Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଫେବ୍ରୁଆରୀ ୨୮ ଯାଏଁ ବଢିଲା ଲକଡାଉନ୍, ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

29/01/2021 at 2:50 PM

ମୁମ୍ବାଇ,୨୯/୦୧: ମହାରାଷ୍ଟ୍ର ସରକାର କରୋନା ମହାମାରୀକୁ ନଜରରେ ରଖି ଲକଡାଉନ୍ ଅବଦ୍ଧିରେ ବୃଦ୍ଧି କରିଛନ୍ତି । ଏବେ ରାଜ୍ୟରେ ଫେବ୍ରୁଆରୀ ୨୮ ଯାଏଁ ଲକଡାଉନ୍ ଜାରି ରହିବ । ସରକାର କହିଛନ୍ତି ଯେ, ପ୍ରଥମେ ଯେଉଁ ସବୁ କଟକଣା କୋହଳ କରାଯାଇଥିବା ତାହା ସେପରି ରହିବ । ସମସ୍ତ ନୂଆ ଗାଇଡଲାଇନକୁ ମଧ୍ୟ ପୂର୍ବରୁ ଜାରି ରହିଥିବା କଟକଣା ସହ ସାମିଲ କରାଯାଇଛି ।

ରାଜ୍ୟର ମୁଖ୍ୟ ଶାସନ ସଚିବ ସଞ୍ଜୟ କୁମାର  ଲକଡାଉନକୁ ଆହୁରି ଗୋଟିଏ ମାସ ବୃଦ୍ଧି ହୋଇଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ସେ କହିଛନ୍ତି ଯେ, କରୋନା ବିପଦ ଏବେବି ଟଳି ନାହିଁ । ତେଣୁ ଲକଡାଉନ୍ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ଏହାସହ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

ସରକାର ନୂଆ ନିର୍ଦ୍ଦେଶରେ ମହାମାରୀ ରୋଗ ଅଧିନିୟମ, ୧୮୯୭ ଓ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ୨୦୦୫ର ଉଦାହରଣ ଦେଇଛନ୍ତି । ଏହାମଧ୍ୟ କହିଛନ୍ତି ଯେ, ଗାଇଡଲାଇନକୁ ମହାରାଷ୍ଟ୍ର ସରକାରର ସମସ୍ତ ବିଭାଗ କଡାକଡି ଭାବେ ଲାଗୁ କରିବେ । କିଛି ଦିନ ତଳେ ରିପୋର୍ଟ ଆସିଥିଲା ଯେ, ଦେଶର ମୋଟ କରୋନା ଆକ୍ଟିଭ୍ କେସ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର ୬୭ ପ୍ରତିଶତ ଅଟେ ।

ମହାରାଷ୍ଟ୍ରରେ ଗୁରୁବାର ୨୮୮୯ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ଏହାସହ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୧୮,୪୧୩ରେ ପହଁଚିଛି । ଏପରିକି ଗତ ୨୪ ଘଣ୍ଟାରେ ୫୦ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

   Related Posts