ଏଠାରେ ଜାନୁଆରୀ ୩୧ ଯାଏଁ ବଢିଲା ଲକଡାଉନ୍, ଗୋଟିଏ ସ୍ଥାନରେ ଏକାଠି ହୋଇ ପାରିବେନି ୨ରୁ ଅଧିକ ବ୍ୟକ୍ତି

Published By : Prameya-News7 Bureau | January 06, 2021 IST

ବର୍ଲିନ,୦୬/୦୧:  ଦେଶରେ କରୋନା ଭାଇରସର ସ୍ଥିତିକୁ ବିଚାର କରି ଜର୍ମାନୀ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଲାଗୁ କରାଯାଇଥିବା ଲକଡାଉନକୁ ଆହୁରି ତିନି ସପ୍ତାହ ବୃଦ୍ଧି କରାଯାଇ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ କରାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜର୍ମାନୀର ଚାନସେଲର୍ ଆଞ୍ଜେଲା ମର୍କେଲ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଦୁଇଟି ରାଜ୍ୟକୁ ଛାଡ଼ି ବାକି ସମସ୍ତ ରାଜ୍ୟରେ ଲକଡାଉନକୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜର୍ମାନୀର ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ (ଆରଏନଡି) ବିଭାଗ ଏ ନେଇ କହିଛି ଯେ, ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ଏହି ବୈଠକରେ ଦିଆଯାଇଥିବା ପ୍ରସ୍ତାବ ଉପରେ ଅଧିକ ବିବାଦ ହୋଇଛି।

ତେବେ ଚାନସେଲର୍ ମର୍କେଲ ମଙ୍ଗଳବାର ବିଭିନ୍ନ ରାଜ୍ୟର ଗଭର୍ଣ୍ଣରଙ୍କ ସହ ବୈଠକ ପରେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ୩୧ ଜାନୁଆରୀ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବଢ଼ାଛ୍ତି। ଏହି ସମୟରେ ଦୁଇରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହଁ। ଦେଶରେ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କିନ୍ତୁ ବିଶେଷଜ୍ଞଙ୍କ କଠିନ ପରିଶ୍ରମ କାରଣରୁ ସୁବିଧାରେ ରୋଗୀଙ୍କର ଚିକିତ୍ସା କରାଯାଇପାରୁଛି। ଏହାଛଡ଼ା କ୍ଷୀପ୍ର ଗତିରେ ବ୍ୟାପୁଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.