Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଲକଡାଉନ୍ ପରିଚାଳନା ତ୍ରୁଟି ଯୋଗୁ ଭାରତରେ ବ୍ୟାପିଲା କରୋନା!

8/07/2020 at 10:04 PM

ନୂଆଦିଲ୍ଲୀ :  ସର୍ବାଧିକ କରୋନା ସଂକ୍ରମଣ ସୂଚୀରେ ଭାରତ ଏବେ ବିଶ୍ୱର ତୃତୀୟ ରାଷ୍ଟ୍ର। ଗତ ସପ୍ତାହର ସଂକ୍ରମଣ ହାରରେ  ଋଷିଆ ଭାରତଠାରୁ ପଛେଇ ଯାଇଛି। ତେବେ ଦେଶରେ ଭୂତାଣୁ ସଂକ୍ରମଣ ରୋକିବାକୁ ଲକଡାଉନ୍‌ ଜାରି କରିବାରେ ବିଶ୍ୱର ପ୍ରଥମ ପ୍ରଗତିଶୀଳ ଅର୍ଥବ୍ୟବସ୍ଥା ଥିଲା ଭାରତ। ହେଲେ କଡା ଲକଡାଉନ୍‌ ସତ୍ତ୍ୱେ ଭାରତ କିପରି ସଂକ୍ରମଣରେ ବିଶ୍ୱର ତୃତୀୟ ଦେଶ ହେଲା ତାହା ହିଁ ସମୟର ସବୁଠାରୁ ବଡ ପ୍ରଶ୍ନ ।

ଗୋଟିଏ ପଟେ ଲକଡାଉନ୍‌ ଅର୍ଥବ୍ୟବସ୍ଥାକୁ ମାଟିରେ ମିସାଇ ସାରିଥିବା ବେଳେ ଅନ୍ୟପଟେ କରୋନା ଆଶାତୀତ ଭାବେ ମାଡିଚାଲିଛି। ଏଥିରୁ ବ୍ୟବସ୍ଥାଗତ ତ୍ରୁଟି ହିଁ ଏଥିଲାଗି ଦାୟି ବୋଲି ବିଶେଷଜ୍ଞମାନେ କହିଛନ୍ତି। ସରକାର ଲକଡାଉନ୍‌ ଘୋଷଣା କରିବା ପରେ ଶୀର୍ଷ ଅଧିକାରୀମାନେ କରୋନା ମୁକାବିଲା ଲାଗି ରଣନୀତି ଆପଣାଇବା ବଦଳେ ହାତବାନ୍ଧି ବସିପଡିଲେ। ଯାହାର କାରଣ ଦେଶ ଏବେ ଅସମ୍ଭାଳ  ହୋଇପଡିଛି। କେବଳ ଭାରତ ନୁହେଁ ଅନ୍ୟଦେଶମାନେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣ ଲାଗି ଲକଡାଉନ୍‌କୁ ଅସ୍ତ୍ର କରିଥିଲେ। ହେଲେ ଭାରତ ସରକାରଙ୍କ ପରି ସେମାନଙ୍କର କଟକଣା ଏତେ ଜଟିଳ ନଥିଲା। ଯାହାର ପରିଣାମ ଏବେ ସମସ୍ତଙ୍କୁ ଭୋଗ କରିବାକୁ ପଡୁଛି।

ଅଧିକାଂଶ ଦେଶ ଲକଡାଉନ କାଳରେ ସର୍ବନିମ୍ନ ପରିବହନ ସୁବିଧା ରଖିଥିଲେ। ଫଳରେ ଲୋକେ ନିଜ ଘରକୁ ଯା ଆସ କରିପାରୁଥିଲେ। ସେମାନଙ୍କ ମଧ୍ୟରେ ଅସୁରକ୍ଷାର ଭାବନା ନଥିଲା।  ହେଲେ ଭାରତରେ ମାତ୍ର ଲକଡାଉନ୍‌ ଲାଗି ଲୋକଙ୍କୁ ୪ ଘଣ୍ଟା ସମୟ ମିଳିଥିଲା ଓ ପରେ ରେଳ, ବିମାନ ଓ ବସ୍‌ ସମେତ ସମସ୍ତ ପରିବହନ ଠପ କରିଦିଆଯାଇଥିଲେ। ଲକଡାଉନ ଲୋକଙ୍କ ଉପାର୍ଜନ ବୁଡେଇ ଦେଇଥିଲା।  କାମ ଧନ୍ଦା ନଥିବାରୁ ପାଖରେ ଥିବା ସଞ୍ଚିତ ମଧ୍ୟ ଶେଷ ହୋଇଯାଇଥିଲା। ଫଳରେ ଲୋକେ ଭୋକ ଉପାସରେ ନିଜନିଜ ଗନ୍ତବ୍ୟ ଅଭିମୁଖେ ବାହାରି ପଡିଥିଲେ। 

