ଆସନ୍ତାକାଲିଠାରୁ ଗଜପତି ଜିଲ୍ଲାରେ ଲକ୍‌ଡାଉନ୍‌, ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିକ୍ରି ହେବ ଅତ୍ୟାବଶକୀୟ ସାମଗ୍ରୀ

Published By : Prameya-News7 Bureau | July 19, 2020 IST

ଗଜପତି ୧୯।୦୭: ସାରା ରାଜ୍ୟରେ କରୋନା ସଂକ୍ରମଣ ବଢାଚାଲିଛି । ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ ରାଜ୍ୟ ସରକାର ୪ଜିଲ୍ଲା ( ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, କଟକ ଓ ରାଉରକେଲା ମହାନଗର ନିଗମ)ରେ ଲକ୍‌ଡାଉନ୍‌ କଟକଣା ଜାରି କରିଛନ୍ତି । ଯାହା ଜୁଲାଇ ୩୧ତାରିଖରେ ସରୁଛି । ସେହିପରି  ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇ ଛନ୍ତି ଜିଲ୍ଲା ପ୍ରଶାସନ  । ଆସନ୍ତାକାଲିଠୁ ପୁରା ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲିଠାରୁ ଗଜପିତି ଜିଲ୍ଲାରେ ଲକ୍‌ଡାଉନ୍‌ ଆରମ୍ଭ ହେବ । ଏହି ଲକ୍‌ଡାଉନ୍‌ ସମୟରେ ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳରେ ସକାଳ ୭ଟା ରୁ ଦିନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀ ହେବ । ବାକି ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଗଜପତି ଜିଲ୍ଲାରେ ଆଉ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୩କୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.