'ଲକ୍‌ଡାଉନ୍‌' ଶବ୍ଦ ଜିତିଲା କଲିନ୍ସ ଡିକ୍ସନାରୀ ଓ୍ଵାର୍ଡ ଅଫ ଦି ଇୟର ୨୦୨୦

Published By : Prameya-News7 Bureau | November 10, 2020 IST

ନୂଆଦିଲ୍ଲୀ ୧୦/୧୧ : କରୋନା ମହାମାରୀ ସମୟରେ ସାରା ବିଶ୍ବରେ ଅର୍ଥନୀତିଠାରୁ ଆରମ୍ଭ କରି ସାଧାରଣ ଜୀବନଜୀବିକା ଦୁର୍ବିସହ ହୋଇପଡିଛି । ବିଶ୍ବରେ କରୋନାଜନୀତ ମୃତ୍ୟୁସଂଖ୍ୟା ୧୩ ଲକ୍ଷ ପାର କରିସାରିଲାଣି। ତେବେ ଯଦି ଦେଖିବାକୁ ଯିବା ତେବେ ଗତ କିଛିଦିନ ଧରି ଅନେକ ଗୁଡିଏ ନୂଆ ଶବ୍ଦ ଶୁଣିବାକୁ ମିଳିଛି । ଲକଡାଉନ, ଆଇସୋଲେସନ, କ୍ବାରେଣ୍ଟାଇନ, କଣ୍ଟେନମେଣ୍ଟ ଏଭଳି ଅନେକ ଗୁଡିଏ ଶବ୍ଦ ଶୁଣିବାକୁ ମିଳିଛି ଯାହାକୁ ସ୍ବଳ୍ପ ସଂଖ୍ୟକ ଲୋକ ଜାଣିଥିବେ ।

ତେବେ କୋଲିନ୍ସ ଡିକ୍ସନାରୀ କରୋନା ମହାମାରୀ ସମୟରେ ଅଧିକ ସଂଖ୍ୟାରେ ବ୍ୟବହାର ହୋଇଥିବା କିଛି ଶବ୍ଦର ପ୍ରକୃତ ଅର୍ଥକୁ ଅଭିବ୍ୟକ୍ତିର ନାଁ ଦେଇଛି । ଯେଉଁଥିରେ ଅଧିକ ବ୍ୟବହାର ହୋଇଥିବା ଶବ୍ଦ “ଲକଡାଉନ”ର ଆକ୍ଷରିକ ଅର୍ଥକୁ ଅର୍ନ୍ତଭୁକ୍ତ କରିଛି । କଲିନ୍ସ “ଲକଡାଉନ୍” ଶବ୍ଦକୁ “ଭ୍ରମଣ, ସାମାଜିକ କଥାବାର୍ତ୍ତା ଏବଂ ସର୍ବସାଧାରଣ ସ୍ଥାନକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା” ଭାବରେ ବ୍ୟାଖ୍ୟା କରିଛି |

କୋଲିନ୍ସ କହିଛି ଯେ “ଲକଡାଉନ” ଶବ୍ଦକୁ ୨୦୧୯ ତୁଳନାରେ ୨୦୨୦ରେ ପ୍ରାୟ ୬ ହଜାର ଗୁଣ ଅଧିକ କୁହାଯାଇଛି । ବିଭିନ୍ନ ରେଡିଓ, ଟିଭି, କଥୋପକଥନ ସମୟରେ ଏହି ଶବ୍ଦକୁ ଅନେକାଂଶରେ ବ୍ୟବହାର କରାଯାଇଛି । ୨୦୧୯ରେ ଏହି ଶବ୍ଦକୁ ବିଭିନ୍ନ ଆଲୋଚନା ସମୟରେ ୪ ହଜାର ଥର ବ୍ୟବହାର କରାଯାଇଥିଲା କିନ୍ତୁ ୨୦୨୦ରେ “ଲକଡାଉନ” ଶବ୍ଦକୁ ପ୍ରାୟ ୧୦ ଲକ୍ଷ ଥର ବ୍ୟବହାର କରାଯାଇଥିବା କୋଲିନ୍ସ କହିଛି ।

ଲେକ୍ସିକୋଗ୍ରାଫରମାନଙ୍କ କହିବା ମୁତାବକ ସେମାନେ ଏହି ଶବ୍ଦକୁ ବାଛିଛନ୍ତି କାରଣ ଏହା ବିଶ୍ବର ଜନସାଧାରଣଙ୍କ ମଧ୍ୟରେ ବେଶ ଜଣାଶୁଣା ହୋଇସାରିଛି । ଏହି ମହାମାରୀ ଦୈନନ୍ଦିନ ବ୍ୟବହାର ହେଉଥିବା ଭାଷାକୁ ବ୍ୟାପକ ଭାବରେ ପ୍ରଭାବିତ କରିଛି । ଫଳସ୍ୱରୂପ ୨୦୨୦ରେ କୋଲିନ୍ସର ୧୦ ଶବ୍ଦରୁ ୬ଟି ଶବ୍ଦ ବିଶ୍ବ ସ୍ୱାସ୍ଥ୍ୟ ସଙ୍କଟ ସମ୍ପର୍କୀତ ବୋଲି କୁହାଯାଇଛି । ଯେଉଁଥିରେ କରୋନା ଭାଇରସ, ସୋସିଆଏ ଡିଷ୍ଟାନ୍ସିଂ, ସେଲ୍ଫ ଆଇସୋଲେଟ, ଫୁରଲୋଫ, ଲକଡାଉନ୍ ଏବଂ କି ଓ୍ବାର୍କର ସାମିଲ ରହିଛି । କେବଳ "କି ଓ୍ବାର୍କର" (ମହାମାରୀ ସମୟରେ ସମାଜ ପାଇଁ ଆଗରେ ରହି କାମକରୁଥିବା କର୍ମୀ) ଶବ୍ଦ ବ୍ୟବହାରରେ ୬୦ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି ।

କୋଲିନ୍ସର ଭାଷା ପରାମର୍ଶଦାତା ହେଲେନ ନ୍ୟୁଷ୍ଟେଡ କହିଛନ୍ତି ଯେ ୨୦୨୦ରେ ସୁଦ୍ଧା ସାରା ବିଶ୍ବରେ ମହାମାରୀ ତାର ପ୍ରାଧାନ୍ୟ ବିସ୍ତାର କରିଛି। ଲକ୍ଡାଉନ୍ ଆମର କାର୍ଯ୍ୟ, ପିଲାମାନଙ୍କର ପାଠ ପଢା, ଜିନିଷ କିଣାକିଣି ଏବଂ ସାମାଜିକୀକରଣକୁ ପ୍ରଭାବିତ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.