Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଲକ୍‌ଡାଉନ୍‌ ଅବଧି ବଢିବ ! କରୋନା ସଂକ୍ରମଣକୁ ଦେଖି ଜାରି ହୋଇପାରେ ଲକ୍‌ଡାଉନ୍‌ ୫.୦

28/05/2020 at 1:38 PM

ନୂଆଦିଲ୍ଲୀ ୨୮।୦୫:  ମେ ୩୧ ରେ ସରୁଛି ଲକ୍ ଡାଉନ୍ ୪.୦ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ଲକ୍ ଡାଉନ୍ ୫.୦ ଲାଗିବା ଏକପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଛି  । । ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଚଳିତ ମାସ ୩୧ରେ ଶେଷ ହେବ । ତେଣୁ ଜୁନ୍‌ ପହିଲାରୁ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ ଲାଗୁ କରାଯିବ । ତେବେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ସବୁଠାରୁ ଅଧିକ କରୋନା ପ୍ରଭାବିତ ୧୧ଟି ସହରକୁ ଛାଡ଼ିଦେଲେ ଅନ୍ୟ ସବୁ ସହର ଓ ଜିଲ୍ଲାରେ କଟକଣା ଆହୁରି କୋହଳ କରାଯିବ ବୋଲି କୁହାଯାଇଛି । ତେବେ କେମିତି ରହିବ ଲକ୍ ଡାଉନ୍ ୫.୦ ର ରୂପରେଖ । କେତେ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ୫.୦ ଲାଗୁହେବ । କଣକଣା କଟକଣା ଲାଗିବ ଏବଂ କେଉଁ ସେକ୍ଟରରୁ କଟକଣା ହଟିବ ତା ଉପରେ ଅନେକ ଆକଳନ  କରାଯାଉଛି ।   

