍‌ ସମୟରେ ଯୌନ ସମ୍ପର୍କରେ ରଖୁଥିବା ମାମଲା ଖୁବ୍‌ କମ୍ ହୋଇଛି ।

ଅଧ୍ୟୟନର ଲେଖକମାନେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ସମୟରେ ଅଧିକାଂଶ ଲୋକ ମହାମାରୀ ହେତୁ ଚିନ୍ତିତ ଏବଂ ଅନୁପଯୁକ୍ତ ମନୋଭାବ ହେତୁ ସେମାନେ ଯୌନ ସମ୍ପର୍କଠାରୁ ଦୂରରେ ରହିଥାନ୍ତି। ଏହା ବ୍ୟତୀତ, ଯେଉଁମାନେ ବିବାହିତ ନୁହଁନ୍ତି ସେମାନେ ଲକ୍‌ଡାଉନ୍‌ ହେତୁ ସେମାନଙ୍କର ନିଜ ସାଥୀମାନଙ୍କୁ ଭେଟିବାକୁ ସକ୍ଷମ ନୁହଁନ୍ତି | ତେଣୁ ଏକପ୍ରକାର ସେମାନଙ୍କର ମଧ୍ୟ ଯୌନ ସମ୍ପର୍କ ମଧ୍ୟ ହୋଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.