Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଇଡଲାଇନ୍ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ : ଲକଡାଉନ୍ ଶେଷ ହେଲେ ଏପରି ନେବେ ନିଜ ସ୍ବାସ୍ଥ୍ୟର ଯତ୍ନ

15/05/2020 at 10:28 AM

ନୂଆଦିଲ୍ଲୀ ୧୪/୬: ଲକଡାଉନ୍ ଧୀରେ ଧୀରେ ଖୋଲିବାକୁ ଲାଗିଛି ଏବଂ ଆମେ ସମସ୍ତେ ସାମାନ୍ୟ ଜୀବନ ଆଡ଼କୁ ପାଦ ଥାପିବାରେ ଲାଗିଛୁ। ଏଥିପାଇଁ ଏବେ ଆମେ ବାହାରକୁ ବାହାରି କାମରେ ଫେରିବା ପାଇଁ ମାନସିକ ଏବଂ ଶାରିରୀକ ପ୍ରସ୍ତୁତି କରିବାକୁ ପଡ଼ିବ। ଏହାକୁ ଦେଖି ବାହାରକୁ ବାହାରିବା ସମୟରେ ଆମକୁ କ’ଣ କ’ଣ ସାବଧାନତା ଅବଲମ୍ବନ କରିବା ଉଚିତ୍‌? ଏସବୁର ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଡାକ୍ତରମାନେ ଏହି ସମ୍ବନ୍ଧରେ ଅନେକ ଆବଶ୍ୟକୀୟ ଟିପ୍ସ ଦେଇଛନ୍ତି। ଆସନ୍ତୁ ଜାଣିବା ସେହି ବିଷୟରେ

ସର୍ବ ପ୍ରଥମେ ଆପଣଙ୍କୁ ଯାହା ଯାହା ପରାମର୍ଶ ଦିଆଯାଉଛି ଯେପରିକି ସୋସିଆଲ ଡିସଟ୍ୟାନସିଂ,ହାଇଜିନ୍ ଆଦିର ପାଳନ କରନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ ଏବଂ ଏଥିପାଇଁ ଭିଟାମିନ୍ ସିର ଟ୍ୟାବ​ଲେଟ୍ ନେଇ ପାରନ୍ତି। ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ। ନାଇଟ୍ ଶିଫ୍ଟ ଥିଲେ ଦିନରେ ପର୍ଯ୍ୟାପ୍ତ ଶୁଅନ୍ତୁ। ଦିନରେ ଖାଇବା ଠିକ୍ ସମୟରେ ଖାଆନ୍ତୁ। ଖାଲି ପେଟରେ ଅଫିସ୍ ଯାଆନ୍ତୁ ନାହିଁ।

ମନେ ରଖନ୍ତୁ ଯେ ଆପଣ ଷ୍ଟେସରେ ଥିବେ ଏବଂ ଶରୀରକୁ ଆରାମ ପହଞ୍ଚିବ ନାହିଁ ସେତେବେଳେ ଭାଇରସ୍ ଶରୀରକୁ ଆଟାକ୍ କରିପାରେ। କିନ୍ତୁ ଏଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ,କାରଣ ଅଧିକାଂଶ ଲୋକଙ୍କ ପ୍ରତି ଏହି ରୋଗ ପ୍ରଭାବ ପକାଇବ ନାହିଁ।  କିନ୍ତୁ ଦେହ ଖରାପ ହେଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରିବେ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍ସ :

  • ଅତ୍ୟନ୍ତ ଜରୁରୀ ନହେଲେ ନିଜେ କାହା ଘରକୁ ଯାଆନ୍ତୁ ନାହିଁ କି ନିଜ ଘରକୁ କାହାକୁ ଆସିବାକୁ ଦିଅନ୍ତୁ ନାହିଁ।
  • ସାମାଜିକ କାର୍ଯ୍ୟକ୍ରମରୁ ଦୂରେଇ ରୁହନ୍ତୁ।
  • ହାତ ମିଳାଇବା ଏବଂ ଆଲିଙ୍ଗନ କରିବାଠୁ ଦୂରେଇ ରୁହନ୍ତୁ।
  • ବାରମ୍ବାର ଜିନିଷ କିଣିବାକୁ ବାହାରକୁ ଯାଆନ୍ତୁ ନାହିଁ।
  • ବାହାରକୁ ବାହାରିଲେ ଧୈର୍ଯ୍ୟ ରଖନ୍ତୁ ଏବଂ ଶାନ୍ତ ରୁହନ୍ତୁ।

ଖାଦ୍ୟପେୟ ପ୍ରତି ରଖନ୍ତୁ ଧ୍ୟାନ :

  • ବାହାରକୁ ବାହାରିଲେ ସବୁବେଳେ ସ୍ବଚ୍ଛ ପାଣି ପିଅନ୍ତୁ।
  • ଫୁଟା ପାଣି ନିଜ ସାଥୀରେ ରଖିଲେ ଭଲ।
  • ବାହାରେ କିମ୍ବା ଅଫିସର କ୍ୟାଣ୍ଟିନରେ ଖାଇବା ଗରମ କରି ଖାଆନ୍ତୁ।
  • ଗରମ ଖାଦ୍ୟରେ ବ୍ୟାକ୍ଟେରିଆ ସଂକ୍ରମଣର ଆଶଙ୍କା କମ୍ ହୋଇଥାଏ।

କ’ଣ ଖାଇବେ, କ’ଣ ଖାଇବେ ନାହିଁ :

