Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଆଉ ଥରେ ଲାଗୁ ହେବ ଲକଡାଉନ୍ ! ଆଜି ନିଆଯିବ ଚୁଡାନ୍ତ ନିଷ୍ପତ୍ତି

14/07/2020 at 7:46 AM

ପାଟନା, ୧୪|୦୭: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁଣିଥରେ ବିହାରରେ ଲକଡାଉନ୍  ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ମଙ୍ଗଳବାର ବିହାର ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗଦେବା ସହ ସ୍ଥିତିର ସମୀକ୍ଷା କରିବେ । ଏହାପରେ ଲକଡାଉନ୍ ଉପରେ ସହମତି ପ୍ରକାଶ ପାଇବ ବୋଲି କୁହାଯାଉଛି ।

ରାଜ୍ୟର ମୁଖ୍ୟ ଶାସନ ସଚିବ ଦୀପକ କୁମାର କହିଛନ୍ତି ଯେ, ସରକାର ଲକଡାଉନ୍‌କୁ ଗମ୍ଭୀରତାର ସହ ନେଉଛନ୍ତି । ମଙ୍ଗଳବାର ଏନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ।

ବିହାରରେ କରୋନା ସଂକ୍ରମଣ ସ୍ଥିତି ବିହାରରେ ସଙ୍ଗୀନ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୨୧ରେ ପହଁଚିଛି । ଏହାସହ ଜଣେ ଡାକ୍ତର ମଧ୍ୟ ପ୍ରାଣ ହରାଇଛନ୍ତି । କେବଳ ସୋମବାର ବିହାରରେ ୧୧୧୬ଟି ନୂଆ ମାମଲା ସାମ୍ନାକୁ ଆସିଥିଲା ।

ରାଜ୍ୟର ଜଣେ ମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆହୁରି ଅନେକ ହାଇପ୍ରୋଫାଇଲ୍ ନେତା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଞ୍ଚାୟତରାଜ ବିଭାଗ, ଉପ ମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀଙ୍କ କାର୍ଯ୍ୟାଳୟରୁ ଜଣେ ପଜିଟିଭ୍ ବାହାରିଛନ୍ତି । ଏହାପରେ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଛି ।

   Related Posts