ଭୁବନେଶ୍ୱରରେ କୋହଳ ହେବ ନାହିଁ ଲକଡାଉନ୍ କଟକଣା

Published By : Prameya-News7 Bureau | April 26, 2020 IST

ଭୁବନେଶ୍ୱର, ୨୬|୦୪:  କେନ୍ଦ୍ର ସରକାର ଦେଶରେ ସମସ୍ତ ଦୋକାନକୁ ସର୍ତ୍ତମୂଲକ ଭାବେ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଏପରିକି ଓଡିଶା ସରକାର ମଧ୍ୟ କଟକଣା କୋହଳ କରି ବିଭିନ୍ନ ଦୋକାନକୁ ଖୋଲିବା ପାଇଁ କହିସାରିଛନ୍ତି ।  କିନ୍ତୁ ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ହେବ ନାହିଁ ବୋଲି ବିଏମସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

କର୍ତ୍ତୃପକ୍ଷ ଟ୍ୱିଟ୍ କରି କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱର ଏବେ ରେଡ୍ ଜୋନରେ ରହିଛି । ଏଠାରେ ଲକଡାଉନ କଟକଣା କୋହଳ କରାଯିବ ନାହିଁ । ପୂର୍ବପରି ଏହା ଜାରି ରହିବ । ତେବେ ଆସନ୍ତା ସମୀକ୍ଷା ଯାଏଁ ଏଠାରେ କଟକଣା ଜାରି ରହିବ ବୋଲି କୁହାଯାଇଛି ।

ଶନିବାରଠାରୁ ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ରାଜ୍ୟରେ ମଧ୍ୟ କିଛି ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ତେବେ ରାଜ୍ୟରେ କେଉଁ ଦୋକାନ କେତେ ସମୟ ଖୋଲା ରହିବ ତା’ର ନିଷ୍ପତି ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନର ସ୍ଥିର କରିବେ । ସେହିଭଳି ରାଜ୍ୟରେ ପଞ୍ଜିକୃତ ଦୋକାନ ଗୁଡ଼ିକ ୫୦ପ୍ରତିଶତ କର୍ମଚାରୀରେ ଖୋଲିବାକୁ ନିର୍ଦେଶ ଦେଇଛନ୍ତି ସରକାର । ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । ସେଲୁନ ଓ ମଦ ଦୋକାନକୁ ଏଥିରୁ ବାଦ୍ ଦିଆଯାଇଛି ।

wp:core-embed/twitter {"url":"https://twitter.com/bmcbbsr/status/1254327663260504067?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1254327663260504067\u0026ref_url=http%3A%2F%2Fsambad.in%2Fstate%2Fyour-support-sacrifice-has-provided-us-the-strength-to-fight-the-509440%2F","type":"rich","providerNameSlug":"twitter","className":""}
https://twitter.com/bmcbbsr/status/1254327663260504067?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1254327663260504067&ref_url=http%3A%2F%2Fsambad.in%2Fstate%2Fyour-support-sacrifice-has-provided-us-the-strength-to-fight-the-509440%2F
/wp:core-embed/twitter

ରାଜ୍ୟରେ ପଞ୍ଜିକୃତ ଦୋକାନ ଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବାକୁ ନିର୍ଦେଶ ଦେଇଛନ୍ତି ସରକାର । ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । କେଉଁ ଦୋକାନ କେତେ ସମୟ ଖୋଲା ରହିବ ତା’ର ନିଷ୍ପତି ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନର ସ୍ଥିର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.