Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଲକଡାଉନ୍ ସମସ୍ୟାର ସମାଧାନ ନୁହେଁ: ରାହୁଲ

16/04/2020 at 8:39 PM

ନୂଆଦିଲ୍ଲୀ୧୬/୪: ଦେଶବ୍ୟାପୀ ଲକ୍ ଡାଉନ ମାଧ୍ୟମରେ କରୋନା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଗକୁ ବଢୁଥିବା ବେଳେ, କଂଗ୍ରେସ ନେତା ରାହୁଲ ଗାନ୍ଧି କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି । ଲକ୍ ଡାଉନ୍ ସମସ୍ୟାର ସମାଧାନ ନୁହେଁ ବୋଲି ସେ କହିଛନ୍ତି । ଲକ୍ ଡାଉନ୍ କେବଳ ଏକ ପଜ୍ ବଟନ୍ । ଥରେ ଲକ୍ ଡାଉନରୁ ବାହାରକୁ ଗଲେ ଭାଇରସ ପୁଣି ସକ୍ରିୟ ହୋଇ ଉଠିବ । ଏହା କେବଳ ସମସ୍ୟାକୁ କିଛି ଦିନ ପାଇଁ ଟାଳିଦେବ  ଏବଂ ପରେ ପୁଣି ଦେଖାଦେବାର ଆଶଙ୍କା ରଖିଛି। ରାଜ୍ୟ ଏବଂ ଜିଲ୍ଲା ସ୍ତରରେ କରୋନା ବିରୋଧରେ ଲଢ଼େଇ ଲାଗି ସେ ପରାମର୍ଶ ଦେଇଛନ୍ତି ।

କେରଳ ୱେନାଡ଼ରେ ଜିଲ୍ଲାସ୍ତରରେ କରୋନା ମୁକାବିଲାକୁ ମଜଭୁତ କରାଯାଇଥିବାରୁ ସେଠାରେ ସ୍ଥିତି ନିୟନ୍ତ୍ରଣରେ ଥିବା ରାହୁଲ କହିଛନ୍ତି । ତେଣୁ ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ଟେଷ୍ଟ କରିବା ଉପରେ ରାହୁଲ ଜୋର ଦେଇଛନ୍ତି । ବର୍ତ୍ତମାନର କରୋନା ସ୍ଥିତି ଦେଶ ପାଇଁ ଏକ ଜରୁରୀ ପରିସ୍ଥିତି ଆଣିଛି । ସମସ୍ତେ ଏକାଠି ହୋଇ ଲଢ଼ିବା ଲାଗି ସେ ଆହ୍ବାନ ଦେଇଛନ୍ତି ।

   Related Posts