Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

୪ ଜିଲ୍ଲା ଓ ରାଉରକେଲା ସହରରେ ପଡ଼ିଲା ତାଲା : ୩୧ ଜୁଲାଇ ଯାଏ ଲକ୍‌ଡାଉନ୍, ପୋଲିସ ପକ୍ଷରୁ ଚେକିଂ କଡାକଡି

18/07/2020 at 7:39 AM

ଭୁବନେଶ୍ୱର ୧୮।୦୭: ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ଆରମ୍ଭ ହୋଇଛି ଲକ୍ ଡାଉନ୍ ।  ଶୁକ୍ରବାର ରାତି ୯ଟାରୁ ଆରମ୍ଭ ହୋଇଥିବା ଲକ୍ ଡାଉନ୍ ୩୧ ତାରିଖ ଯାଏ ବଳବତ୍ତର ରହିବ। କିନ୍ତୁ ସରକାରଙ୍କ ନିୟମ ଅନୁଯାୟୀ ଅନ୍ୟ ଜିଲ୍ଲା ଗୁଡିକରେ ସଟଡାଉନ୍ ବଳବତ୍ତର ରହିବ। କଟକ, ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର  ସହରରେ ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି ।

ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଛକରେ ଚେକ୍ ପୋଷ୍ଟ ଲଗାଇ ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ । କରୋନା ସଂକ୍ରମଣ ଧାରାକୁ ଭାଙ୍ଗିବା ସହ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସ, ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂକୁ ପ୍ରଶାସନ ପକ୍ଷରୁ ବ୍ୟାପକ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ସକାଳ ୬ଟା ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ଖୋଲାରହିବ । ମାଛ, ଅଣ୍ଡା, ମାଂସ ଦୋକାନ,ଓମ୍ ଫେଡ୍ , ଓପୋଲୋଫେଡ୍ , ଚିଲିକା ଫ୍ରେସ୍ ,ଖାଦ୍ୟ ପାର୍ସଲ ଦେଉଥିବା ରେସ୍ତୋରାଁ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ।

ସେହିପରି ସବୁଠୁ ବଡ଼ କଥା ହେଲା, ଏହି ଲକଡାଉନ୍ କାଳରେ ଭୁବନେଶ୍ବର ଓ କଟକ ସହରକୁ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ତେବେ, ଏହି ଲକଡାଉନ୍ ସମୟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା କଡ଼ାକଡ଼ି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଅଫିସ୍  ଓ ଅନ୍ୟ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଛି ।

ଲକଡାଉନ ବେଳେ ଖୋଲା ରହିବ ବ୍ୟାଙ୍କ । କିନ୍ତୁ ବ୍ୟାଙ୍କଗୁଡ଼ିକ ୨୫ ପ୍ରତିଶତ କର୍ମଚାରୀ ନେଇ କାର୍ଯ୍ୟ କରିବେ । ଏହି ୧୪ ଦିନିଆ ଲକ୍ ଡାଉନ୍ ରେ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ, ରାଜ୍ୟ ଜରୁରୀ ସେବା ଅଫିସ୍ , ଜିଲ୍ଲା ପୌରାଞ୍ଚଳ, ପୁଲିସ୍ , ଅଗ୍ନିଶମ ଓ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଛନ୍ତି ।

   Related Posts