ଲକଡାଉନ୍ ଲଜ୍ଜା : ଟିଭି ଚ୍ୟାନେଲ୍ କର୍ମଚାରୀଙ୍କୁ ଡାକି ପଚରାଉଚରା, ତଥାପି ଅଭିଯୁକ୍ତଙ୍କ ଶୋର୍ ଶବ୍ଦ ପାଉନି ପୋଲିସ

Published By : Prameya-News7 Bureau | September 15, 2020 IST

ଭୁବନେଶ୍ୱର, ୧୫|୯ :  ଲକଡାଉନ୍‌ ବେଳେ ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୋଗର ୧୫ଦିନ ପରେ ବି ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ଆଜି ପୁଣି ତଦନ୍ତର ଦ୍ବାହି ଦେଇଛନ୍ତି ଭୁବନେଶ୍ବର ଡିସିପି । ସେପଟେ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଓଟିଭିର ଆଉଟ୍‌ପୁଟ ଏଡିଟରଙ୍କୁ ଡାକି ପଚରାଉଚରା କରିଛି ଭୁବନେଶ୍ବର ମହିଳା ଥାନା ପୋଲିସ । ସେହିଭଳି ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡାଙ୍କୁ ଆସନ୍ତା ୨୧ରେ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍‌ କରିଛନ୍ତି ମହିଳା କମିଶନ ।

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ୧୫ଦିନ ପରେ ବି ପୋଲିସ ହାତ ଖାଲି । ସାମ୍ନାକୁ ଆସି ପୁଣି ତଦନ୍ତର ଦ୍ବାହି ଦେଇଛନ୍ତି ଭୁବନେଶ୍ବର ଡିସିପି । କହିଛନ୍ତି,  ଘଟଣା ସହ ସମ୍ପୃକ୍ତି ଥିବା ସାକ୍ଷୀଙ୍କୁ ପଚରା ଉଚରା ଚାଲିଛି । ତଦନ୍ତ ସମୟରେ ଯେଉଁମାନାଙ୍କ ନାଁ ସାମ୍ନାକୁ ଆସିବ ସେମାନଙ୍କୁ ପଚରାଉଚରା କରାଯିବ ।ଅଭିଯୋଗ ଆସିଥିବା ପୋଲିସ କର୍ମଚାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ବି ଜାରି ରହିଛି । ତଦନ୍ତକାରୀ ଅଫିସର ଓ କିଛି ସାକ୍ଷୀ କରୋନା ଆକ୍ରାନ୍ତ ଥିବାରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଆମେ ଆଉ କିଛି ସମୟ ମାଗିଛୁ ।

{"id":330083,"sizeSlug":"large"}

ସେପଟେ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଓଟିଭିର ଆଉଟପୁଟ୍‌ ଏଡିଟରଙ୍କୁ ଡାକି ପଚରା ଉଚରା କରିଛି ଭୁବନେଶ୍ବର ମହିଳା ଥାନା ପୋଲିସ । ଏହି ମାମଲାରେ  ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡାଙ୍କୁ ମଧ୍ୟ ଆସନ୍ତା ୨୧ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ କରିଛନ୍ତି ରାଜ୍ୟ ମହିଳା କମିଶନ । ହାଜର ନହେଲେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।

ଏହି ଘଟଣାରେ ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓ୍ବିମେନ୍‌ ଫୋରମ୍‌ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି । ଯେଉଁଥିରେ ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏଥିରେ ଦାବି କରାଯାଇଛି ।

{"id":330084,"sizeSlug":"large"}

ଗଲା ମାର୍ଚ୍ଚ-ଏପ୍ରିଲ କରୋନା ଲକ୍‌ଡାଉନ୍‌ ବେଳେ ଘଟଣା ଘଟିଛି । ଅଗଷ୍ଟ ୩୦ରେ ଥାନାରେ ଅଭିଯୋଗ ହେଉଛି । ଆଉ ଅଭିଯୋଗର ୧୫ଦିନ ପରେ ବି କେବଳ ତଦନ୍ତର ଦ୍ବାହି ଦିଆଯାଉଛି । ଏମିତିରେ ଖୋଦ୍‌ ରାଜଧାନୀରେ ଏତେବଡ଼ ସଂଗୀନ୍‌ ଅଭିଯୋଗ ପରେ ବି ଏହାକୁ ନେଇ କାର୍ଯ୍ୟାନୁଷ୍ଠାନରେ ଏତେ ମନ୍ଥରତା କାହିଁକି ତାହା ବୁଝାପଡ଼ୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.