ଦେଶବ୍ୟାପୀ ସେପ୍ଟେମ୍ବର ୨୫ରୁ ପୁଣି କ’ଣ ଲାଗୁ ହେବ ଲକଡାଉନ୍? ଜାଣନ୍ତୁ ପୂରା ସତ

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫/୦୯: ଦେଶରେ କରୋନା ମାମଲା ବଢ଼ୁଥିବା ଦେଖି ସାମାଜିକ ଗଣମାଧ୍ୟମରେ ଗୋଟିଏ ଖବର ଖୁବ୍ ଭାଇରାଲ ହେଉଛି। ଏଥିରେ ଦାବି କରାଯାଉଛି ଯେ, କରୋନା ମାମଲା ଦିନକୁ ଦିନ ବଢ଼ୁଥିବାରୁ କେନ୍ଦ୍ର ସରକାର ସାରା ଦେଶରେ ପୁଣି ଥରେ ଲକଡାଉନ୍ ଲଗାଇବେ। ଏହି ଦାବି ସହିତ ନାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ୍ ଅଥୋରିଟି (ଏନଡିଏମଏ)ର ଗୋଟିଏ ବିଜ୍ଞପ୍ତି ମଧ୍ୟ ସେୟାର କରାଯାଉଛି।

ଭାଇରାଲ ହେଉଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ‘ଦେଶରେ କରୋନର ସଂକ୍ରମଣ କମ୍ କରିବା ତଥା ମୃତ୍ୟୁ ହାର ହ୍ରାସ କରିବା ପାଇଁ ଯୋଜନା ଆୟୋଗ ଓ ଏନଡିଏମଏ ଭାରତ ସରକାର ପୁଣି ଥରେ ପ୍ରୟାସ ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରାଳୟକୁ ସେପ୍ଟେମ୍ବର ୨୫ ମଧ୍ୟରାତ୍ରରୁ ୪୬ ଦିନ ପାଇଁ ଦେଶବ୍ୟାପୀ ଲକଡାଉନ ଲାଗୁ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମସ୍ତ ଆବଶ୍ୟକ ସେବା ପୂର୍ବ ପରି ଚାଲୁ ରହିବ।’ ତେବେ ଏହି ବିଜ୍ଞପ୍ତି ସେପ୍ଯେମ୍ବର ୧୦ ତାରିଖରେ ଜାରି ହୋଇଥିବା ଜଣାପଡିଛି ।

wp:core-embed/twitter {"url":"https://twitter.com/PIBFactCheck/status/1304803151082434560","type":"rich","providerNameSlug":"twitter","className":""}
https://twitter.com/PIBFactCheck/status/1304803151082434560
/wp:core-embed/twitter

ଦେଶବ୍ୟାପୀ ଲାଗୁ ହେବାକୁ ଥିବା ଏହି ଲକଡାଉନ୍ ଖବରକୁ ଖଣ୍ଡନ କରିଛନ୍ତି ସରକାର। ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) ଦ୍ବାରା ଫ୍ୟାକ୍ଟ ଚେକ୍‌ରେ ଏହି ଖବରକୁ ମିଛ ଓ ଗୁଜବ ବୋଲି କୁହାଯାଇଛି। ପିଆଇବିର ଟ୍ବିଟର ହ୍ୟାଣ୍ଡେଲରେ ଲେଖା ଯାଇଛି ଯେ ‘ଏହି ଚିଠି ଭୁଲ। ଏନଡିଏମଏ ଲକଡାଉନ୍ ଲାଗୁ କରିବା ପାଇଁ କୌଣସି ନିର୍ଦେଶ ଜାରି କରି ନାହିଁ।’

ସୂଚନାଯୋଗ୍ୟ ଭାରତରେ ମାର୍ଚ୍ଚ ଶେଷରେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରାଯାଇଥିଲା। ଏହା ପରେ ଜୁନରେ କେତେକ ପର୍ଯ୍ୟାୟରେ ଲକଡାଉନ୍ ଉଠିଲା। ଯଦିଓ ଏବେ ବି ସ୍କୁଲ, କଲେଜ ବନ୍ଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.