Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ମେ’ ୨୪ ଯାଏଁ ଲକଡାଉନ୍ ଲଗାଇଲେ ସରକାର

8/05/2021 at 9:04 AM

ଚେନ୍ନାଇ,୦୮/୦୫: ତାମିଲନାଡୁରେ ଲାଗୁ ହେଲା ଲକଡାଉନ୍ । ୧୪ ଦିନ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏପରି କଡା ପଦକ୍ଷେପ ନେଇଛନ୍ତି ।

ସୂଚନାନୁସାରେ, ଶୁକ୍ରବାର ଏମକେ ଷ୍ଟାଲିନ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି । କରୋନା ବାଇରସର ଦ୍ୱିତୀୟ ଲହରରୁ ଦେଖି ସେ ଏପରି ପଦକ୍ଷେପ ନେଇଛନ୍ତି । ଲକଡାଉନ୍ ଦ୍ୱାରା ସଂକ୍ରମଣର ଚେନ୍‌ରେ ବ୍ରେକ୍ ଲାଗିବ । ଏହାସହ ଭାଇରସକୁ ନିୟନ୍ତ୍ରଣରେ ଆଣିହେବ ବୋଲି ସରକାର ବିଚାର କରିଛନ୍ତି । ମେ ୧୦ରୁ ମେ ୨୪ ଯାଏଁ ଲକଡାଉନ୍ କଟକଣା ବଳବତ୍ତର ରହିବ ।

ଲକଡାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ତେଜରାତି, ପନିପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା, ଡିଟିଏଚ୍ ସେବା, ଗ୍ୟାସ୍ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ସ୍ବାଭାବିକ ଭାବେ ଚାଲୁ ରହିବ। ବ୍ୟାଙ୍କ ଓ ଏଟିଏମ୍ ସେବା ମଧ୍ୟ ପ୍ରଭାବିତ ହେବ ନାହିଁ। ସ୍ବାସ୍ଥ୍ୟ ସେବା ସଂକ୍ରାନ୍ତୀୟ ସମସ୍ତ କାରବାର ବିନା ବାଧାରେ ଚାଲିବ।

ସୂଚନାଯୋଗ୍ୟ, ତାମିଲନାଡୁରେ ଗତ ୧ ସପ୍ତାହ ମଧ୍ୟରେ ଦେଢ ଲକ୍ଷ ପାଖାପାଖି କେସ୍ ଆସିଥିବା ବେଳେ ୧୦୪୧ ଜଣ ପ୍ରାଣ ହରାଇଛନ୍ତି । କେବଳ ଶୁକ୍ରବାର ୨୬୪୬୫ କେସ୍ ସାମ୍ନାକୁ ଆସିଥିବା ବେଳେ ସକ୍ରିୟ କେସ୍ ସଂଖ୍ୟା ୧ ଲକ୍ଷ ୩୫ ହଜାରକୁ ବୃଦ୍ଧି ପାଇଛି

   Related Posts