ସପିଙ୍ଗ ସେଣ୍ଟର ଉଦ୍ୟାଗ ଲାଗି କାଳ ହୋଇପାରେ କରୋନା ଲକଡାଉନ୍, ବନ୍ଦ ହୋଇପାରେ ୫ଶହରୁ ଅଧିକ ବାଣିଜ୍ୟିକ କେନ୍ଦ୍ର

Published By : Prameya-News7 Bureau | May 26, 2020 IST

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀର ପ୍ରକୋପ ଭାରତରେ ବଢି ବଢି ଚାଲିଛି। ଏଥିରେ ସଂକ୍ରମଣ ରୋକିବାକୁ ସରକାର ଘୋଷଣା କରିଥିବା ଲକଡାଉନ୍‌କୁ ୨ମାସ ପୂରଣ ହୋଇଛି। ଫଳରେ ଦେଶରେ ମଲ, ସପିଂ ସେଣ୍ଟର, ହାଟ, ବଜାର ସବୁ ବନ୍ଦ ରହିଛି। ଆର୍ଥିକ ଗତିବିଧି ଥମିଯାଇଥିବା ବେଳେ ଲକଡାଉନ ହଟିବା ପରର ପରିସ୍ଥିତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

{"id":276597,"sizeSlug":"large"}

ଲକଡାଉନ ଯୋଗୁ ଦେଶର ସଙ୍ଗଠିତ ଖୁଚୁରା ଉଦ୍ୟୋଗ ଗୁରୁତର ପ୍ରଭାବିତ ହୋଇଛି। ଲକଡାଉନ ପରଦିନଠାରୁ ଏହି ଉଦ୍ୟୋଗ ଗୋଟିଏ ପଇସା ବି ଆୟ କରିପାରିନି। ଏଥିରେ ସରକାର ଏବେ ନିୟମରେ କୋହଳ କରିଥିଲେ ହେଁ ମଲ, ସପିଂ ସେଣ୍ଟର ନିୟମରେ କୋହଳ କରିନାହାନ୍ତି। ହୁଏତ ପରବର୍ତ୍ତି ସମୟରେ ଏହି ସବୁ ଉଦ୍ୟୋଗ ଲାଗି ମଧ୍ୟ ନିୟମ କୋହଳ ହୋଇପାରେ। ହେଲେ ସୋସିଆଲ ଡିଷ୍ଟାନସିଂ ସମୟରେ କାରବାରର ରୂପରେଖ ପରିବର୍ତ୍ତନ ଠାରୁ ଆରମ୍ଭ କରି ପୂର୍ବଭଳି  ଅତ୍ୟାବଶ୍ୟକୀୟ ସାମଗ୍ରୀର ଚାହିଦା ଅନୁସାରେ ଯୋଗାଣ ପରିଚାଳନାରେ ସଫଳ ହେବେ କି ନା ସେ ନେଇ କିନ୍ତୁ କେହି ଗ୍ୟାରେଣ୍ଟି ଦେଇ ପାରୁନଥିବା ସପିଂ ସେଣ୍ଟର୍ସ ଆସୋସିଏସନ ଅଫ ଇଣ୍ଡିଆ (ଏସସିଏଆଇ) କହିଛନ୍ତି। ଦେଶର ଅର୍ଥନୀତିକୁ ପୁଣି ରାସ୍ତାକୁ ଆଣିବା ଲାଗି ଭାରତୀୟ ରିଜର୍ଭବ୍ୟାଙ୍କ ଇତିମଧ୍ୟରେ ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ହେଲେ ଖାସ ଏହି ଉଦ୍ୟୋଗର ଲିକ୍ୱିଡିଟି ଆବଶ୍ୟକତା ପୂରଣ ଲାଗି ତାହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ଅଧ୍ୟକ୍ଷ ଅମିତାଭ ତନେଜା।

{"id":276598,"width":580,"height":325,"sizeSlug":"large"}

ତେବେ ଭାରତରେ ମଲ ଓ ସପିଂ ସେଣ୍ଟର ଏବେ ବଡବଡ ସହରାଞ୍ଚଳରେ ନୁହେଁ ଦୂରଦୂରାନ୍ତରେ ବି ସ୍ଥାପିତ ହେବା ସହ କାରବାର ବି କରୁଥିଲେ। ଏପରି ବ୍ୟାବସାୟୀକ ପେଣ୍ଠ ଷ୍ଟାଣ୍ଡ ଏଲୋନ ଡେଭଲପରଙ୍କ ମାଲିକାନାରେ ରହିଛି। ଦେଶରେ ଏପରି ୫୫୦ଟି ଷ୍ଟାଣ୍ଡ ଏଲୋନ ସପିଂ ମଲ ଥିବା ବେଳେ ଛୋଟବଡ ହୋଇ ୧ହଜାରରୁ ଊର୍ଦ୍ଧ୍ୱ ବ୍ୟବସାୟୀକ କେନ୍ଦ୍ର ରହିଛି। ଉପୁଜିଥିବା ପରିସ୍ଥିତିରେ ସେ ସବୁ ଚାଲିବ କି ନା ତାହା ଏବେଠାକରୁ କହିବା କାଠିକର ପାଠ ହେବ ବୋଲି କହିଛନ୍ତି ତନେଜା।

{"id":276599,"width":581,"height":413,"sizeSlug":"large"}

ତେବେ ସରକାର ଯଦି ଏହି କ୍ଷେତ୍ରପ୍ରତି ଦୀର୍ଘକାଳିକ ଲାଭଦାୟକ ଯୋଜନା ହାତକୁ ନେବେ ତେବେ କିଛି ଆଶା କରାଯାଇପାରେ ବୋଲି ଅଧ୍ୟକ୍ଷ କହିଛନ୍ତି। ଆରବିଆଇ ଏବେ ବିଭିନ୍ନ କ୍ଷେତ୍ର ଲାଗି ମର୍ଟାରିୟମ ସୁବିଧା ପ୍ରଦାନ କରିଛନ୍ତି। ଏହି କ୍ଷେତ୍ର ଲାଗି ମଧ୍ୟ ସେପରି କିଛି ସୁବିଧା ମିଳିବା ଦରକାର। ଆରବିଆଇ ମଧ୍ୟ ଏହି କ୍ଷେତ୍ରପ୍ରତି ବିଶେଷ ଆର୍ଥିକ ପ୍ୟାକେଜ କରିବା କଥା। କିନ୍ତୁ ଏପର୍ଯ୍ୟନ୍ତ କରି ନାହାନ୍ତି। ଯଦି ସରକାର ଓ ଆରବିଆଇ ଏ କ୍ଷେତ୍ରକୁ ଭୁଲିଯିବେ ତେବେ ଦେଶରେ ନୂଆକରି ଗଢି ଉଠିଥିବା ବ୍ୟବସାୟୀକ ଉଦ୍ୟୋଗ ଗୁରୁତର ପ୍ରଭାବିତ ହେବ ବୋଲି କହିଛନ୍ତି ତନେଜା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.