Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୩ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୩ କୋଭିଡ୍ ସଂକ୍ରମିତ, ୩୩୩୮୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିପଦ ଟଳିନାହିଁ, ଜୁନ ୩୦ ପରେ ମଧ୍ୟ ଜାରି ରହିବ ଲକଡାଉନ୍

28/06/2020 at 4:49 PM

ମୁମ୍ବାଇ, ୨୮|୦୬:  କରୋନା ବିପଦ ଏବେବି ଟଳିନାହିଁ । ରାଜ୍ୟରେ ଜୁନ ୩୦ ପରେ ମଧ୍ୟ ଲକଡାଉନ୍ ଜାରି ରହିବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଜନସାଧାରଣଙ୍କୁ ଉଦବୋଧନ ଦେଇ ଉଦ୍ଧବ କହିଛନ୍ତି ଯେ, ଜୁନ ୩୦ ପରେ ଲକଡାଉନ୍ ହଟାଯିବ ନାହିଁ । ସ୍ଥିତି ପୂର୍ବଭଳି ରହିନାହିଁ । ଅନଲକ୍ ହେବା ସମୟରେ ସବୁ ଦିଗକୁ ଧ୍ୟାନରେ ରଖିବାକୁ ହେବ । ଧିରେ ଧିରେ ଏହାକୁ ଖୋଲିବାକୁ ହେବ । କାରଣ ବିପଦ ଏବେବି ଟଳିନାହିଁ ।

ସେ ଆହୁରି କହିଛନ୍ତି ଯେ, ଆମକୁ ଦାୟିତ୍ୱବାନ ହେବାକୁ ପଡିବ । ଆମର ଅସାବଧାନତାକୁ କରେନା ଭାଇରସ ଅପେକ୍ଷା କରି ରହିଛି । ଯଦି କୌଣସି ଜରୁରୀ କାମ ନାହିଁ ତେବେ ବାହାରକୁ କେହି ବାହାରନ୍ତୁ ନାହିଁ ।

ମହାରାଷ୍ଟ୍ରରେ ଶନିବାର ଗୋଟିଏ ଦିନରେ ୫୩୧୮ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହାସହ ସର୍ବାଧିକ ୧୬୭ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ ମୋଟ ମାମଲା ୧,୫୯,୧୩୩ରେ ପହଁଚିଛି । ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ କେବଳ ୭୩,୭୪୭ଟି ମାମଲା ଆସିଛି ।

   Related Posts