ମହାରାଷ୍ଟ୍ର ଆପଣାଇଲା ଶେଷ ବିକଳ୍ପ, କାଲି ରାତି ୮ରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

Published By : Prameya-News7 Bureau | April 21, 2021 IST

ମୁମ୍ବାଇ ୨୧/୪:  ମହାରାଷ୍ଟ୍ରରେ ବିଭିନ୍ନ ପ୍ରକାର କଟକଣା କାମ ଦେଲାନି। ବାଧ୍ୟ ହୋଇ ସରକାର ଅନ୍ତିମ ବିକଳ୍ପ ଆପଣାଇଲେ। ମହାରାଷ୍ଟ୍ରରେ ଲାଗୁ ହେଲା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟରେ ଲକ୍‌ଡାଉନ୍‌ ଲଗାଇବା ପାଇଁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।

ତେବେ ଲକ୍‌ଡାଉନ୍‌ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଏହା ଆସନ୍ତାକାଲି ରାତି ୮ରୁ  ମେ ପହିଲା ଯାଏ ଲାଗୁ ରହିବ ବୋଲି ଜଣାପଡ଼ିଛି। ସେପଟେ ମହାରାଷ୍ଟ୍ରରେ ମେ ୧ ପର୍ଯ୍ୟନ୍ତ ଧାରା ୧୪୪ ଲଗାଯାଇଛି। ବ୍ରେକ୍‌ ଦି ଚେନ୍‌ ଅନୁସାରେ ଜରୁରୀ ସେବାକୁ ବାଦ ଦେଲେ ଅନ୍ୟ ଉପରେ ରୋକ ଲଗାଇଥିଲେ ସରକାର।

ମହାରାଷ୍ଟ୍ର ସରକାର ନୂଆ ଗାଇଡଲାଇନ୍ସ ଜାରି ହୋଇଥିବା ବେଳେ ଏଣିକି ଗ୍ରୋସରୀ ଏବଂ ହୋଟେଲ ଆଦି ଦିନରେ କେବଳ ୪ ଘଣ୍ଟା ଖୋଲିବ। ପ୍ରଥମେ ନାଇଟ୍‌ କର୍ଫ୍ୟୁ, ପୁଣି ସପ୍ତାହାନ୍ତ ଲକ୍‌ଡାଉନ୍‌ ଏବେ ମିନି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.