Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୧୪ଦିନିଆ ଲକ୍‌ଡାଉନ୍‌ : ରାସ୍ତାଘାଟ ଶୁନ୍‌ଶାନ୍‌, ଜାଗା ଜାଗାରେ ଜଗିଛି ପୋଲିସ

5/05/2021 at 8:57 AM

ଭଦ୍ରକ ୦୫।୦୫: ସାରା ରାଜ୍ୟରେ ୧୪ଦିନିଆ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ଭଦ୍ରକରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଉଛି ଲକ୍‌ଡାଉନ୍‌ । କେବେଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ସେବାକୁ ଛାଡି ଆଉ ସବୁ ସେବା ବନ୍ଦ ରହିଛି । ଭଦ୍ରକ ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକଣାକୁ କଡ଼ାକଡ଼ି କରାଯାଇଛି ।  

ଲକ୍‌ଡାଉନ୍‌ର ନିୟମ ଅନୁସାରେ, ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସହର ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼୍‌ କରାଯାଇଛି । ବନ୍ତ ଛକ, ବାଇପାସ, ଅରଡିଛକ, ଅପର୍ତ୍ତିବିନ୍ଧା ଛକ, ଟାଉନ୍‌ହଲ ଛକରେ ବ୍ୟାରେକେଡ଼ି କରାଯାଇଛି । ସ୍ଥାନେ ସ୍ଥାନେ ପୋଲିସ ଫୋର୍ସ ମୁତୟନ କରାଯାଇଛି । କେବଳ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି । ସହର ଭିତରକୁ ବାଇକରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କେବଳ ଚାଲି ଚାଲି ବଜାରକୁ ଯିବା ପାଇଁ ଅନୁମତି ଦେଇଛି ପ୍ରଶାସନ ।

ସେହିପରି ପରିବା ଦୋକାନ ଗୁଡିକ ସ୍ଥାନେ ସ୍ଥାନେରେ ଖୋଲିବା ସହ ଆମିଷ ଦୋକାନ ଗୁଡ଼ିକୁ ଆର୍‌ଏମ୍‌ସି ହାଟରେ ଖୋଲିବା ପାଇଁ ଅନୁମତି ମିଳିଛି । ପୋଲିସ ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗହଳି ହେଉଥିବା ଅଞ୍ଚଳରେ କଡ଼ା ନଜର ରଖାଯାଇଛି । ଲକ୍‌ଡାଉନ୍‌ ସମୟରେ ଅଯଥା ଭିଡ଼ ନକରିବା ପାଇଁ ପ୍ରଶାସନ ଅନୁରୋଧ କରିଛି ।

   Related Posts