ହାତରେ ଅର୍ଥ ନାହିଁ ବନ୍ଦ ଯୋଗୁ ରାସ୍ତାଘାଟରେ ଖାଇବା ପିଇବାର ବ୍ୟବସ୍ଥା ବି ନାହିଁ। ଲୋକେ ଚାଲିଚାଲି ଅସୁସ୍ଥ ହୋଇ ଘରକୁ ପହଞ୍ଚିବାର ଫଳ ଏବେ ଦେଶକୁ ଭୋଗିବାକୁ ପଡୁଛି। ଅନ୍ୟପକ୍ଷରେ ସଂକ୍ରମଣ ଶୃଙ୍ଖଳା ଭଙ୍ଗ ଲାଗି ଲକଡାଉନ୍‌ ଏକମାତ୍ର ଉପାୟ  ବୋଲି ଅଧିକାରୀମାନେ ଜାଣିଥିଲେ ସତ ହେଲେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କଲେନି।  ଏଣୁ ଦେଶରେ ସଂକ୍ରମିତଙ୍କ ଲାଗି  ଆଇସୋଲେସନ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ନଥିବା ବିଶେଷଜ୍ଞ  କ୍ଷୋଭର ସହ କହିଛନ୍ତି। ଫଳରେ ଦେଶରେ ଲକଡାଉନ୍‌ ହିଁ ଭୂତାଣୁ ସଂକ୍ରମଣର ସ୍ରୋତ ପାଲଟିଲା।

ଲୋକଙ୍କ ଲାଗି ଖାଇବାର ବ୍ୟବସ୍ଥା ନଥିଲା କି ରହିବାର ବି ବ୍ୟବସ୍ଥା ନଥିଲା। ଗୋଟିଏ ଗୋଟିଏ ସ୍ଥାନରେ ଗୋଟିଏ ଦିନରେ ହଜାର ହଜାର ଲୋକେ ଏଜୁଟ୍ ହେଉଥିଲେ। ଫଳରୁ ଜଣକଠାରୁ ଜଣେ ସଂକ୍ରମିତ ହେବାକୁ ଲାଗିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଶହଶହ ମାଇଲ ଦୂରକୁ ଗଲେ। ଏଣୁ  ଯେଉଁସ୍ଥାନରେ ଆଦୌ ସଂକ୍ରମଣ ନଥିଲା ସେଠାକୁ ସଂକ୍ରମଣ ପହଞ୍ଚିବାରେ ଲାଗିଲା। କିଛି ଲୋକଙ୍କ ଅଦୂରଦର୍ଶିତାର ପରିଣାମ ଯୋଗୁ ମହାମାରି ସାରା ଦେଶକୁ ବ୍ୟାପିଗଲା।

ମହାମାରୀରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ଙ୍କ ରିପୋର୍ଟ ଦେଶଲାଗି ଏବେ ଦୋହରା ଝଟକା ପ୍ରମାଣିତ ହୋଇଛି।  ଆଇଏମଏଫଙ୍କ ଅନୁସାରେ ୨୦୨୦ ବର୍ଷରେ ଭାରତର ବିକାଶ ହାର ବିଯୁକ୍ତ ୪.୫ ପ୍ରତିଶତରେ ଶେଷ ହେବ। ୧୯୭୯ ମସିହା ପରେ ଭାରତ ଲାଗି ଏହା ସବୁଠାରୁ ଦୁର୍ଦ୍ଦିନର ସମୟ ହେବ ବୋଲି ବିଶେଷଜ୍ଞ ଏବେ ଆକଳନ କରୁଛନ୍ତି।  ଭୂତାଣୁ ସଂକ୍ରମଣ ଯୋଗୁ ଚୀନ୍‌ରୁ ପୁଞ୍ଜି ବାହାରକୁ ଚାଲିଯିବ ବୋଲି ପ୍ରଥମେ ଆକଳନ କରାଯାଇଥିଲା। ବିକଶିତ ଅର୍ଥନୀତି ଭାବେ ଭାରତ ଏହାର ଲାଭ ଉଠାଇବ ବୋଲି ନିଶ୍ଚିତ ଥିଲା। ହେଲେ ଏବେ ଭାରତ କମ୍ ଭିଏତନାମ ଓ କିଛି ଅନ୍ୟ ଦେଶ ଏହି ଲାଭର ହକଦାର ହେବାକୁ ଯାଉଛନ୍ତି।

 ଗତ ମେ ମାସରେ ଭାରତର ବେରୋଜଗାର ହାର ଅଚାନକ ୨୩.୫ ପ୍ରତିଶତକୁ ବଢିଯାଇଥିଲା। ସେତେବେଳେ ଆମେରିକାରେ ଏହି ହାର ୧୩.୩ ଓ ବ୍ରାଜିଲରେ ୧୨.୬ ପ୍ରତିଶତରେ ସୀମିତ ଥିଲା। ଆମେରିକା ଓ ବ୍ରାଜିଲ ମଧ୍ୟ କରୋନାରେ ଗୁରୁତର ପ୍ରଭାବିତ ହୋଇଛନ୍ତି। ହେଲେ ସେମାନେ ପରିସ୍ଥିତିର ଯେପରି ମୁକାବିଲା କରିଛନ୍ତି ଭାରତ ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ବିନା କାରଣରେ ଏବେ ବହୁମୂଲ୍ୟ ଦେବାକୁ ଯାଉଛି।

   Related Posts