ଫେରିଲା ଲକଡାଉନ୍ ! ସବୁ ସହରରେ କଡାକଡି ହେଲା କଟକଣା, ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ କର୍ଫ୍ୟୁ

Published By : Prameya-News7 Bureau | January 17, 2021 IST

ପ୍ୟାରିସ୍,୧୭/୦୧:   ବିଶ୍ୱର ଅନେକ ଦେଶରେ କରୋନା ଭାଇରସର ବିରୋଧରେ ଟିକାକରଣ ଆରମ୍ଭ ହୋଇଛି । କିନ୍ତୁ ଫ୍ରାନ୍ସରେ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ । ଫ୍ରାନ୍ସ ସରକାର ଏହାକୁ ନଜରରେ ରଖି ସାରା ଦେଶର ସମସ୍ତ ସହର, ଗ୍ରାମରେ ଲକଡାଉନ୍ ଲଗାଇଛନ୍ତି । ଫଳରେ ଶନିବାର ସାରା ଫ୍ରାନ୍ସର ସହର ଓ ଗ୍ରାମ ଖାଁ ଖାଁ ଥିଲା । ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

କୋଭିଡ୍-୧୯ ଭାଇରସ ପାଇଁ ଏବେସୁଦ୍ଧା ଫ୍ରାନ୍ସରେ ୭୦ ହଜାରରୁ ଅଧିକ ପ୍ରାଣ ହରାଇ ସାରିଛନ୍ତି । ପ୍ରାନ୍ସ ସାରା ବିଶ୍ୱରେ କରୋନା ମାମଲାରେ ସପ୍ତମ ସ୍ଥାନରେ ରହିଛି । ଏଠାକାର ସରକାର ବ୍ରିଟେନରୁ ଠାବ ହୋଇଥିବା ଭାଇରସର ନୂଆ ଷ୍ଚ୍ରେନକୁ ନେଇ ଚିନ୍ତିତ ଅଛନ୍ତି ।

ଫ୍ରାନ୍ସରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ରହିବ । ଏହାବ୍ୟତୀତ ସୋମବାରଠୁ ୟୁରୋପୀୟ ସଙ୍ଘରୁ ଆସୁଥିବା ସମସ୍ତ ବ୍ୟକ୍ତି ଦେଶରେ ପ୍ରବେଶ ପାଇଁ ନେଗେଟିଭ୍ ରିପୋର୍ଟ ଦେବାକୁ ବାଧ୍ୟ । ଏହାସହ ସେମାନେ ସେଲ୍ଫ କ୍ୱାରେଣ୍ଟାଇନରେ ରହିବେ ।

ଦେଶର ପ୍ରଧାନମନ୍ତ୍ରୀ ଜିନ୍ କେଷ୍ଟେକ୍ସ ଲକଡାଉନ୍ ବାବଦରେ ସୂଚନା ଦେଇ କହିଛନ୍ତି ଯେ, କରୋନାକୁ ରୋକିବା ପାଇଁ ବିଭିନ୍ନ ଉପାୟର ଆବଶ୍ୟକତା ରହିଛି । ଅନ୍ୟ ଦେଶ ତୁଳନାରେ ସ୍ଥିତି ଭଲ ଅଛି । କିନ୍ତୁ ନୂଆ ଷ୍ଟ୍ରେନ୍ ପାଇଁ ସତର୍କତା ଅବଲମ୍ବନ ଜରୁରୀ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.