Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ଜୁନ୍‌ ଡରାଇଥିଲା, ଜୁଲାଇରେ ସ୍ଥିତି ବିଗିଡିଗଲା : ବଢୁଛି କରୋନା ସଂକ୍ରମଣ ହାର, ବଢିବ ଲକ୍‌ଡାଉନ୍ !

29/07/2020 at 7:42 AM

ଭୁବନେଶ୍ୱର ୨୯।୦୭ : ଦ୍ରୁତ ହାରରେ କରୋନା ସଂକ୍ରମଣ ବଢ଼ିବା ଦେଖି ସରକାର ୧୪ ଦିନିଆ ଲକ୍‌ଡାଉନ ଲାଗୁ କରିଥିଲେ । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲାଗିଛି ଶକ୍ତ କଟକଣା । ଉଦ୍ଦେଶ୍ୟ ଥିଲା, କରୋନାର ସଂକ୍ରମଣ ହାରରେ ରୋକ୍‌ ଲଗାଇବା । ହେଲେ ଲକଡାଉନର ୧୨ ଦିନ ପରର ସ୍ଥିତି ଦେଖିଲେ, ଏବେ ବି ଦୁଇ ଜିଲ୍ଲାରେ ସ୍ଥିତି ସାଂଘାତିକ ଲାଗୁଛି । ଖାସ୍‌ କରି ଗଞ୍ଜାମ ଓ ଖୋର୍ଦ୍ଧାରେ ଯେଉଁଭଳି କରୋନା ମାଡ଼ି ଚାଲିଛି, ଛାତି ଥରାଇ ଦେଉଛି । ଏଭଳି ସ୍ଥିତିରେ ଲକ୍‌ଡାଉନ୍‌ ହଟିଲେ ଗଣସଂକ୍ରମଣ ଭୟ ମଧ୍ୟ ରହୁଛି । ତେଣୁ ଏଭଳି ସମୟରେ ଲକ୍‌ଡାଉନ ବଢ଼ିବା ନେଇ ଆକଳନ କରାଯାଉଛି ।

ଜୁନ୍‌ରେ କରୋନା ଡରାଇଥିଲା ସାରା ରାଜ୍ୟକୁ । ଜୁଲାଇରେ ସ୍ଥିତି ପୂରା ବିଗିଡ଼ିଗଲା । ହୁ ହୁ ହୋଇ ମାଡ଼ି ଚାଲିଲା କରୋନା ସଂକ୍ରମଣ । ଜୁଲାଇ ମାସ ଅଧା ହେଲାବେଳକୁ କେତେକ ଜିଲ୍ଲାର ସ୍ଥିତି ବିଚଳିତ କରିଦେଲା । ଜୁଲାଇ ୧୬ ସୁଦ୍ଧା ରାଜ୍ୟରେ ଯେତିକି ଆକ୍ରାନ୍ତ ବାହାରିଥିଲେ, ତା’ର ୫୫% କେବଳ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରୁ ଥିଲେ । ସକ୍ରିୟ ରୋଗୀଙ୍କ ମଧ୍ୟରୁ ୬୬% ଏହି ୪ ଜିଲ୍ଲାର ଥିଲେ । ଅନ୍ୟପକ୍ଷେ ରାଉରକେଲାରେ ବି ଅଚାନକ ହୁ ହୁ ହୋଇ କରୋନା ବଢ଼ୁଥିଲା । ସରକାର ବାଧ୍ୟ ହୋଇ ଏହି ୪ ଜିଲ୍ଲା ଓ ରାଉରକେଲା ସହରରେ ଲକ୍‌ଡାଉନ ଲାଗୁ କଲେ । ଜୁଲାଇ ୧୭ ରାତିରୁ ୩୧ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଥିଲା । ଆଶା ଥିଲା, ଲକ୍‌ଡାଉନ ଯୋଗୁ କରୋନା ସଂକ୍ରମଣ କମିବ ।

ମାତ୍ର ଇତିମଧ୍ୟରେ ଗଞ୍ଜାମ ଓ ଖୋର୍ଦ୍ଧା ସ୍ଥିତି ଭୟାନକ ଆଡ଼କୁ ଗତି କରୁଛି । ଜୁଲାଇ ୧୬ ତାରିଖ ସୁଦ୍ଧା ଗଞ୍ଜାମରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ଥିଲା ୫୧୮୯ । ଏଇ ୧୨ ଦିନ ଭିତରେ ଏହା ଆହୁରି ୮୩.୦୯% ବଢ଼ିଯାଇଛି । ମୋଟ ଆକ୍ରାନ୍ତ ସଂଖ୍ୟା ୯୫୦୧ରେ ପହଞ୍ଚିଲାଣି । ପ୍ରତିଦିନ ଗଞ୍ଜାମ ରେକର୍ଡ କରୁଛି କରୋନା ସଂଖ୍ୟାରେ । ସଂକ୍ରମଣ ରୋକିବାର ନାଁ ଧରୁନି । ଚିନ୍ତା ବଢ଼ାଇଛି ଖୋର୍ଦ୍ଧା । ଯଦିଓ ଏହା ସଂକ୍ରମଣରେ ଗଞ୍ଜାମଠାରୁ ତଳେ ରହିଛି, ହେଲେ ଦ୍ରୁତ ହାରରେ ସଂକ୍ରମଣ ବଢ଼ୁଛି ଏଠି । ନିୟମିତ ନିଜ ରେକର୍ଡ ଭାଙ୍ଗୁଛି ଖୋର୍ଦ୍ଧା । ଗତ ଜୁଲାଇ ୧୬ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୦୫ ଥିଲା । ଏବେ ୩୫୭୨ ହେଲାଣି । ଲକଡାଉନ କଟକଣା ସତ୍ତେ୍ୱ ସଂକ୍ରମଣ ମାଡ଼ି ଚାଲିଛି । ୧୨ ଦିନ ଭିତରେ ୯୭ ପ୍ରତିଶତ ବଢ଼ିଯାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।