  • ଘରର ପୁଷ୍ଟିସାରଜାତୀୟ ଖାଦ୍ୟ ଖାଆନ୍ତୁ। ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ।
  • ପରିବା,ଫଳ,ଡାଲି,ଓଟସ୍,ବ୍ରାଉନ୍ ପାସ୍ତା,ବ୍ରାଉନ୍ ଚାଉଳ ଆଦି ଖାଆନ୍ତୁ।
  • ପ୍ୟାକେଟ୍ ବନ୍ଦ ଜିନିଷ,ଧୂମପାନ,ମଦଠୁ ଦୂରେଇ ରୁହନ୍ତୁ। ଅଧିକ ଚିନି ଏବଂ ଲୁଣ ସେବନ କରନ୍ତୁ ନାହିଁ।
  • ରେଡ୍ ଏବଂ ଚର୍ବିଯୁକ୍ତ ମାଂସ,ଲହୁଣୀ,ଅଧିକ ଫ୍ୟାଟ୍ ଯୁକ୍ତ କ୍ଷୀର,ଦୁଗ୍ଧଜାତ ଦ୍ରବ୍ୟ,ପାମ୍ ଅୟେଲ୍,ନଡ଼ିଆ ତେଲ କମ୍ ସେବନ କରନ୍ତୁ।
  • ଅଧିକ କ୍ୟାଫିନ୍ ସେବନ କରନ୍ତୁ ନାହିଁ। ଚା’ ପିଅନ୍ତୁ ନାହିଁ।

ମନୋବୈଜ୍ଞାନିକଙ୍କ ଟିପ୍ସ :

  • ଯଦି ଅସ୍ତବ୍ୟସ୍ତ ଲାଗୁଥିବ ତେବେ ଦୀର୍ଘ ନିଃଶ୍ବାସ ନେଇ ନିଜକୁ ଶାନ୍ତ କରନ୍ତୁ।
  • ଯୋଗ କରନ୍ତୁ। ସେଲ୍ଫ କେୟାର ପାଳନ କରନ୍ତୁ।
  • ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
  • ଅଫିସରେ କାମର ଚାପ ବଢ଼ିଲେ କେତେକ ଜିନିଷର ପ୍ରାଥମିକତା ପ୍ରତି ନିଶ୍ଚିତ କରନ୍ତୁ।
  • ଚିନ୍ତା କରନ୍ତୁ ନାହିଁ।

ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ :

  • ଫେସ୍ ମାସ୍କ ଲଗାଇ ବାହାରକୁ ବାହାରନ୍ତୁ।
  • ମୁହଁକୁ କନାରେ ମଧ୍ୟ ଢ଼ାଙ୍କି ପାରିବେ।
  • ପ୍ରତ୍ୟେକ ବ୍ୟକ୍ତିଙ୍କଠୁ ଦୁଇ ଗଜ ନିୟମର ପାଳନ କରନ୍ତୁ।
  • ଭୁଲରେ ବି କାହା ସହ ହାତ ମିଳାନ୍ତୁ ନାହିଁ।
  • ଥଣ୍ଡା,କାଶ ଥିବା ବ୍ୟକ୍ତିଙ୍କଠୁ ଯେତେ ସମ୍ଭବ ଦୂରରେ ରୁହନ୍ତୁ।
  • ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରନ୍ତୁ।
  • ଏହା ଦ୍ବାରା ଆପଣ କରୋନା ସଂକ୍ରମିତଙ୍କଠୁ ଦୂରେଇ ରହି ପାରିବେ।
  • ଅଫିସ୍,ସରକାର,ପରିବହନର ନିୟମକୁ ପାଳନ କରନ୍ତୁ।

ସ୍ବଚ୍ଛତା :

  • ବାହାରର ଜିନିଷକୁ ସ୍ପର୍ଶ କରନ୍ତୁ ନାହିଁ।
  • ହାତ ଧୁଅନ୍ତୁ ଏବଂ ସାନିଟାଇଜ କରନ୍ତୁ।
  • ଟିସୁକୁ ବ୍ୟବହାର କରିବା ପରେ ତୁରନ୍ତ ଡଷ୍ଟବିନରେ ପକାଇ ଦିଅନ୍ତୁ।
  • ମୁହଁରେ ହାତ ଦେବା ଅଭ୍ୟାସ ଛାଡ଼ନ୍ତୁ।
  • ଖାଇବା ପୂର୍ବରୁ ସାବୁନରେ ହାତ ନିଶ୍ଚୟ ଧୋଇ ଦିଅନ୍ତୁ।
  • ଅଫିସରୁ ଘରକୁ ଆସିବା ପରେ ହାତ-ଗୋଡ଼ ଭଲ ଭାବେ ସଫା କରନ୍ତୁ ଏବଂ ସ୍ନାନ କରନ୍ତୁ।
  • ସାର୍ବଜନିକ ସ୍ଥାନରେ ଛେପ ପକାନ୍ତୁ ନାହିଁ।

ସ୍ବାସ୍ଥ୍ୟ,ଯୋଗ ଏବଂ ଆୟୁର୍ବେଦ :

  • କରୋନା ସମୟରେ ଫିଟ୍ ରହିବା ଜରୁରୀ।
  • ଯୋଗ କରନ୍ତୁ। ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।
  • ମୁଗ,ଅଁଳା,ଅଦା ଏବଂ ଗିଲେଇ ସେବନ କରନ୍ତୁ।

   Related Posts