Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ବଢ଼ିଚାଲିଛି କରୋନା ସଂକ୍ରମଣ: ୫ ଜିଲ୍ଲାରେ ସପ୍ତାହେ ଲକ୍‌ଡାଉନ୍‌, ବିବାହରେ କେବଳ ୨୫ ଲୋକଙ୍କୁ ଅନୁମତି

21/02/2021 at 6:54 PM

ମୁମ୍ବାଇ ୨୧/୦୨: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ମହାମାରୀ ପ୍ରକୋପକୁ ଚେକ୍‌ ଦେବାକୁ ସରକାର ଏବଂ ଜିଲ୍ଲା ପ୍ରାଶସନ ଆଲର୍ଟ ହୋଇଛନ୍ତି। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ୭ ଦିନ ଯାଏ ଲକ୍‌ଡାଉନ୍‌ ଲଗାଇଛନ୍ତି ସରକାର। ଏହି ସମୟରେ ସକାଳ ୯ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ତେବେ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ସମସ୍ତ ଅଞ୍ଚଳରେ ସ୍ଥିତି ଖରାପ ନାହିଁ। କିଛି ଅଞ୍ଚଳ ପ୍ରଭାବିତ ହୋଇଛି।

ଅମରାବତି ଡିଭିଜନାଲ୍‌ କଲେକ୍ଟର ରବିବାର ଅମରାବତୀ, ଅକୋଲା, ବୁଲଢ଼ାନା, ବାଶିମ, ୟବତମାଲରେ ୭ ଦିନିଆ ଲକ୍‌ଡାଉନ୍‌ ଲଗାଇବାକୁ ନେଇ ଘୋଷଣା କରିଛନ୍ତି। ଏହି କଟକଣା ଆଗାମୀ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ଲାଗୁ ରହିବ। ବିବାହରେ କେବଳ ୨୫ ଲୋକ ସାମିଲ ହୋଇପାରିବେ । ଘରୋଇ କମ୍ପାନୀ ୧୫ ପ୍ରତିଶତ କର୍ମଚାରୀରେ ଚାଲିବ। ଏହା ସହ ସ୍କୁଲ-କଲେଜ୍‌ ବନ୍ଦ ରହିବ।

ଏହା ବ୍ୟତୀତ ପୁନେରେ ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ ଲୋକ ଘରେ ରହିବାକୁ କୁହାଯାଇଛି। ଜିଲ୍ଲାରେ ୨୮ ଫେବୃଆରୀ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରଖିବାକୁ ନିର୍ଦେଶ ଦେଇଛି ପ୍ରଶାସନ। ସେପଟେ ମନ୍ତ୍ରୀ ବିଜୟ ଓ୍ବେଡିଟିଓ୍ବାର କହିଛନ୍ତି ଯଦି ରାଜ୍ୟରେ ସ୍ଥିତି ଲଗାତାର ଖରାପ ହୋଇପଡ଼େ ତେବେ ୧୨ ଘଣ୍ଟିଆ କର୍ଫ୍ୟୁ ଲଗାଯାଇପାରେ।

ଅନ୍ୟପଟେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମସି ୩୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ୨୦ ଫେବୃଆରୀରେ ମାସ୍କ ବ୍ୟବହାର ନକରିଥିବାରୁ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଉପରେ ଜରିମାନା ଲଗାଇଥିଲା ବିଏମସି। ଏହି ସମୟରେ ଅଧିକ ଜରିମାନା ବାନ୍ଦ୍ରା ଏବଂ ଅନ୍ଧେରୀରୁ ଆଦାୟ ହୋଇଥିବା ଜଣାପଡ଼ିଛି।

   Related Posts