ଖୋର୍ଦ୍ଧା ପାଇଁ ସଙ୍କଟ ଛିଡ଼ା କରିଛି ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩୬୫ ହେଲାଣି । ଗତ ୧୬ ତାରିଖରେ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୯୧୯ ଥିଲା । ଅର୍ଥାତ୍‌ ଲକଡାଉନର ୧୨ ଦିନ ଭିତରେ ରାଜଧାନୀ ସଂକ୍ରମିତଙ୍କ ସଂଖ୍ୟା ୧୫୭% ବଢ଼ିଯାଇଛି । ଏଥିରୁ ସ୍ପଷ୍ଟ ଯେ ଭୟାନକ ସ୍ଥିତି ଉପୁଜିଲାଣି ଭୁବନେଶ୍ୱରରେ । କଟକରେ ବି ସଂକ୍ରମଣ ବଢ଼ିଛି । ଲକଡାଉନ ଘୋଷଣା ୧୬ ତାରିଖରେ ହୋଇଥିଲା । ସେତେବେଳେ କଟକ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ଥିଲା ୧୧୬୫ । ଆଜି ସୁଦ୍ଧା ମୋଟ ସଂଖ୍ୟା ୧୮୮୫ ହୋଇଛି । ଅର୍ଥାତ୍‌ ଗତ ୧୨ ଦିନରେ ୬୧.୮୦% କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି କଟକରେ । ତେବେ ସାମାନ୍ୟ ଆଶ୍ୱସ୍ତି ଖବର ଆସିଛି ଯାଜପୁରରୁ । ଯାଜପୁରରେ ଲକଡାଉନରେ କରୋନା ସଂକ୍ରମଣ ହାର କମିଛି । ଗତ ୧୬ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୪୪ ଥିଲା । ଏବେ ଏହା ୧୧୬୭ରେ ପହଞ୍ଚିଛି । ୨୩.୬୨% ବଢ଼ିଛି ୧୨ ଦିନରେ । ଯାହାକି ଅନ୍ୟ ଜିଲ୍ଲା ତୁଳନାରେ ବହୁତ କମ୍‌ ।

ସେହିପରି  ରାଉରକେଲାରେ ଗତ ୧୬ ତାରିଖ ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୫୩୫ ଥିଲା । ଏବେ ଏହା ୭୧୫ରେ ପହଞ୍ଚିଛି । ସହରରୁ ନିୟମିତ କରୋନା ଆକ୍ରାନ୍ତ ବାହାରୁଛନ୍ତି । ବିଶେଷ କରି ସେକ୍ଟର ଅଞ୍ଚଳରୁ ମାଳମାଳ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତଥାପି କଟକ, ଭୁବନେଶ୍ୱର ସହର ତୁଳନାରେ ଏଠାରେ ସଂକ୍ରମଣ ହାର କମ୍‌ ରହିଛି ।

ଇତିମଧ୍ୟରେ ଗଜପତି ଜିଲ୍ଲାରେ ସଂକ୍ରମଣ ହାର ବଢ଼ି ଚାଲିଛି । ଗତ ୧୬ ତାରିଖବେଳକୁ ଏଠାରେ ମୋଟ ସଂକ୍ରମିତ ସଂଖ୍ୟା ୬୬୪ ଥିଲା । ଏବେ ସୁଦ୍ଧା ଏହା ୧୧୪୫ ହେଲାଣି । ଯାହାକି ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି । ଆସନ୍ତା ୩୧ ତାରିଖ ରାତିରେ ଲକ୍‌ଡାଉନ୍‌ ଅବଧି ସରୁଛି । ବର୍ତ୍ତମାନ ସ୍ଥିତିରୁ ଅନୁମାନ କରାଯାଉଛି, ଖୋର୍ଦ୍ଧା ଓ ଗଞ୍ଜାମରେ ଏତେ ଶୀଘ୍ର ଲକ୍‌ଡାଉନ ଅବଧି ହଟିନପାରେ । ଖୋର୍ଦ୍ଧାର ଅନ୍ୟ ଅଞ୍ଚଳକୁ କଟକଣାମୁକ୍ତ ରଖାଗଲେ ବି ଭୁବନେଶ୍ୱରରେ ଲକଡାଉନ ଅବଧି ଆହୁରି ବଢ଼ିପାରେ । ସମ୍ଭବତଃ ଯାଜପୁର ଜିଲ୍ଲାରେ ଲକଡାଉନ କଡ଼ା କଟକଣା କୋହଳ ହୋଇପାରେ ।

   Related Posts