ବଢିବ ଲକଡାଉନ୍ ! ଦିଲ୍ଲୀ ସମେତ ୬ଟି ରାଜ୍ୟ ମେ' ୩ ପରେ ବି କଟକଣା ଉଠାଇବାକୁ ଚାହୁଁନାହାଁନ୍ତି

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ, ୨୬|୦୪:   ଦିଲ୍ଲୀ ସରକାର ଆସନ୍ତା ମେ ୩ ତାରିଖ ପରେ ଲକଡାଉନ୍ ଜାରି ରହିପାରେ ବୋଲି କହିଛନ୍ତି । ଏହାକୁ ମେ ୧୬ ତାରିଖ ଯାଏ ବୃଦ୍ଧି କରିବାକୁ ଯୋଜନା କରାଯାଉଛି ବୋଲ କହିଛନ୍ତି ସରକାର । ଏହା ପରେ ୫ଟି ରାଜ୍ୟ ମଧ୍ୟ ବିଭିନ୍ନ ହଟସ୍ପଟରେ ଲକଡାଉନକୁ ବୃଦ୍ଧି କରିବା ପାଇଁ ଯୋଜନା କରୁଛନ୍ତି । ଏହି ତାଲିକାରେ ମହାରାଷ୍ଟ୍ର ସମେତ ପଶ୍ଚିମବଙ୍ଗ, ପଞ୍ଜାବ, ଓଡିଶା ଓ ମଧ୍ୟ ପ୍ରଦେଶ ରହିଛନ୍ତି ।

{"id":260428,"width":688,"height":387,"sizeSlug":"large"}

ସେହିପରି ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ହରିୟାଣା, ହିମାଞ୍ଚଳ ପ୍ରଦେଶ ଓ କର୍ଣ୍ଣାଟକ ଆଦି ରାଜ୍ୟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ କରିବେ ବୋଲି କହିଛନ୍ତି । ଆସାମ, କେରଳ ଓ ବିହାର ପ୍ରଧାନମନ୍ତ୍ରୀଙ୍କ ସହ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ତେବେ ତେଲେଙ୍ଗାନା ଲକଡାଉନକୁ ମେ ୭ ଯାଏଁ ବୃଦ୍ଧି କରିସାରିଛି ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମୁମ୍ବାଇ ଓ ପୁଣେରେ ଲକଡାଉନକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କହିଛନ୍ତି । କାରଣ ରାଜ୍ୟର ମୋଟ ୯୨ ପ୍ରତିଶତ କେସ୍ ଏହି ଅଞ୍ଚଳରେ ରହିଛି । ଏଠାରେ ମେ ୧୮ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇପାରେ । କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବୃଦ୍ଧି ହୋଇପାରେ ବୋଲି ରାଜେଶ କହିଛନ୍ତି ।

{"id":260429,"width":680,"height":272,"sizeSlug":"large"}

ସେହିପରି ଉତ୍ତର ପ୍ରଦେଶ ସରକାର କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ସେହିପରି ୧୧ ପ୍ରକାରର ଶିଳ୍ପାନୁଷ୍ଠାନକୁ ମଧ୍ୟ ଅନୁମତି ମିଳିଛି । ପଶ୍ଚିମବଙ୍ଗ, ଓଡିଶା ଓ ପଞ୍ଜାବ ସରକାର ହଟସ୍ପଟରେ ଲକଡାଉନକୁ ମେ ୩ ପରେ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି । ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଯେଉଁଠାରେ ପଜିଟିଭ୍ କେସ ନାହିଁ ସେଠାରେ କଟକଣା କୋହଳ କରାଯିବ ।ମେ ୧ ତାରିଖ ପରେ ସ୍ଥିତିର ସମୀକ୍ଷା କରାଯିବ।  ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକ ସରକାର ମଧ୍ୟ ହଟସ୍ପଟ୍ ଅଞ୍ଚଳରେ ଲକଡାଉନ୍ ବଢାଇବା ନେଇ ବିଚାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.