ବାତ୍ୟା ପାଇଁ କୋହଳ ହେଲା ଲକଡାଉନ୍ କଟକଣା, ୧୦ ଜିଲ୍ଲାରେ ସକାଳ ୭ରୁ ୧ଟା ଯାଏଁ ଦୋକାନ ଖୋଲା

Published By : Prameya-News7 Bureau | May 24, 2021 IST

ଭୁବନେଶ୍ୱର,୨୪/୦୫: ଆସୁଛି ବାତ୍ୟା ୟସ୍ । ଗୋଟିଏ ପଟେ କରୋନା ମାହାମାରୀ ମଧ୍ୟରେ ନୂଆ ବିପଦ ଭାବେ ଉଭା ହୋଇଛି ବାତ୍ୟା । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏବେ  ୧୦ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ସମୟରେ ପରିବର୍ତ୍ତନ କରିଛନ୍ତି ସରକାର ।

ସାରା ରାଜ୍ୟରେ ଲାଗିଛି ଲକଡାଉନ୍ । ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । କିନ୍ତୁ ଏବେ ବାତ୍ୟା ପ୍ରଭାବିତ ସମ୍ଭାବନା ଥିବା ୧୦ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ଏନେଇ ଏସ୍ଆର୍‌ସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୋମବାର ଓ ମଙ୍ଗଳବାର ଏହା ଲାଗୁ ହେବ । ୧୦ ଜିଲ୍ଲା ହେଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା । ଏହି ୧୦ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଦୋକାନୃବଜାର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.