ସଂକ୍ରମଣ ଚେନ୍‌ ଭାଙ୍ଗିବ ଲକ୍‌ଡାଉନ୍‌, ଢେଙ୍କାନାଳରେ ପୋଲିସ ପକ୍ଷରୁ ଚେକିଂ ଜୋରଦାର

Published By : Prameya-News7 Bureau | May 05, 2021 IST

ଢେଙ୍କାନାଳ ୦୫।୦୫: କରୋନାର ୨ୟ ଲହରକୁ ଦୃଷ୍ଟିରେ ରଖି କଠୋର ହୋଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ରାଜ୍ୟବ୍ୟାପୀ ୧୪ ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଏହିପରିପେକ୍ଷୀରେ ଢେଙ୍କାନାଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଅମାନିଆଙ୍କୁ ଜଗିବା ପାଇଁ ସ୍ଥାନେ ସ୍ଥାନେ ଜଗିଛି ପୋଲିସ ।

ସରକାରଙ୍କ ଘୋଷଣା ମୁତାବିକ, ଆଜିଠାରୁ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ୧୪ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ସକାଳ ସମୟରେ ଢେଙ୍କାନାଳର କିଛି ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତ ଦୋକାନ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିଥିଲା । କିନ୍ତୁ ୧୨ଟା ପରେ କାଁ ଭାଁ ଅମାନିଆଙ୍କୁ ଛାଡିଦେଲେ ଦୋକାନ ବଜାର ସମ୍ପର୍ଣ୍ଣ ବନ୍ଦ ରହିଥିବା ଦେଖାଦେଇଛି । ବସ୍‌ ଷ୍ଟାଣ୍ଟ ମଧ୍ୟ ଖାଁ ଖାଁ ରହିଛି । ଅପରପକ୍ଷରେ ଅମାନିଆଙ୍କୁ ସାବାଡ଼ କରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ଚେକିଂକୁ କଡାକଡ଼ି କରାଯାଇଛି ।

ସେପଟେ ପୌରସଂସ୍ଥା ପକ୍ଷରୁ ସଚେତନତା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ସହରର ରଠାଗଡ଼ା ଦୈନିକ ପରିବା ବଜାରରେ ଭିଡ଼ କମାଇବାକୁ ସ୍ଥାନୀୟ ବିବି ହାଇସ୍କୁଲ ପଡ଼ିଆକୁ ଅସ୍ଥାୟୀ ଭାବେ ପରିବା ଦୋକାନୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସରକାରଙ୍କ ସମସ୍ତ ଗାଇଡ଼ ଲାଇନ୍‌ ପାଳନ କରିବାକୁ ପୌରସଂସ୍ଥା ପକ୍ଷରୁ ନିବେଦନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.