ମେ ୩୧ ରେ ସରୁଛି ଲକ୍ଡାଉନ୍ ୪.୦ । ତେବେ ମେ ୩୧ ପରେ କଣ ଲକ୍ ଡାଉନ ବଢ଼ିବ ?  ଦେଶରେ କରୋନା ମହାମାରୀ ଯେଉଁ ଭଳି ମାଡିମାଡି ଚାଲିଛି ତେଣୁ ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ ଲାଗୁ ହେବା ଏକ ପ୍ରକାର ନିଶ୍ଚିତ । ରବିବାର ଲକ୍ଡାଉନ୍ ୪.୦ ସରୁଥିବାରୁ ତେଣୁ ଏହା ପୂର୍ବରୁ କେନ୍ଦ୍ର  କେନ୍ଦ୍ର ପରବର୍ତ୍ତୀ ଆକ୍ସନ ବାବଦରେ ସ୍ପଷ୍ଟ କରିବ। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସାପ୍ତାହିକ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ରେ ଲକ୍ ଡାଉନ୍ ୫.୦ ସଂପର୍କରେ ସୂଚନା ଦେଇପାରନ୍ତି । ତେବେ ଯଦି ଲକଡାଉନ ପଞ୍ଚମ ପର୍ଯ୍ୟାୟ ଲାଗେ ତେବେ  କେମିତି ହେବ ଏହାର ରୂପରେଖ ?  ମିଳିଥିବା ସୂଚନା ଅନୁସାରେ ଲକଡାଉନର ପଞ୍ଚମ ପର୍ଯ୍ୟାୟ ଆଉ ୨ ସପ୍ତାହ ପାଇଁ ହୋଇପାରେ । ଲକ୍‌ଡାଉନ୍‌ ୫.୦ ର ଅଧିକାଂଶ ନିଷ୍ପତ୍ତି ଏଥର ରାଜ୍ୟମାନେ ହିଁ ନେବାର ସମ୍ଭାବନା ରହିଛି । କାରଣ ଦେଶର କରୋନା ସ୍ଥିତିକୁ ଅନୁଧ୍ୟାନ କଲେ କେବଳ ମାତ୍ର କିଛି ରାଜ୍ୟ ଏବଂ ସହରରେ କରୋନା କ୍ଷୀପ୍ର ଗତିରେ ମାଡ଼ି ଚାଲିଛି ।  ଅନ୍ୟ ରାଜ୍ୟରେ ସ୍ଥିତି ସ୍ବାଭାବିକ ରହିଛି । ତେଣୁ ଏଭଳି ସ୍ଥିତିକୁ ଦେଖି କରୋନା ଲକଡାଉନ ପଞ୍ଚମ ପର୍ଯ୍ୟାୟ ଏଣିକି ରାଜ୍ୟ ରାଜ୍ୟ ଭିତ୍ତିରେ ଅଲଗା ଅଲଗା ହେବ । ବିଶେଷକରି ଲକ୍‌ଡାଉନ୍‌ ୫.୦ ରେ ୧୧ ଟି ବଡ ସହର ଉପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଫୋକସ୍ କରିବା ସମ୍ଭାବନା ରହିଛି । ଏହି ସହର ଗୁଡିକ ହେଲା ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ପୁଣେ, ଥାଣେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରତ ଏବଂ କୋଲକାତା ।  କାରଣ ଦେଶର ୭୦ ପ୍ରତିଶତ କରୋନା ଆକ୍ରାନ୍ତ ଏହି ସବୁ ସହରରୁ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସରକାର ୫ମ ପର୍ଯ୍ୟାୟ ଲକ୍‌ଡାଉନରେ ଲୋକଙ୍କ ଦର୍ଶନ ପାଇଁ ବିଭିନ୍ନ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଇପାରନ୍ତି । କିନ୍ତୁ ସାମାଜିକ ଦୂରତା ବଜାୟ ରଖିବା ଓ ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବା କଡ଼ାକଡ଼ି ଭାବେ ଲାଗୁ କରାଯିବ । କିନ୍ତୁ ଧର୍ମସ୍ଥଳୀରେ କୌଣସି ମେଳା, ଉତ୍ସବ ବା ସାମୂହିକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ରହିବ । ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପା କହିଛନ୍ତି କି ମେ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସରିବା ପରେ ଜୁନ ୧ ରୁ ରାଜ୍ୟର ସବୁ ମଠ, ମନ୍ଦିର, ମସ୍‌ଜିଦ ଓ ଚର୍ଚ୍ଚ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । କିନ୍ତୁ ଧର୍ମପୀଠରେ କୌଣସି ମେଳା, ଉତ୍ସବ ବା କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ।

ସେହିଭଳି କଣ୍ଟେନମେଣ୍ଟ ଜୋନ୍‌କୁ ବାଦ୍‌ ଦେଲେ ଅନ୍ୟ ସବୁ ଜୋନ (ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌)ରେ ଜିମ୍‌ ଓ ସେଲୁନ ଓ ଅନ୍ୟ କିଛି ଦୋକାନ ଖୋଲିବାକୁ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନରେ ଅନୁମତି ଦିଆଯିବାର ସମ୍ଭାବନା ରହିଛି । କିନ୍ତୁ ଏହି ପର୍ଯ୍ୟାୟରେ କୌଣସି ସ୍କୁଲ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ଖୋଲିବାକୁ ଅନୁମତି ମିଳିବ ନାହିଁ । ଏଥିସହ ମଲ୍ଟିପ୍ଲେକ୍ସ, ସିନେମା ଓ ସପିଂମଲ୍‌ ମଧ୍ୟ ପୂର୍ବଭଳି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ତେବେ ବିବାହ ଉତ୍ସବ ଓ ଅନ୍ତିମ ସଂସ୍କାର ଭଳି ସାମାଜିକ କାର୍ଯ୍ୟକ୍ରମ ସମୟରେ କିଛି ଅଧିକ ଲୋକଙ୍କ ଉପସ୍ଥିତି ଲାଗି ଅନୁମତି ମିଳିବ ବୋଲି ପ୍ରକାଶିତ ଖବରରେ କୁହାଯାଇଛି ।

