କରୋନା ଲକଡାଉନ୍ ଯୋଗୁଁ ଘୁଞ୍ଚିଲା କି ବାହାଘର ? ଜାଣନ୍ତୁ ଏବର୍ଷ କେଉଁ କେଉଁ ଦିନ ବିବାହ କଲେ ଖୁସିରେ କଟିବ ଆପଣଙ୍କ ଦାମ୍ପତ୍ୟ ଜୀବନ
13/04/2020 at 1:25 PM

ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣର ଭୟାବହତା ଦେଶବ୍ୟାପି ମାଡ଼ିଯାଇଥିବାବେଳେ ଏହାର ପ୍ରଭାବ ଜବ୍,ବ୍ୟବସାୟ ସହ ଅନ୍ୟାନ୍ୟ କାର୍ଯ୍ୟ ଉପରେ ମଧ୍ୟ ପଡ଼ୁଛି। ଖାସ୍ କରି ଘରୋଇ ଆୟୋଜନ କଥା କହିବା ଯଦି ବିବାହ କାର୍ଯ୍ୟକ୍ରମରେ ଏହାର ପ୍ରଭାବ ଅତ୍ୟଧିକ ପଡ଼ୁଛି। ବିବାହ ପାଇଁ ସବୁବେଳେ ଶୁଭ ମୁହୂର୍ତ୍ତର ଅପେକ୍ଷା କରିବା ଉଚିତ୍ ବୋଲି କୁହାଯାଇଥାଏ ଏବଂ ଏଥିପାଇଁ ବିବାହ ଲଗ୍ନ ଆସିଲେ ସମଗ୍ର ଦେଶରେ ବିବାହ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ। ବିବାହର ସମସ୍ତ ଶୁଭ ମୁହୂର୍ତ୍ତରେ ଏବର୍ଷ ସବୁଠୁ ଅଧିକ ମଙ୍ଗଳ ଦିନ ଏବଂ ମୁହୂର୍ତ୍ତ ଅପ୍ରେଲ୍ ଏବଂ ମଇ ମାସରେ ଆସିଥାଏ।
ଏପ୍ରିଲ୍ ଏବଂ ମେ ମାସରେ ୧୨ଟି ଶୁଭ ମୁହୂର୍ତ୍ତ ଏହି ଦୁଇ ମାସରେ ଆସିଥାଏ। ମେ ମାସରେ ଏଭଳି କାର୍ଯ୍ୟକ୍ରମକୁ ନେଇ ଲୋକେ ଆଶଙ୍କାରେ ଅଛନ୍ତି। ଏବେ ଜୁନ୍ ମାସରେ ଏହି କାର୍ଯ୍ୟକ୍ରମକୁ କରିବାକୁ ଲୋକେ ଆଶା କରୁଛନ୍ତି। ଯଦି ସବୁ କିଛି ସାମାନ୍ୟ ରହିଲା ତେବେ ଜୁନ୍ ମାସରେ ମଧ୍ୟ ଅଧିକ କାର୍ଯ୍ୟକ୍ରମର ଚାପ ବଢ଼ିଯିବ। ଏଥିରେ ଆୟୋଜକଙ୍କୁ ଅତ୍ୟନ୍ତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
ବିବାହ ସମୟର ଅପେକ୍ଷା କେବଳ ସେମାନଙ୍କୁ ନଥାଏ ଯେଉଁମାନେ ଘରର ସଦସ୍ୟଙ୍କ ବିବାହ କାର୍ଯ୍ୟକ୍ରମ ସ୍ଥିର କରିଥାଆନ୍ତି ବରଂ ତାଙ୍କୁ ମଧ୍ୟ ଥାଏ ଯେଉଁମାନେ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ବ୍ୟବସାୟରେ ଥାଆନ୍ତି ସେମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରିଥାଆନ୍ତି। ହୋଟେଲ୍,ମଣ୍ଡପ,କାର୍ଡ଼ ପ୍ରିଣ୍ଟର୍ସମାନେ ନିରାଶ ହୋଇଯାଇଛନ୍ତି।
ଆସନ୍ତୁ ଜାଣିବା ୨୦୨୦ମସିହାର ବିବାହର ଶୁଭ ଲଗ୍ନ :
- ଜୁଲାଇରୁ ନଭେମ୍ବର ୨୪ଯାଏଁ କୌଣସି ଲଗ୍ନ ନାହିଁ।
- ଅପ୍ରେଲ୍ ୧୫,ଅପ୍ରେଲ୍ ୨୦,ଅପ୍ରେଲ୍ ୨୫,ଅପ୍ରେଲ୍ ୨୬,ଅପ୍ରେଲ୍ ୨୭।
- ମଇ ୧,ମଇ ୨,ମଇ ୪,ମଇ ୬,ମଇ ୧୭,ମଇ ୧୮,ମଇ ୧୯।
- ଜୁନ୍ ୧୩,ଜୁନ୍ ୧୫,ଜୁନ୍ ୩୦।
- ଜୁଲାଇ ୧ରୁ ନଭେମ୍ବର ୨୪ତାରିଖ ଯାଏଁ କୌଣସି ଶୁଭ ମୁହୂର୍ତ୍ତ ନାହିଁ। ଏଥିପାଇଁ ଏହି ସମୟରେ କୌଣସି ବୈବାହିକ କାର୍ଯ୍ୟ ହେବ ନାହିଁ।
- ନଭେମ୍ବର ୨୫ ଏବଂ ନଭେମ୍ବର ୩୦ ଏବଂ ଡିସେମ୍ବର ୭,ଡିସେମ୍ବର ୯ତାରିଖରେ ବିବାହର ଶେଷ ଲଗ୍ନ ରହିଛି।