ଲକଡାଉନ୍ ସମୟରେ କଣ ରହିବ ବନ୍ଦ ଓ କଣ ଖୋଲା, ପଢନ୍ତୁ...

Published By : Prameya-News7 Bureau | July 16, 2020 IST

ଭୁବନେଶ୍ୱର, ୧୬|୦୭: କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର, ରାଉରକେଲା ମୁନିସିପାଲଟି କର୍ପୋପେସନ୍ ଆଦି ୪ ଜିଲ୍ଲାରେ ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ । ସରକାର କରୋନା ମୁକାବିଲା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ଏହାକୁ ଅଧିକ କଡାକଡି କରାଯିବ । କାରଣ କିଛି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ଟେଷ୍ଟି ବୃଦ୍ଧି ହେବ । ପଜିଟିଭ୍ ବାହାରିଲେ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଏହି ୧୪ ଦିନ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟବାସୀଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ୍ ଖୋଲା ରହିବ । ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଗଣମାଧ୍ୟମ ଅଫିସ୍, ଜଲ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବା, ରାସ୍ତା କଡ ଢାବା, ଇ କମର୍ସ କମ୍ପାନୀ ଆଦି ଖୋଲାରହିବ । ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ୍, ହସ୍ପିଟାଲ ଆଦି ଖୋଲା ରହିବ । ତେବେ ମାଛ, ମାଂସ ଅଣ୍ଡା, ଦୋକାନ ଖୋଲା ରହିବ । ହୋମ୍ ଡେଲିଭରୀ ହେବ । ସେହିପରି ଅନ୍ୟ ସମସ୍ତ ଅଫିସ୍, ଦୋକାନ ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ । ଏହି ସବୁ ଜିଲ୍ଲାରେ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.