ଅନ୍ୟ ଏକ ଖବର ଅନୁସାରେ କେନ୍ଦ୍ର ସରକାର ନିଜ ଆଡୁ ଲକ୍‌ଡାଉନ୍‌ ବାବଦରେ କୌଣସି ବଡ଼ ନିଷ୍ପତ୍ତି ନେବେନାହିଁ । ସବୁକିଛି ରାଜ୍ୟଗୁଡ଼ିକ ଉପରେ ଛାଡ଼ିଦେବେ । କ’ଣ ଖୋଲିବ ଏବଂ କ’ଣ ବନ୍ଦ ରହିବ, ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଖବର ମୁତାବକ କୋଭିଡ ଲକ୍‌ଡାଉନ୍‌ ବାବଦରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଆଉ କୌଣସି ପଦକ୍ଷେପ ନେବାକୁ ଚାହୁଁନାହିଁ । ରାଜ୍ୟଗୁଡ଼ିକ ଏଥିପାଇଁ ନିଷ୍ପତ୍ତି ନେବାକୁ କୁହାଯିବ । କରୋନା ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ନିଜ ନିଷ୍ପତ୍ତି ନିଜେ ନେବେ । ତେବେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ କେତେକ ରାଷ୍ଟ୍ରୀୟ ନେଗେଟିଭ ତାଲିକା ଜାରି କରିପାରେ । କେତେକ ସ୍ଥାନରେ କିଛି କାର୍ଯ୍ୟକୁ ଯେମିତି ଅନୁମତି ଦିଆ ନ ଯାଏ, ସେଥିପାଇଁ କିଛି ତାଲିକା ଜାରି କରାଯିବ ।

ଉଦାହରଣସ୍ୱରୂପ ଦେଶରେ ସ୍କୁଲ ଓ କଲେଜ ଆଦି ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ମଧ୍ୟ ଆରମ୍ଭ କରାଯିବ ନାହିଁ । ରାଜନୈତିକ ସଭା, ପ୍ରଚାର ଏବଂ ଧାର୍ମିକ ସମ୍ମିଳନୀକୁ ଅନୁମତି ଦିଆଯାଇ ନ ପାରେ । କିନ୍ତୁ ମନ୍ଦିର ଓ କେତେକ ସ୍ଥାନରେ ପୂଜାର୍ଚ୍ଚନା ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ନିଷ୍ପତ୍ତି ନେବାକୁ କୁହାଯାଇପାରେ । ଲକ୍‌ଡାଉନ୍‌ ୪.୦ ଚଳିତମାସ ୩୧ ତାରିଖରେ ଶେଷ ହେଉଛି । ତେଣୁ ଏବେଠୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ କେତେକ ଦିଗ ଉପରେ ବିଚାର ପ୍ରକ୍ରିୟା ଆରମ୍ଭ କରିଦେଇଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ରୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୋଦି ସରକାର ଏହାକୁ ୩ଥର ବୃଦ୍ଧି କରି ସାରିଛନ୍ତି । ଏହାସତ୍ତେ୍ୱ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ଲକ୍‌ଡାଉନ୍‌ କଟକଣା ଯୋଗୁ ଦେଶରେ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶିଳ୍ପ ଓ ବ୍ୟବସାୟିକ କାର୍ଯ୍ୟକଳାପ ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଭାରତ ପାଇଁ ଏହି ଲକ୍‌ଡାଉନ୍‌ ପଦକ୍ଷେପ ଆଉ ସହ୍ୟ ହେବନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ତେଣୁ ଲକ୍‌ଡାଉନ୍‌ ଉପରେ ଭାବିଚିନ୍ତି ନିଷ୍ପତ୍ତି ନେବା ଜରୁରି ହୋଇପଡ଼ିଛି ।

   Related Posts