ସବୁ ସହରରେ ଲକଡାଉନ୍ ଘୋଷଣା କଲେ ସରକାର, ୬୦ ଘଣ୍ଟା ଯାଏଁ ସବୁ ବନ୍ଦ
8/04/2021 at 2:02 PM

ଭୋପାଳ,୦୮।୪: କରୋନାର ମହାସଙ୍କଟରେ ସାରା ଦେଶ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୬ ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ । ଯାହାକୁ ନେଇ ଚିନ୍ତା ବଢିଯାଇଛି । ଏହାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ବଡ ପଦକ୍ଷେପ ନେଇଛନ୍ତି ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ରାଜ୍ୟର ସମସ୍ତ ସହରରେ ଲକଡାଉନ୍ ଘୋଷଣା କରିଛନ୍ତି । ପ୍ରଥମେ ଏହା କିଛି ଜିଲ୍ଲାରେ ଲାଗୁ ହୋଇଥିଲା । ଏବେ କିନ୍ତୁ ସମସ୍ତ ସହରରେ ଏହାକୁ ଲାଗୁ ହେବାନେଇ ଘୋଷଣା କରାଯାଇଛି । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ସହର ଗୁଡିକ ସମ୍ପୂର୍ଣ୍ଣ ଲକଡାଉନ୍ ରହିବ । ଏହି ସମୟରେ ଲୋକମାନେ ଘରୁ ବାହାରିବେ ନାହିଁ । କେବଳ ଜରୁରୀ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରହିବ ।
In the wake of #COVID19 situation, there'll be lockdown from 6 pm on Friday to 6 am on Monday in all urban areas of MP. For cities where cases have increased, appropriate action will be taken after meeting of crisis mgmt group. We're making containment areas in big cities: MP CM pic.twitter.com/r7nArPxXCz
— ANI (@ANI) April 8, 2021
ସୂଚନାଯୋଗ୍ୟ, ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୨୬ ହଜାର ୭୮୯ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୬୮୫ ଜଣ ପ୍ରାଣ ହରାଇଛନ୍ତି । ଏବେସୁଦ୍ଧା ୯୧୦୩୧୯ଟି ସକ୍ରିୟ କେସ୍ ଥିବା ବେଳେ ୧୬୬୮୬୨ଜଣ ପ୍ରାଣ ହରାଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୨୮୫୭୪ ଛୁଇଁଛି ।