Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଓଡିଶାରେ ୧୪ ଦିନିଆ ଲକଡାଉନ୍ : ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ…

2/05/2021 at 10:56 AM

ଭୁବନେଶ୍ୱର, ୦୨|୦୫: କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ସାରା ରାଜ୍ୟରେ ଲାଗିଲା ଲକଡାଉନ୍ । ସବୁ ବନ୍ଦ ।  ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ କରାଯାଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତୁ ନଜର ପକାଇବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ ।

ଏହି ସମୟରେ ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ୍ ଖୋଲା ରହିବ । ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଗଣମାଧ୍ୟମ ଅଫିସ୍, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବା, ଆଦି ଖୋଲାରହିବ । ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ୍, ହସ୍ପିଟାଲ ଆଦି ଖୋଲା ରହିବ । ରାସ୍ତା କଡ ଗ୍ୟାରେଜ୍ ମଧ୍ୟ ଖୋଲା ରହିବ ।

ତେବେ ମାଛ, ମାଂସ ଅଣ୍ଡା, ଦୋକାନ ଖୋଲା ରହିବ । ହୋମ୍ ଡେଲିଭରୀ ହେବ । ସେହିପରି ଅନ୍ୟ ସମସ୍ତ ଅଫିସ୍, ଦୋକାନ ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ ।

ସମସ୍ତ ପାନ ଦୋକାନ, ହଲ୍, ସପିଂ ମଲ୍ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ୍ ମଧ୍ୟ ବନ୍ଦ ରହିବ । ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯିବ । ଅଟୋ ରିକ୍ସା, ସେଲୁନ, ସ୍ପା, ବିଇଟି ପାର୍ଲର, ମନ୍ଦିର ଆଦି ବନ୍ଦ ରହିବ ।

   Related Posts